ମନ୍ତ୍ରୀଙ୍କ ଉତ୍ତର କପି ଚିରି ବାଚସ୍ପତିଙ୍କ ଟେବୁଲ୍‌କୁ ଫିଙ୍ଗିଲେ ବିରୋଧୀ ଦଳ ନେତା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଧାନ ମଣ୍ଡି ସମସ୍ୟା ନେଇ ଆଜି ପୁଣି ଗୃହରେ ହଙ୍ଗାମା ହୋଇଛି। ଅପରାହ୍ନ ୪ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ଚାଷୀ ସମସ୍ୟାକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରିଥିଲେ ବିଜେପି ବିଧାୟକ। ପରେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଉତ୍ତର କପି ଚିରି ବାଚସ୍ପତିଙ୍କ ଟେବୁଲ୍‌ ଉପରକୁ ଫିଙ୍ଗିଦେଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ। ସେହିପରି କଂଗ୍ରେସ ବିଧାୟକ ତାରା ବାହିନୀପତି ମଧ୍ୟ ବାଚସ୍ପତିଙ୍କୁ […]

bjp

Manoranjan Sial
  • Published: Saturday, 20 February 2021
  • , Updated: 20 February 2021, 05:43 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଧାନ ମଣ୍ଡି ସମସ୍ୟା ନେଇ ଆଜି ପୁଣି ଗୃହରେ ହଙ୍ଗାମା ହୋଇଛି। ଅପରାହ୍ନ ୪ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ଚାଷୀ ସମସ୍ୟାକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରିଥିଲେ ବିଜେପି ବିଧାୟକ। ପରେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଉତ୍ତର କପି ଚିରି ବାଚସ୍ପତିଙ୍କ ଟେବୁଲ୍‌ ଉପରକୁ ଫିଙ୍ଗିଦେଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ।

ସେହିପରି କଂଗ୍ରେସ ବିଧାୟକ ତାରା ବାହିନୀପତି ମଧ୍ୟ ବାଚସ୍ପତିଙ୍କୁ ହାତ ଯୋଡି ଚାଷୀଙ୍କ ଧାନ ଉଠାଇବା ପାଇଁ ଅନୁରୋଧ କରିଛନ୍ତି। ଗୃହରେ ସ୍ୱତନ୍ତ୍ର ଭାବେ ମୋସନ ଆଣି ଆଲୋଚନା କରିବାକୁ ସେ ଦାବି କରିଛନ୍ତି।

ଅନ୍ୟପଟେ ବିଭାଗୀୟ ମନ୍ତ୍ରୀ ଆଜି ଗୃହରେ ବିବୃତି ରଖିଥିବାରୁ ତାଙ୍କୁ ସମନ କରି ତଥ୍ୟ ମଗାଯିବ ବୋଲି ବାଚସ୍ପତି କହିଛନ୍ତି। ଏଥିଲାଗି ବିରୋଧୀଙ୍କୁ ୭ ଦିନ ଅପେକ୍ଷା କରିବାକୁ କହିଥିଲେ। ଏହା ପରେ ମଧ୍ୟ ବିରୋଧି ଅସନ୍ତୋଷ ପ୍ରକାଶ କରିଛନ୍ତି।

ବିରୋଧୀଙ୍କ ହୋହଲ୍ଲା ଭିତରେ ବାଚସ୍ପତିଙ୍କ ରୁଲିଂ ଅନୁଯାୟୀ ଗୃହରେ ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ରାଜ୍ୟରେ ୧୯ ତାରିଖ ସୁଦ୍ଧା ୫୫.୦୩ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ ହୋଇଛି। ଗତବର୍ଷ ଏହି ଦିନ ସୁଦ୍ଧା ୪୫.୬୧ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ ହୋଇଥିବା ଗୃହରେ ତଥ୍ୟ ଦେଇଛନ୍ତି ମନ୍ତ୍ରୀ। ଗତବର୍ଷ ଅପେକ୍ଷା ଏବର୍ଷ ୨୧ ପ୍ରତିଶତ ଅଧିକ ଧାନ ସଂଗ୍ରହ ହୋଇଛି। ତେବେ ମାର୍ଚ୍ଚ ୩୧ ଧାନ କିଣାର ଶେଷ ତାରିଖ ବୋଲି ମନ୍ତ୍ରୀ ଗୃହକୁ ସୂଚନା ଦେଇଛନ୍ତି।

Related story