ଏଠି ଡୁପ୍ଲିକେଟ୍ ସରକାର, ଫିଙ୍ଗି ଦିଅ: ନଡ୍ଡା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପୂର୍ବରୁ ଶାସକ ବିଜେଡି ଓ ବିଜେପି ରାଜଧାନୀ ଭୁବନେଶ୍ୱରରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ କରି ବଳ କଷାକଷି ହେଉଥିବାବେଳେ ଏଠି ଡୁପ୍ଲିକେଟ୍ ସରକାର ଚାଲିଛି ଓ ଏହାକୁ ବିଦା କରାଯିବା ଦରକାର ବୋଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆହ୍ୱାନ ଦେଇଛନ୍ତି । ଦଳର ୮ହଜାର ଶକ୍ତିକେନ୍ଦ୍ରର ମୁଖ୍ୟ,ପ୍ରଭାରୀ ଓ ସହପ୍ରଭାରୀଙ୍କୁ ସମ୍ବୋଧିତ କରି ମୋଦି ସରକାରର ସଫଳତା ଓ ଓଡ଼ିଶା ପ୍ରତି ଅବଦାନକୁ ଘରେଘରେ ପହଂଚାଇବାକୁ ପରାମର୍ଶ […]

BJP

BJP

Ordigital Desk
  • Published: Thursday, 29 September 2022
  • Updated: 29 September 2022, 09:00 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପୂର୍ବରୁ ଶାସକ ବିଜେଡି ଓ ବିଜେପି ରାଜଧାନୀ ଭୁବନେଶ୍ୱରରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ କରି ବଳ କଷାକଷି ହେଉଥିବାବେଳେ ଏଠି ଡୁପ୍ଲିକେଟ୍ ସରକାର ଚାଲିଛି ଓ ଏହାକୁ ବିଦା କରାଯିବା ଦରକାର ବୋଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆହ୍ୱାନ ଦେଇଛନ୍ତି । ଦଳର ୮ହଜାର ଶକ୍ତିକେନ୍ଦ୍ରର ମୁଖ୍ୟ,ପ୍ରଭାରୀ ଓ ସହପ୍ରଭାରୀଙ୍କୁ ସମ୍ବୋଧିତ କରି ମୋଦି ସରକାରର ସଫଳତା ଓ ଓଡ଼ିଶା ପ୍ରତି ଅବଦାନକୁ ଘରେଘରେ ପହଂଚାଇବାକୁ ପରାମର୍ଶ ଦେଇଛନ୍ତି । ଏହାସହିତ ପଂଚାୟତ ଓ ପୌର ନିର୍ବାଚନରେ ବିଫଳ ହୋଇଥିବା ବିଜେପି କର୍ମୀଙ୍କ ମନୋବଳ ବୃଦ୍ଧି ପାଇଁ ପ୍ରୟାସ କରିଥିଲେ । ତେବେ ଶ୍ରୀ ନଡ୍ଡା ନିଜ ଭାଷଣରେ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁ ନେଇନାହାନ୍ତି କିମ୍ବା ତାଙ୍କୁ ସିଧାସଳଖ ସମାଲୋଚନା କରିନଥିବା ଦେଖିବାକୁ ମିଳିଛି ।
ଆଜି ଜନତା ମଇଦାନରେ ଆୟୋଜିତ ବିଜେପିର ଶକ୍ତିକେନ୍ଦ୍ର କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ‘ଜୟ ଜଗନ୍ନାଥ’ କହି ନିଜର ଭାଷଣ ଆରମ୍ଭ କରିଥିବା ଶ୍ରୀ ନଡ୍ଡା କହିଛନ୍ତି ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଏଠି ସୁରକ୍ଷିତ ନାହିଁ । ଏଠି ସରକାର ତ ଡୁପ୍ଲିକେଟ୍ । ଆଉ ଚାବି ଡୁପ୍ଲିକେଟ୍ ହେବନି ତ କ’ଣ ହେବ । ଏଠି ସରକାର ଆକଣ୍ଠ ଦୁର୍ନୀତିରେ ବୁଡ଼ି ରହିଛି । ନେତାଙ୍କ ବିନା ସହଯୋଗରେ ଦୁର୍ନୀତି ତ ହେବନି । ମନରେଗା ଅର୍ଥ ବାଟମାରଣା ହେଉଛି । ଏ ସରକାର ଥପ୍ପା ମାରିବାର ସରକାର । ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ବିଜୁ ପକ୍କାଘରର ଥପ୍ପା ମାରି ପ୍ରଚାର କରୁଛନ୍ତି । ରକ୍ଷକ ଏଠି ଭକ୍ଷକ ସାଜିଛି । ୩ଜଣ ମନ୍ତ୍ରୀ ହତ୍ୟା ମାମଲାରେ ସମ୍ପୃକ୍ତ । ଆୟୁଷ୍ମାନ ଯୋଜନାକୁ ଓଡ଼ିଶାରେ ଲାଗୁ କରାଯାଉନଥିବାରୁ ୬୦ଲକ୍ଷ ପରିବାର ଏହି ସୁବିଧାରୁ ବଂଚିତ ଅଛନ୍ତି । ଓଡ଼ିଶାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ । ଆମ୍ବୁଲାନ୍ସ ନାହିଁ । ଶବକୁ ସାଇକେଲରେ ବୁହା ଯାଉଛି । ମହିଳା ରାସ୍ତା କଡ଼ରେ ପ୍ରସବ କରୁଛନ୍ତି । ଏହା ହିଁ କୁଶାସନର ଫଳ । ତେଣୁ ଏଭଳି ସରକାରକୁ ଫିଙ୍ଗି ଦେଇ ଓଡ଼ିଶାରେ ଡବଲ ଇଞ୍ଜିନର ସରକାର ଆଣିବାକୁ ଶ୍ରୀ ନଡ୍ଡା ଆହ୍ୱାନ କରିଛନ୍ତି । ଏମିତି ସରକାର ରହିବା କ’ଣ ଦରକାର ବୋଲି ସେ କହିଥିଲେ ।
ଶ୍ରୀ ନଡ୍ଡା ଆହୁରି ମଧ୍ୟ କହିଛନ୍ତି ଯେ, ଓଡ଼ିଶାର ଅସ୍ମିତା କଥା କିଏ ଚିନ୍ତା କରୁଛି । ଅଟଳ ବିହାରୀ ବାଜପେୟୀ ସରକାର ସମୟରେ ଭୁବନେଶ୍ୱରରେ ଏମ୍ସ ପ୍ରତିଷ୍ଠା ହେଲା । ମୋଦି ସରକାର ଆଇଆଇଏମ୍ ଦେଲେ । ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁଙ୍କ ନିଯୁକ୍ତି ଓଡ଼ିଶା ପାଇଁ ଗର୍ବର ବିଷୟ । ଓଡ଼ିଶାକୁ ୧୫ଟି ପଦ୍ମ ପୁରସ୍କାର ମିଳିଛି । ଓଡ଼ିଶାରେ ବିକାଶର ନୂଆ ଅଧ୍ୟାୟ ଲେଖା ହେଉଛି । ୩୦୦କୋଟି ଟଙ୍କାରେ ଭୁବନେଶ୍ୱର ରେଳ ଷ୍ଟେସନର ନବୀକରଣ, ଓଡ଼ିଶାରେ ୮୭ଟି ଏକଲବ୍ୟ ସ୍କୁଲ ସ୍ଥାପନ, ୨୨୦କୋଟି ଟଙ୍କାର ମହାନଦୀ ବେସିନ ପ୍ରକଳ୍ପ, ଓଡ଼ିଶାର ୧୪ଲକ୍ଷ ୫୦ହଜାର ଘରକୁ ବିଦ୍ୟୁତ ସଂଯୋଗ, ୪.୪୦ଲକ୍ଷ ଯୁବକଙ୍କୁ ଋଣ ସହାୟତା, ସାଢ଼େ ୪ଲକ୍ଷ ଚାଷୀଙ୍କୁ ପିଏମ୍ କିଷାନ ସହାୟତା, ଜଳଜୀବନ ମିଶନରେ ୪୩ଲକ୍ଷ ହିତାଧିକାରୀଙ୍କୁ ୩୩୨୩ କୋଟି ଟକା ପ୍ରଦାନ, ୧୩୦୦କିମି ଜାତୀୟ ରାଜପଥର ଉନ୍ନତିକରଣ, ୧୨୧୪କିମି ନୂଆ ରାଜପଥ ନିର୍ମାଣ ଭଳି କାର୍ଯ୍ୟ ଓଡ଼ିଶାରେ ମୋଦି ସରକାରଙ୍କ ନେତୃତ୍ୱରେ ସମ୍ଭବପର ହୋଇଛି ।
