୧୦ରେ କୋଟିଆ ଯିବେ ନିରଞ୍ଜନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋରାପୁଟର ସୀମାବର୍ତ୍ତୀ କୋଟିଆ ପଂଚାୟତକୁ ଚଳିତମାସ ୧୦ତାରିଖରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସର ଏକ ପ୍ରତିନିଧି ଦଳ ଗସ୍ତ କରିବ। ଆନ୍ଧ୍ରପ୍ରଦେଶ ସରକାର ଅଗଣତାନ୍ତ୍ରିକ ଭାବେ ଓଡ଼ିଶାର ମାଟିରେ ପଂଚାୟତ ନିର୍ବାଚନ କରାଇବାକୁ କଂଗ୍ରେସ ନିନ୍ଦା କରିବା ସହ ସେହି ଅଂଚଳକୁ ସରଜମିନ୍ ଦେଖିବାର କାର୍ଯ୍ୟକ୍ରମ ରହିଛି। ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, କୋଟିଆ ପଂଚାୟତରେ ଆନ୍ଧ୍ରପ୍ରଦେଶ ସରକାର ଗତମାସ ୧୩ତାରିଖ ଅଗଣତାନ୍ତ୍ରିକ ଭାବେ ପଂଚାୟତ […]

niranjan

Ordigital Desk
  • Published: Monday, 08 March 2021
  • , Updated: 08 March 2021, 09:59 PM IST
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋରାପୁଟର ସୀମାବର୍ତ୍ତୀ କୋଟିଆ ପଂଚାୟତକୁ ଚଳିତମାସ ୧୦ତାରିଖରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସର ଏକ ପ୍ରତିନିଧି ଦଳ ଗସ୍ତ କରିବ। ଆନ୍ଧ୍ରପ୍ରଦେଶ ସରକାର ଅଗଣତାନ୍ତ୍ରିକ ଭାବେ ଓଡ଼ିଶାର ମାଟିରେ ପଂଚାୟତ ନିର୍ବାଚନ କରାଇବାକୁ କଂଗ୍ରେସ ନିନ୍ଦା କରିବା ସହ ସେହି ଅଂଚଳକୁ ସରଜମିନ୍ ଦେଖିବାର କାର୍ଯ୍ୟକ୍ରମ ରହିଛି।
ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, କୋଟିଆ ପଂଚାୟତରେ ଆନ୍ଧ୍ରପ୍ରଦେଶ ସରକାର ଗତମାସ ୧୩ତାରିଖ ଅଗଣତାନ୍ତ୍ରିକ ଭାବେ ପଂଚାୟତ ନିର୍ବାଚନ କରିଛନ୍ତି। ଏହା ଓଡ଼ିଶା ପାଇଁ ଅତ୍ୟନ୍ତ ନିନ୍ଦନୀୟ ଓ ଲଜ୍ଜାକର ଘଟଣା। ଓଡ଼ିଶା ଓ ଓଡ଼ିଶାବାସୀଙ୍କ ସ୍ୱାର୍ଥ ପ୍ରତି କଂଗ୍ରେସ ସବୁବେଳେ କାର୍ଯ୍ୟ କରିଆସିଛି। ତେଣୁ ଏହି ଘଟଣାକୁ ଗୁରୁତ୍ୱର ସହ ବିଚାରକୁ ନେଇ କଂଗ୍ରେସର ଏକ ପ୍ରତିନିଧି ଦଳ କୋଟିଆ ଅଂଚଳ ଗସ୍ତ କରିବ। ଶ୍ରୀ ପଟ୍ଟନାୟକ ଏଥିପାଇଁ ୧୦ତାରିଖ ସକାଳ ୧ଟା ସମୟରେ ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୁନ୍ଦୁଲି ଛକଠାରେ ଦଳୀୟ ନେତୃବୃନ୍ଦଙ୍କୁ ଏକଜୁଟ ହେବାକୁ ପରାମର୍ଶ ଦେଇଛନ୍ତି। ସେଠାରୁ ପ୍ରତିନିଧି ଦଳ କୋଟିଆର ବିଭିନ୍ନ ଅଂଚଳକୁ ଗସ୍ତ କରିବ ବୋଲି ପିସିସି ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ, କୋଟିଆରେ ଆନ୍ଧ୍ର ସରକାର ପଂଚାୟତ ନିର୍ବାଚନ କରିବାପରେ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । ଓଡ଼ିଶା ସରକାର ଏହା ପ୍ରତିବାଦରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

Related story