ଗୋଟିଏ ବର୍ଷରେ କଂଗ୍ରେସ ହାତରୁ ଖସିଲା ଦୁଇଟି ରାଜ୍ୟ

ନୂଆଦିଲ୍ଲୀ: ସାରା ଦେଶରେ ବିଭିନ୍ନ ରାଜ୍ୟରେ ବିଜେପି ଏବଂ ଆଞ୍ଚଳିକ ଦଳ କ୍ଷମତାରେ ରହିଛନ୍ତି। ହେଲେ କଂଗ୍ରେସ ବିଭିନ୍ନ କାରଣ ପାଇଁ ଗୋଟିଏ ପରେ ଗୋଟିଏ ରାଜ୍ୟ ହରାଉଛି। ବିଗତ ବର୍ଷକ ମଧ୍ୟରେ କଂଗ୍ରେସ ଦୁଇଟି ରାଜ୍ୟ ହରାଇସାରିଛି। ସୋମବାର ପୁଡୁଚେରୀରେ ଥିବା କଂଗ୍ରେସ ସରକାରର ପତନ ହୋଇଛି। ସେହିପରି ଗତବର୍ଷ ମାର୍ଚ୍ଚରେ ମଧ୍ୟପ୍ରଦେଶର କମଲନାଥ ସରକାରର ପତନ ହୋଇଥିଲା। ଆଉ ବର୍ଷକ ପୂର୍ବର କଥା ଯଦି ଦେଖିବା ତାହେଲେ କର୍ଣ୍ଣାଟକରେ ଥିବା ଜେଡିଏସ-କଂଗ୍ରେସ ମେଣ୍ଟ ସରକାରର […]

rahul-with-puduchery-congre

Subhransu Sekhar
  • Published: Monday, 22 February 2021
  • , Updated: 22 February 2021, 07:43 PM IST

ନୂଆଦିଲ୍ଲୀ: ସାରା ଦେଶରେ ବିଭିନ୍ନ ରାଜ୍ୟରେ ବିଜେପି ଏବଂ ଆଞ୍ଚଳିକ ଦଳ କ୍ଷମତାରେ ରହିଛନ୍ତି। ହେଲେ କଂଗ୍ରେସ ବିଭିନ୍ନ କାରଣ ପାଇଁ ଗୋଟିଏ ପରେ ଗୋଟିଏ ରାଜ୍ୟ ହରାଉଛି। ବିଗତ ବର୍ଷକ ମଧ୍ୟରେ କଂଗ୍ରେସ ଦୁଇଟି ରାଜ୍ୟ ହରାଇସାରିଛି।

ସୋମବାର ପୁଡୁଚେରୀରେ ଥିବା କଂଗ୍ରେସ ସରକାରର ପତନ ହୋଇଛି। ସେହିପରି ଗତବର୍ଷ ମାର୍ଚ୍ଚରେ ମଧ୍ୟପ୍ରଦେଶର କମଲନାଥ ସରକାରର ପତନ ହୋଇଥିଲା। ଆଉ ବର୍ଷକ ପୂର୍ବର କଥା ଯଦି ଦେଖିବା ତାହେଲେ କର୍ଣ୍ଣାଟକରେ ଥିବା ଜେଡିଏସ-କଂଗ୍ରେସ ମେଣ୍ଟ ସରକାରର ପତନ ହୋଇଥିଲା। ମୋଟ୍ ଉପରେ କଂଗ୍ରେସ ହାତରୁ ତିନୋଟି ରାଜ୍ୟ ଖସିଯାଇଛି। ଆଉ ବିଜେପି କର୍ଣ୍ଣାଟକ ଏବଂ ମଧ୍ୟପ୍ରଦେଶରେ କ୍ଷମତାକୁ ଫେରିଛି।

ସାରା ଦେଶରେ କଂଗ୍ରେସ ଏବେ ତିନୋଟି ରାଜ୍ୟ ଛତିଶଗଡ଼, ରାଜସ୍ଥାନ, ପଞ୍ଜାବରେ କଂଗ୍ରେସ ମଜବୁତ ସ୍ଥିତିରେ ରହିଛି। ସେହିପରି ଝାଡ଼ଖଣ୍ଡ ଏବଂ ମହାରାଷ୍ଟରେ ମେଣ୍ଟରେ ସାମିଲ୍ ଅଛି। ଏହି ଦୁଇ ରାଜ୍ୟରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଓ ଶିବସେନା ସରକାରର ନେତୃତ୍ୱ ନେଉଛନ୍ତି।

