କଭି ଖୁସି କଭି ଗମ୍ ହେଉଛି ‘ବିଜେଡି-ବିଜେପି’ ରାଜନୀତି: ନିରଞ୍ଜନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚିଟଫଣ୍ଡ କେଳେଙ୍କାରୀ ମାମଲାରେ ସିବିଆଇର କାର୍ଯ୍ୟାନୁଷ୍ଠାନ ବିଜେଡି ଓ ବିଜେପି ରାଜନୀତିରେ କଭି ଖୁସି କଭି ଗମ୍ ଭଳି ସ୍ଥିତି ତିଆରି କରିଛି। ଏବେ ରାଜ୍ୟବାସୀ ଓଡ଼ିଶା ରାଜନୀତିର ଏକ ନୂଆ ଚିତ୍ର ଦେଖୁଛନ୍ତି। ଏହି ଚିତ୍ରରେ କୃଷି ବିଲ୍‌କୁ ନେଇ ବିଜେଡି-ବିଜେପି ମଧ୍ୟରେ ଯେଉଁ ରାଜନୀତି ଚାଲିଛି ତାହା ହାସ୍ୟାସ୍ପଦ ଏବଂ ଆଲୋଚନା ସାପେକ୍ଷ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ଶ୍ରୀ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, […]

niranjan-2-750x430

Manoranjan Sial
  • Published: Monday, 21 September 2020
  • , Updated: 21 September 2020, 10:42 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚିଟଫଣ୍ଡ କେଳେଙ୍କାରୀ ମାମଲାରେ ସିବିଆଇର କାର୍ଯ୍ୟାନୁଷ୍ଠାନ ବିଜେଡି ଓ ବିଜେପି ରାଜନୀତିରେ କଭି ଖୁସି କଭି ଗମ୍ ଭଳି ସ୍ଥିତି ତିଆରି କରିଛି। ଏବେ ରାଜ୍ୟବାସୀ ଓଡ଼ିଶା ରାଜନୀତିର ଏକ ନୂଆ ଚିତ୍ର ଦେଖୁଛନ୍ତି। ଏହି ଚିତ୍ରରେ କୃଷି ବିଲ୍‌କୁ ନେଇ ବିଜେଡି-ବିଜେପି ମଧ୍ୟରେ ଯେଉଁ ରାଜନୀତି ଚାଲିଛି ତାହା ହାସ୍ୟାସ୍ପଦ ଏବଂ ଆଲୋଚନା ସାପେକ୍ଷ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।

