Advertisment

ନିରାଶ ହେଲେ ସୁଶାନ୍ତ ସିଂ, ଅସନ୍ତୋଷ ଝାଡ଼ିଲେ ସମର୍ଥକ

‘ସୁଶାନ୍ତ ସିଂଙ୍କ ଭଳି ଜଣେ ଦୃଢ଼ ସଙ୍ଗଠକଙ୍କୁ ମନ୍ତ୍ରୀ ପଦ ନମିଳିବା ଆମକୁ ବହୁ କଷ୍ଟ ଦେଉଛି।’

ଅଦ୍ୟତନ ହୋଇଛି
BJD

BJD

Advertisment

ଫୋନ୍‌ କଲ୍ ଆସିଲାନି। ନିରାଶ ହେଲେ ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ତଥା ଭଟଲି ବିଧାୟକ ସୁଶାନ୍ତ ସିଂ। ତାଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିନଥିବାରୁ ସେ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଛି। ଏନେଇ ସୁଶାନ୍ତ ମୁହଁ ଖୋଲିନଥିବା ବେଳେ ତାଙ୍କ ସମର୍ଥକମାନେ ସିଧାସିଧା ଅସନ୍ତୋଷ ଝାଡ଼ିଛନ୍ତି।

Advertisment

ସୁଶାନ୍ତ ସିଂଙ୍କୁ ମନ୍ତ୍ରୀ ପଦ ମିଳିନଥିବାରୁ ଖପ୍ପା ହୋଇଛନ୍ତି ବରଗଡ଼ ଜିଲ୍ଲା ଯୁବ ବିଜେଡି ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀ। ସେ କହିଛନ୍ତି, ସୁଶାନ୍ତ ମନ୍ତ୍ରୀ ପଦ ପାଇବେ ବୋଲି ବରଗଡ଼ବାସୀ ଓ ପୂରା ପଶ୍ଚିମ ଓଡ଼ିଶାବାସୀ ଆଶାବାଦୀ ଥିଲେ। ହେଲେ ତାଙ୍କୁ ମନ୍ତ୍ରୀ ପଦ ନମିଳିବାରୁ ଆମେ ସମସ୍ତେ ନିରାଶ ହୋଇଛୁ। ଏହାକୁ ନେଇ ବରଗଡ଼, ବଲାଙ୍ଗିର ଓ ସମ୍ବଲପୁରରେ ଅସନ୍ତୋଷ ସୃଷ୍ଟି ହେଲାଣି ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି।

ସେ ଆହୁରି କହିଛନ୍ତି, ବିଜେପୁର ଉପନିର୍ବାଚନ ବେଳେ ସୁଶାନ୍ତଙ୍କ କଥାରେ ବିଶ୍ୱାସ କରି ଦଳକୁ ଆସିଥିଲୁ। ଯଦି ସେ ନିଜେ ସୁରକ୍ଷିତ ନୁହଁନ୍ତି, ତାହାହେଲେ ଆମେ ଯୁବପିଢ଼ି କି ଆଶା କରିବୁ। ସୁଶାନ୍ତ ସିଂଙ୍କ ଭଳି ଜଣେ ଦୃଢ଼ ସଙ୍ଗଠକଙ୍କୁ ମନ୍ତ୍ରୀ ପଦ ନମିଳିବା ଆମକୁ ବହୁ କଷ୍ଟ ଦେଉଛି। ଯଦି ଏମିତି ଅବହେଳା କରାଯାଏ, ତାହାହେଲେ ଆମକୁ ଚିନ୍ତା କରିବାକୁ ପଡ଼ିବ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି।

Advertisment

ପ୍ରତିବାଦରେ ଦଳରୁ ସମୂହ ଇସ୍ତଫା ଦେବେ କି ବୋଲି ପଚରା ଯିବାରେ ପ୍ରଦ୍ୟୁମ୍ନ କହିଛନ୍ତି, ହଁ ସେମିତି ସମସ୍ତେ କହୁଛନ୍ତି।

ଅନ୍ୟପକ୍ଷରେ ସୁଶାନ୍ତ ସିଂ କହିଛନ୍ତି ଯେ ବ୍ୟକ୍ତିଗତ ଭାବେ ତାଙ୍କର କିଛି ଅସନ୍ତୋଷ ନାହିଁ। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କର ଆଶୀର୍ବାଦ ଆମ ଉପରେ ସବୁବେଳେ ରହିଛି। କିଏ କେଉଁଠି ଅସନ୍ତୋଷ ଥିବ, ମୁଁ ଜାଣିନି। ଯିଏ ମୋ ପାଖକୁ ଆସୁଥିଲେ, ମୁଁ ସେମାନଙ୍କୁ ବୁଝାଇ ଦେଇଛି। ସାର୍ ଆମ କାମ କରିଦେଉଛନ୍ତି ବୋଲି ମୁଁ ସେମାନଙ୍କୁ ବୁଝାଇ ଦେଇଛି। କାହାର କଣ ଥିବ, ବ୍ୟକ୍ତିଗତ ଭାବେ ମୋର କିଛି ଅସନ୍ତୋଷ ନାହିଁ। 

ପଶ୍ଚିମ ଓଡ଼ିଶାର ଅନ୍ୟତମ ଟାଣୁଆ ନେତା ହେଉଛନ୍ତି ସୁଶାନ୍ତ ସିଂ। କୁହାଯାଉଛି, ସୁଶାନ୍ତ ସିଂଙ୍କ ରଣକୌଶଳ ପାଇଁ ବିଜେଡି ବିଜେପୁର, ବ୍ରଜରାଜନଗର ଓ ପଦ୍ମପୁର ଉପ ନିର୍ବାଚନରେ ବିଜୟୀ ହୋଇଥିଲା। ହେଲେ ଝାରସୁଗୁଡ଼ା ବିଧାୟକ ତଥା ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ହତ୍ୟା ମାମଲାରେ ସେ ବିବାଦୀୟ ହୋଇପଡ଼ିଥିଲେ। ବିରୋଧୀ ସିଧାସିଧା ତାଙ୍କ ନାଁ ଧରିଥିଲେ। କିନ୍ତୁ ରାଜ୍ୟ ସରକାର ତାଙ୍କୁ ରକ୍ଷା ଦେଇଥିବା ଚର୍ଚ୍ଚା ହୋଇଥିଲା। ତେବେ ଝରସୁଗୁଡ଼ା ଫଳାଫଳ ପରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେଉଥିବାରୁ ତାଙ୍କୁ ମନ୍ତ୍ରୀ ପଦ ମିଳିବ ବୋଲି ନିଜେ ସୁଶାନ୍ତ ଓ ତାଙ୍କ ସମର୍ଥକ ଆଶା କରିଥିଲେ। ସେଥିପାଇଁ ଫୋନ୍‌ କଲକୁ ଅପେକ୍ଷା କରିଥିଲେ। ହେଲେ ଆସିଲା ନାହିଁ ଫୋନ୍‌କଲ। ଅନ୍ୟମାନେ ମନ୍ତ୍ରୀ ଭାବେ ଆଜି ଶପଥ ନେଲେ। ଏହା ପରେ ସୁଶାନ୍ତଙ୍କ ସମର୍ଥକ ଖପ୍ପା ହୋଇଛନ୍ତି।

BjD Naveen Patnaik Bjd Leader Sushant Sing
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe