ସେପ୍ଟେମ୍ବରରେ ବିଧାନସଭା ଅଧିବେଶନ, ଡବଲ ଡୋଜ୍ ଟିକା ବାଧ୍ୟତାମୂଳକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସଂସଦର ମୌୀସୁମୀ ଅଧିବେଶନ ଆସନ୍ତା ୧୯ତାରିଖରୁ ଆରମ୍ଭ ହେଉଥିବାବେଳେ ବିଧାନସଭାର ମୌସୁମୀ ଅଧିବେଶନ ସେପ୍ଟେମ୍ବର ମାସରେ ବସିବ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି। ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଧାନସଭା ବାଚସ୍ପତି ଶ୍ରୀ ପାତ୍ର କହିଛନ୍ତି ଯେ, ଆସନ୍ତା ସେପ୍ଟେମ୍ବର ମାସରେ ବିଧାନସଭାର ମୌସୁମୀ ଅଧିବେଶନ ବସିବ। କୋଭିଡ୍ ଡବଲ ଡୋଜ୍ ଟିକା ନେଇଥିବା ବ୍ୟକ୍ତିଙ୍କୁୂ ହିଁ ଅଧିବେଶନରେ ସାମିଲ ହେବାକୁ ଅନିୁମତି ମିଳିବ। ମନ୍ତ୍ରୀ, ବିଧାୟକ, ବିଧାନସଭା କର୍ମଚାରୀ ଓ […]

Odisha assembely

Ordigital Desk
  • Published: Saturday, 03 July 2021
  • , Updated: 03 July 2021, 10:25 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସଂସଦର ମୌୀସୁମୀ ଅଧିବେଶନ ଆସନ୍ତା ୧୯ତାରିଖରୁ ଆରମ୍ଭ ହେଉଥିବାବେଳେ ବିଧାନସଭାର ମୌସୁମୀ ଅଧିବେଶନ ସେପ୍ଟେମ୍ବର ମାସରେ ବସିବ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି।

ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଧାନସଭା ବାଚସ୍ପତି ଶ୍ରୀ ପାତ୍ର କହିଛନ୍ତି ଯେ, ଆସନ୍ତା ସେପ୍ଟେମ୍ବର ମାସରେ ବିଧାନସଭାର ମୌସୁମୀ ଅଧିବେଶନ ବସିବ। କୋଭିଡ୍ ଡବଲ ଡୋଜ୍ ଟିକା ନେଇଥିବା ବ୍ୟକ୍ତିଙ୍କୁୂ ହିଁ ଅଧିବେଶନରେ ସାମିଲ ହେବାକୁ ଅନିୁମତି ମିଳିବ। ମନ୍ତ୍ରୀ, ବିଧାୟକ, ବିଧାନସଭା କର୍ମଚାରୀ ଓ ସାମ୍ବାଦିକମାନଙ୍କ ପାଇଁ କୋଭିଡ୍ ଡବଲ ଡୋଜ୍ ଟିକା ବାଧ୍ୟତାମୂଳକ।

ଯଦି କେହି ଡବଲ ଡୋଜ୍ ଟିକା ନେଇନଥିବେ ତାଙ୍କୁ ବିଧାନସଭାରେ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ। ଅଧିବେଶନ ଆରମ୍ଭ ହେବାର ୧୪ଦିନ ପୂର୍ବରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ପୂର୍ବ ଅଧିବେଶନ ୪ଦିନ ପୂର୍ବରୁ ଶେଷ ହୋଇଥିଲା। ତେବେ ନିୟମ ଅନୁସାରେ ବିଧାନସଭା ବର୍ଷକୁ ୬୦ଦିନ ବସିବ । ଏଥିପାଇଁ ପଦକ୍ଷେପ ନିଆଯାଉଛି ବୋଲି ବାଚସ୍ପତି ଶ୍ରୀ ପାତ୍ର କହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟ ସରକାର ମୌସୁମୀ ଅଧିବେଶନକୁ ଅଗଷ୍ଟ ପ୍ରଥମ ସପ୍ତାହରେ କରିବା ପାଇଁ ଯୋଜନା ରଖିଥିଲେ। କିନ୍ତୁ ମନ୍ତ୍ରିମଣ୍ଡଳ ଅଦଳବଦଳ ସମ୍ଭାବନାକୁ ଦୃଷ୍ଟିରେ ରଖି ବିଧାନସଭା ଅଧିବେଶନକୁ ପ୍ରାୟ ଦେଢ଼ମାସ ଘୁଂଚାଇ ଦିଆଯାଇଥିବା ଜଣାପଡ଼ିଛି। ଅବଶ୍ୟ କେନ୍ଦ୍ର ସରକାରରେ ମନ୍ତ୍ରିମଣ୍ଡଳ ଅଦଳବଦଳ ଉପରେ ରାଜ୍ୟ କ୍ୟାବିନେଟର ଅଦଳବଦଳ ନିର୍ଭର କରୁଛି ବୋଲି ବିଜେଡିର ଜଣେ ପ୍ରଭାବଶାଳୀ ନେତା ସୂଚନା ଦେଇଛନ୍ତି।

Related story