Advertisment

ଭୁଲ୍‌ ହୋଇଯିବନି ତ ଗଣେଶ୍ୱରଙ୍କ ଗଣିତ !

ବଡସାହି (ମାନିକଲାଲ ପାଣି):ବଡ଼ସାହି ମୟୂରଭଞ୍ଜର ସବୁଠାରୁ ବଡ ନିର୍ବାଚନ ମଣ୍ଡଳୀ। ଜିଲ୍ଲାର ୯ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ ଏହା ଏସ୍‌.ସି. ବର୍ଗଙ୍କ ସଂରକ୍ଷିତ ଆସନ । ଗତ ବିଧାନସଭା ୨୦୧୪ ନିର୍ବାଚନ ରେ  ଏହି ଆସନରେ ୧୩ ଜଣଙ୍କ ମଧ୍ୟରେ ହୋଇଥିଲା ଲଢେଇ। ବଡ଼ସାହି ନିର୍ବାଚନ ମଣ୍ଡଳୀର ଅଧିକାଂଶ ଗାଁ ବାଲେଶ୍ୱର ଜିଲ୍ଲାକୁ ଲାଗି ରହିଥିବା ବେଳେ ଅନ୍ୟ ଗାଁ ଗୁଡ଼ିକ ବାରିପଦା ନିର୍ବାଚନ ମଣ୍ଡଳୀକୁ ଲାଗିଛି। ୪୫ ଟି ପଞ୍ଚାୟତକୁ ନେଇ ଗଠିତ ଏହି […]

ଭୁଲ୍‌ ହୋଇଯିବନି ତ ଗଣେଶ୍ୱରଙ୍କ ଗଣିତ !

Bada-sahi-Pics

Advertisment

 ବଡସାହି (ମାନିକଲାଲ ପାଣି):ବଡ଼ସାହି ମୟୂରଭଞ୍ଜର ସବୁଠାରୁ ବଡ ନିର୍ବାଚନ ମଣ୍ଡଳୀ। ଜିଲ୍ଲାର ୯ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ ଏହା ଏସ୍‌.ସି. ବର୍ଗଙ୍କ ସଂରକ୍ଷିତ ଆସନ । ଗତ ବିଧାନସଭା ୨୦୧୪ ନିର୍ବାଚନ ରେ  ଏହି ଆସନରେ ୧୩ ଜଣଙ୍କ ମଧ୍ୟରେ ହୋଇଥିଲା ଲଢେଇ। ବଡ଼ସାହି ନିର୍ବାଚନ ମଣ୍ଡଳୀର ଅଧିକାଂଶ ଗାଁ ବାଲେଶ୍ୱର ଜିଲ୍ଲାକୁ ଲାଗି ରହିଥିବା ବେଳେ ଅନ୍ୟ ଗାଁ ଗୁଡ଼ିକ ବାରିପଦା ନିର୍ବାଚନ ମଣ୍ଡଳୀକୁ ଲାଗିଛି। ୪୫ ଟି ପଞ୍ଚାୟତକୁ ନେଇ ଗଠିତ ଏହି ନିର୍ବାଚନ ବାଲେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀରେ ରହିଛି। ତେଣୁ ବାଲେଶ୍ୱର ନେତାଙ୍କର ମଧ୍ୟ ବେଶ୍‌ ପ୍ରଭାବ ରହିଛି ଏହି ନିର୍ବାଚନ ମଣ୍ଡଳୀରେ।