ପୁଡ଼ୁଚେରୀରେ ସରକାର ଭାଙ୍ଗିବା ପରେ କଂଗ୍ରେସ ନେତା କହିଛନ୍ତି ଯଦିଓ ଦଳ ଫ୍ଲାର ଟେଷ୍ଟରେ ବହୁମତ ସାବ୍ୟସ୍ତ କରିପାରିନାହିଁ, ହେଲେ ଆଗାମୀ ଦିନରେ ନିର୍ବାଚନ ହେଲେ ନାରାୟଣସ୍ୱାମୀଙ୍କ ନେତୃତ୍ୱରେ କଂଗ୍ରେସ ଏଠାରେ ଭଲ ପ୍ରଦର୍ଶନ କରିବ। ଆଉ ବିରୋଧୀ ଉଚିତ୍ ଜବାବ ପାଇବେ।

ବିଧାନସଭାରେ ଫ୍ଲୋର ଟେଷ୍ଟ ପୂର୍ବରୁ ମୁଖ୍ୟମନ୍ତ୍ରୀ ନାରାୟଣସ୍ୱାମୀ ବିଧାନସଭାକୁ ସମ୍ୱୋଧନ କରିଥିଲେ। ଆଉ ତାଙ୍କ ସରକାରର ପତନ ପଛରେ କେନ୍ଦ୍ରର ଶାସକ ଦଳ ବିଜେପି ଏବଂ ପୂର୍ବତନ ଉପରାଜ୍ୟପାଳ କିରଣ ବେଦୀଙ୍କୁ ସେ ଦାୟୀ କରିଥିଲେ। ରାଜ୍ୟରେ ବିରୋଧୀ ଦଳ ବିଜେପି ସହ ମିଶି ଷଡ଼ଯନ୍ତ୍ର କରିବାରୁ ତାଙ୍କ ସରକାରର ପତନ ହେବାକୁ ଯାଉଛି ବୋଲି ନାରାୟଣସ୍ୱାମୀ କହିଥିଲେ। ସେହିପରି କଂଗ୍ରେସ ନେତା ବିକେ ହରିପ୍ରସାଦ କହିଛନ୍ତି ବିଜେପି ସେହି ରାଜ୍ୟରେ ନିର୍ବାଚିତ ସରକାରକୁ ଭାଙ୍ଗୁଛି ଯେଉଁଠି ସେ ନିର୍ବାଚନରେ ବିଜୟୀ ହୋଇପାରିବ ନାହିଁ।

ସେ କହିଛନ୍ତି ଗତବର୍ଷ ଠିକ୍ ଏହି ସମୟରେ କଂଗ୍ରେସର ପୂର୍ବତନ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବିଦ୍ରୋହ ପାଇଁ କମଲନାଥ ସରକାର ଭାଙ୍ଗିଯାଇଥିଲା। ରାଜ୍ୟରେ କଂଗ୍ରେସ ୧୫ ବର୍ଷ ପରେ କ୍ଷମତାକୁ ଫେରିଥିଲା। ହେଲେ ବିଜେପି ସିନ୍ଧିଆଙ୍କ ସହ ମିଶି କଂଗ୍ରେସ ସରକାରକୁ ଭାଙ୍ଗିବାରେ ସଫଳ ହୋଇଥିଲା।

ସୂଚନାଯୋଗ୍ୟ, ଦକ୍ଷିଣ ଭାରତରେ ପୁଡ଼ୁଚେରୀରେ କଂଗ୍ରେସ ସରକାରରେ ଥିଲା। ହେଲେ ସରକାରର ପତନ ପରେ ଦକ୍ଷିଣ ଭାରତରୁ ମୂଳପୋଛ ହୋଇଯାଇଛି କଂଗ୍ରେସ। ଅନ୍ୟପଟେ ଦକ୍ଷିଣ ଭାରତର ଅନ୍ୟତମ ରାଜ୍ୟ କର୍ଣ୍ଣାଟକରେ ବିଜେପି କ୍ଷମତାରେ ରହିଛି। ସେହିପରି ତାମିଲନାଡୁ, ଆନ୍ଧ୍ର ପ୍ରଦେଶରେ ଏଆଇଏମଡିଏମକେ ଓ ଓ୍ୱାଇଏସଆର କଂଗ୍ରେସ କ୍ଷମତାରେ ରହିଛି।

Related story