କଂଗ୍ରେସରେ ଆଉ ଜାତୀୟତା ନାହିଁ । ଏହା ଭାଇଭଉଣୀ ଓ ପରିବାର ପାର୍ଟି ହୋଇଛି । ପରିବାରବାଦର ରାଜନୀତି ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ଅଛି । ଓଡ଼ିଶାରେ ବିଜୁଙ୍କ ନାଁରେ ପାର୍ଟି ରହିଛି । ବିଜେପିକୁ ଛାଡ଼ି ଦେଲେ ଅନ୍ୟ ସବୁ ପରିବାର ପାର୍ଟି । ବିଜେପି ହେଉଛି ବିଚାରଧାରାର ପାର୍ଟି ବୋଲି ସେ କହିଛନ୍ତି । ଏହାସହିତ ମୋଦି ସରକାରଙ୍କ ବାର୍ତ୍ତାକୁ ନେଇ ପ୍ରତ୍ୟେକ ବୁଥରେ ପହଂଚାଇବାକୁ ସେ ଆହ୍ୱାନ କରିଛନ୍ତି ।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁ ଧରି ନଥିଲେ । ମହିଳା ସଶକ୍ତିକରଣର ଡିଣ୍ଡିମ ରାଜ୍ୟ ସରକାର ପିଟୁଥିବାବେଳେ ଗତ ଦୁଇବର୍ଷରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା କମିଛି । ମୁଣ୍ଡପିଛା ଆୟ ସର୍ବାଧିକ ଦର୍ଶାଉଛନ୍ତି, ଏପଟେ ରାଜ୍ୟର ଲୋକେ ଦାଦନ ଖଟିବାକୁ ଯାଉଛନ୍ତି । ରାଜ୍ୟ ସରକାର ଆତ୍ମପ୍ରଚାରରେ ବ୍ୟସ୍ତ । ନିଜର ସ୍ୱାର୍ଥ ପାଇଁ ଜନକଲ୍ୟାଣକୁ ଭୁଲି ଯାଇଛନ୍ତି । ରାଜ୍ୟ ସରକାର ଧ୍ରୁତରାଷ୍ଟ୍ର ସାଜିଛି । ଦୁର୍ଯ୍ୟୋଧନର ମାନସିକତା ରଖିଛନ୍ତି । ଓଡ଼ିଶାରେ ୩୬ହଜାର ବୁଥକୁ ମଜଭୁତ କରିବା ପାଇଁ ସେ ସମସ୍ତଙ୍କୁ ଦୃଢ଼ ପରିଶ୍ରମ କରିବାକୁ ଆହ୍ୱାନ କରିଛନ୍ତି । ଏବେ ପରୀକ୍ଷା ଦେବା ୨୦୨୪ରେ ଉତ୍ତର ଆସିବ ବୋଲି ଶ୍ରୀ ପ୍ରଧାନ କହିଥିଲେ ।
ସେହିପରି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଶକ୍ତିକେନ୍ଦ୍ର ମୁଖ୍ୟ ଓ ପ୍ରଭାରୀମାନଙ୍କୁ ସମ୍ବୋଧିତ କରି କହିଥିଲେ ଯେ, ରାଜ୍ୟରେ ବିଜେପି ଏବେ ମୁଖ୍ୟ ବିରୋଧୀ ଦଳ । ଖୁବକମ୍ ସମୟରେ ବିଜେପି ରାଜ୍ୟରେ ଏକ ନମ୍ବର ଦଳ ହେବ । ବିଜେପି ପରିବାର ପାଇଁ ନୁହେଁ ବରଂ ଦେଶ ପାଇଁ କାମ କରେ । ବିଜେପି ଗ୍ରାଉଣ୍ଡ ଫ୍ଲୋରରେ ରହି କାର୍ଯ୍ୟ କରେ । କେଉଁ ସେକେଣ୍ଡ କି ଥାର୍ଡ ଫ୍ଲୋରରେ ନୁହେଁ ବୋଲି ଶ୍ରୀ ପଣ୍ଡା କହିଥିଲେ ।
ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଥିଲେ ଯେ, ଏଠିକା ମୁଖ୍ୟମନ୍ତ୍ରୀ ସାଧକ ନୁହଁନ୍ତି ବାଧକ । ଶକ୍ତି କେନ୍ଦ୍ରଗୁଡ଼ିକ ଦଳୀୟ ସଂଗଠନକୁ ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି । ନବୀନ ପଟ୍ଟନାୟକ ସରକାରକୁ ବଙ୍ଗୋପସାଗରରେ ଫିଙ୍ଗିବା ପାଇଁ ସେ ଆହ୍ୱାନ ଦେଇଥିଲେ ।
ଏମାନଙ୍କ ବ୍ୟତୀତ ବିଜେପିର ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ନିଜର ମତ ଉପସ୍ଥାପନ କରିଥିଲେ । ଏହି ଦୁଇଦିନିଆ କାର୍ଯ୍ୟକ୍ରମର ଆଜି ପ୍ରଥମ ଦିନରେ ବିଜେପିର ପ୍ରାୟ ୨୬ହଜାର କର୍ମୀ ଓ ନେତା ଯୋଗ ଦେଇଥିଲେ । ସୂଚନାଯୋଗ୍ୟ, ଶ୍ରୀ ନଡ୍ଡାଙ୍କୁ ଦଳ ପକ୍ଷରୁ ଭୁବନେଶ୍ୱର ବିମାନ ବନ୍ଦର ଓ ଦଳୀୟ କାର୍ଯ୍ୟାଳୟରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story