Advertisment

publive-image

କେମିତି ଅଛି ରାଜନୈତିକ ସ୍ଥିତି

ପୂର୍ବରୁ କଂଗ୍ରେସ, ବିଜେପି ଏହି ଆସନକୁ ଦଖଲ କରିସାରିଥିବା ବେଳେ ଗତ ୨୦୦୯ ଏବଂ ୨୦୧୪ ରେ ବିଜେଡି ମଧ୍ୟ ଏହି ଆସନକୁ ଦୁଇ ଦୁଇ ଥର ଦଖଲ କରିଛି। ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ଏହି ଆସନରେ ୨୦୦୯ ରେ ବିଜେଡିର ମନୋରଞ୍ଜନ ସେଠୀ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୪ ଇଲେକ୍ସନରେ ଗଣେଶ୍ୱର ପାତ୍ର ଏହି ଆସନରୁ ବିଜୟ ହୋଇଥିଲେ। ସ୍ନାତକ ପାସ୍‌ କରିଥିବା ଓ ଛାତ୍ର ରାଜନୀତି ସହ ଜଡ଼ିତ ଥିବା ଗଣେଶ୍ୱର ପାତ୍ର ବଡ଼ସାହିର ବାସିନ୍ଦା ହୋଇଥିବା ବେଳେ ପୂର୍ବରୁ ସେ ଦୀର୍ଘ ଦିନ ଧରି କଂଗ୍ରେସରେ କାର୍ଯ୍ୟ କରିଥିଲେ। ଗତ ନିର୍ବାଚନରେ ହଠାତ‌ ବିଜେଡିରେ ଯୋଗ ଦେଇ ବିଧାୟକ ପ୍ରାର୍ଥୀ ହୋଇଥିଲେ ଓ ଜିତିଥିଲେ।

publive-image

 ନିର୍ବାଚନୀ ଇସ୍ୟୁ

ବେତନଟୀକୁ ଏନ୍‌.ଏ.ସି. ମାନ୍ୟତା, ବଡ଼ସାହିରେ ସବ୍-ଟ୍ରେଜେରୀ ଅଫିସ, ବୁଢାବଳଙ୍ଗ ଓ ଗଙ୍ଗାହାର ନଦୀ କୂଳରେ ପଥର ପ୍ୟାଚିଙ୍ଗ ସହ ପ୍ରତି ଗାଁକୁ ପିଇବା ପାଣି ପହଞ୍ଚାଇବା ଏହି ନିର୍ବାଚନ ମଣ୍ଡଳିର ମୁଖ୍ୟ ଏଜେଣ୍ଡା ଥିଲା।

Advertisment

ବିଜେଡି:ଏଥର ନର୍ବାଚନ ପାଇଁ ବିଜେଡିର ଆଶାୟୀ ପ୍ରାର୍ଥୀ ଅନେକ। ପୂର୍ବତନ ବିଧାୟକ, ଯୁବନେତା, ଛାତ୍ରନେତା ଏହି ଆସନରୁ ପ୍ରାର୍ଥୀ ହେବା ପାଇଁ ସଭାସମିତି, କ୍ୟାମ୍ପନିଂ ଆରମ୍ଭ କରିଦେଇଛନ୍ତି। ବିଧାୟକ ଥିବା ଗଣେଶ୍ୱର ପାତ୍ର ବିଜେଡି ତାଲିକାରେ ଅଛନ୍ତି। ବିଧାୟକଙ୍କ ବ୍ୟତିତ ଚଳିତଥର ଛାତ୍ର ରାଜନୀତିରୁ ଯୁବ ରାଜନୀତିରେ ପାଦ ଦେଇଥିବା ଯୁବନେତା ଶୁଭକାନ୍ତ ବେହେରା ଚଳିତଥର ବିଜେଡିରୁ ଆଶାୟୀ ଅଛନ୍ତି। ଦଳର ଭୁଲ‌୍‍ ସୁଧାରିବା, ଦଳ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ପାଥୟ କରି ସେ ପ୍ରାର୍ଥୀ ହେବେ ବୋଲି ଆଶା ରଖିଛନ୍ତି। ବଡସାହିର ଆଉଜଣେ ଛାତ୍ର ନେତା ଜଗନ୍ନାଥ ମଲ୍ଲିକ ବିଜେଡିର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀକୁ ଧରି ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ଆଶା ରଖିଛନ୍ତି। ଦଳରେ ଦୀର୍ଘ ଦିନ ଧରି ଛାତ୍ରନେତା ଭାବେ କାର୍ଯ୍ୟ କରିବା ସହ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସମସ୍ୟା ବେଳେ ଠିଆ ସେ ହେଉଥିବା ଦାବି କରନ୍ତି। ସେ ବିଜେଡିରୁ ପ୍ରାର୍ଥୀ ହୋଇ ବୋଲି ନିଜ ଅଞ୍ଚଳ ପାଇଁ କାମ କରିବାକୁ  ଆଶା ରଖିଛନ୍ତି ବୋଲି କହନ୍ତି।