ଶ୍ରୀ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଲୋକସଭାରେ ବିଜେଡି ସାଂସଦମାନେ କୃଷି ବିଲ୍‌କୁ ସମର୍ଥନ କଲେ କିନ୍ତୁ ରାଜ୍ୟସଭାରେ ପ୍ରଶ୍ନ ଉଠାଇଲେ ଓ ବିରୋଧ କଲେ। ଯେଉଁସବୁ ଆଭିମୁଖ୍ୟ ରଖି ବିଜେଡ଼ି ରାଜ୍ୟସଭାରେ ପ୍ରଶ୍ନ ଉତ୍‌ଥାପନ କଲା ଲୋକସଭାରେ ସେସବୁ ପ୍ରଶ୍ନ ଉତଥାପନ କରିନଥିଲେ କାହିଁକି? ଏଥିରୁ ଅନୁମେୟ ଯେ ବିଜେଡି ଓ ବିଜେପି ଉଭୟ ‘କଭି ଖୁସ୍ କଭି ଗମ୍‌’ ଭଳି ରାଜନୀତି କରୁଛନ୍ତିି। ସିବିଆଇ ଚଢ଼ାଉ ବିଜେଡିକୁ ଆଘାତ କଲା। ସିବିଆଇ ଚଢ଼ାଉକୁ ଯଦି ଏମାନେ ଆଘାତ ବୋଲି ଭାବୁଛନ୍ତି ତା’ହେଲେ ୭-୮ ବର୍ଷ ହେଲାଣି ଲକ୍ଷ ଲକ୍ଷ ଲୋକ ଚିଟ୍‌ଫଣ୍ଡ୍‌କୁ ଟଙ୍କା ଦେଇ ବସିଛନ୍ତି, ତା ଉପରେ କିଛି କରୁନାହାନ୍ତି କାହିଁକି। ସରକାର ସେମାନଙ୍କର ଦୁଃଖ ବୁଝିଲେ ନାହିଁ। ସରକାର କମିଶନ ବସାଇଲେ ଓ କମିଶନ ଭାଙ୍ଗିଲେ। କମିଶନ ଭାଙ୍ଗିଲା ବେଳେ ପ୍ରାୟ ୭ ଲକ୍ଷ ଦରଖାସ୍ତ ପଡ଼ି ରହିଥିଲା। ଯାହାକି କମିଶନଙ୍କ ଦୃଷ୍ଟିଗୋଚରକୁ ଆସିନଥିଲା। ତା’ ଉପରେ ମଧ୍ୟ କୌଣସି ନିଷ୍ପତ୍ତ ହୋଇନଥିଲା। ଏହିଭଳି ହାସ୍ୟାସ୍ପଦ ରାଜନୀତି ଓଡ଼ିଶାରେ କେତେଦିନ ଚାଲିବ ବୋଲି ସେ ପ୍ରଶ୍ନ କରିଛନ୍ତି? ବିଜେଡି ଦଳ ସିବିଆଇକୁ ଭୟକରି ନିର୍ବାଚନ ଏବଂ ସିବିଆଇ କେଳେଙ୍କାରୀ କଥା କହୁଛନ୍ତି । ତେବେ ସିବିଆଇକୁ ବିଜେଡିର ଏତେ ଭୟ କାହିଁକି? ସିବିଆଇ ବି ଯଦି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା ତାହା ଶୀଘ୍ର ନକରି ୭-୮ ବର୍ଷ ଧରି କେସ୍‌କୁ ପକାଇ ରଖିଛିି କାହିଁକି? ଏ କ’ଣ ବିଜେଡି ନେତାଙ୍କ ମୁଣ୍ଡ ଉପରେ ଏକ ଖଣ୍ଡା ଧାର କରି ରହିଛନ୍ତି ଏବଂ ବିଜେଡି ମଧ୍ୟ ସିବିଆଇ ନେଇ ଭୟଭୀତ ଅବସ୍ଥାରେ ରହିଛନ୍ତି। ଯେଉଁଥିପାଇଁ କି ସବୁବେଳେ ତାଙ୍କ ସହିତ ସବୁ କ୍ଷେତ୍ରରେ ସାଲିସ୍ କରୁଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ଦ୍ୱିତୀୟ କଥା ଯେଉଁ କୃଷି ବିଲ୍ କଥା ଆଲୋଚନା କରାଯାଉଛି କୃଷିବିଲ୍‌ରେ ବହୁ ଗୂଢ଼ ତଥ୍ୟ ରହିଛି। ସରକାର ବହୁ ମିଠାକଥା କହିଛନ୍ତି, ଭାଷଣ ଦେଇଛନ୍ତି, ଲୋକମାନଙ୍କର ସବୁ ସୁବିଧା ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। କିନ୍ତୁ ସେ ପ୍ରତିଶ୍ରୁତିଗୁଡିକ କିଭଳି ପାଳନ କରାଯିବ ଉଦାହରଣ ସ୍ୱରୂପ ଚାଷୀ ବିକିବା ମୂଲ୍ୟ ଏବଂ ଖାଉଟି ଖାଇବା ମୂଲ୍ୟ ଭିତରେ ଭାରତବର୍ଷରେ ସବୁଠାରୁ ବେଶୀ ପ୍ରଭେଦ। ଯେପରି ଜିଏସ୍‌ଟି ଏବଂ ବିମୁଦ୍ରୀକରଣ ଦ୍ୱାରା ଭାରତର ଅର୍ଥନୀତି ଅଗ୍ରସର ହେବ ବୋଲି କୁହାଗଲା କିନ୍ତୁ ସାଧାରଣ ଲୋକ ଓ ଚାଷୀମାନେ ହଇରାଣ ହେଲେ। ତେଣୁ ଭାଷଣ ଦେଇ ଦେଇ କେତେଦିନ ଭାରତୀୟଙ୍କୁ ଆଉ କେତେ ପ୍ରତାରିତ କରିବେ ବୋଲି ସେ ପ୍ରଶ୍ନ କରିବା ସହ କେନ୍ଦ୍ର ଓ ରାଜ୍ୟରେ କେବଳ ପ୍ରତିଶୃତି, ପ୍ରତାରଣା ଓ ପ୍ରଚାର (ଥ୍ରୀ -ପି) ର ସରକାର ଚାଲିଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

Related story