କଂଗ୍ରେସ:ଏହି ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ଦବ‌୍‍ଦବା ରହିଛି  । ୨୦୧୪ ନିର୍ବାଚନରେ ଦ୍ୱିତୀୟ ସ୍ଥାନରେ ଥିଲା। ଆସନ୍ତା ନିର୍ବାଚନରେ ପାର୍ଥୀ ହେବାପାଇଁ ଅବସର ପ୍ରାପ୍ତ ଓ.ଏ.ଏସ‌୍‍.. ଅଧିକାରୀ ହରିଶ୍ଚନ୍ଦ୍ର ବେହେରା ତୃଣମୂଳ କଂଗ୍ରେସକୁ ଛାଡି ଜାତୀୟ କଂଗ୍ରେସରେ ଯୋଗ ଦେଇଛନ୍ତି। କଂଗ୍ରେସର ପ୍ରାର୍ଥୀ ତାଲିକାରେ ତାଙ୍କ ନାଁ ଆଗରେ ଅଛି । ପ୍ରଶାସକ ଥିବାରୁ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ଲୋକଙ୍କ ସମସ୍ୟା, ଲୋକଙ୍କ ସହ ମିଶିବା, ବନ୍ୟା ସମୟରେ ଲୋକଙ୍କ ପାଖରେ ପହଞ୍ଚି କାମ କରିବାର ଅନୁଭୂତି ହେଉଛି ତାଙ୍କର ସମ୍ୱଳ। ହରିଶ୍ଚନ୍ଦ୍ରଙ୍କ ବ୍ୟତୀତ ଯୁବନେତା ସଞ୍ଜୟ କୁମାର ବେହେରା ମଧ୍ୟ କଂଗ୍ରେସ ଟିକଟ ଆଶାରେ ଜୋର‌୍‍ଦାର‌୍‍ ପ୍ରସ୍ତୁତି ଆରମ୍ଭ କରିଛନ୍ତି।

ବିଜେପି:ଏବେ ବଡସାହିରେ ମୋଦୀ ଲହର ଭାରି ଜୋର‌୍‍ଦାର‌୍‍। ଗତ ପଞ୍ଚାୟତ ନିର୍ବାଚନରେ ବିଜେପି ପୂରା ଅଞ୍ଚଳରେ ସଫଳତା ପାଇଥିବା ବେଳେ ଧମେନ୍ଦ୍ର ପ୍ରଧାନଙ୍କ ବାରମ୍ୱାର ବଡସାହି ଗସ୍ତ ବିଜେପି ରାଜନୀତିକୁ ଏଠାରେ ସରଗରମ କରିଛି। ଗତ ସାଧାରଣ ନିର୍ବାଚନରେ କଂଗ୍ରେସରୁ ଟିକଟ ପାଇ ଦ୍ୱିତୀୟ ସ୍ଥାନରେ ଥିବା ଜାମିନୀକାନ୍ତ ନାୟକ ଏବେ କଂଗ୍ରସର ହାତ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। ବଡସାହିରେ ଏବେ ଘରେ ଘରେ ସେ ମୋଦୀ ମନ୍ତ୍ର ବାଣ୍ଟୁଛନ୍ତି। ନିଜର ପକେଟ ଭୋଟ‌୍‍ ଥିବା ଦର୍ଶାଇ ଜାମିନୀକାନ୍ତ ବିଜେପିରୁ ଟିକଟ ଆଶାୟୀ ଥିବାବେଳେ ପୂର୍ବ ନିର୍ବାଚନରେ ବିଜେପି ପ୍ରାର୍ଥୀ ଥିବା ବୃନ୍ଦାବନ ଦାସ ପୁଣି ଥରେ ଦଳରୁ ଟିକଟ ନେଇ ନିଜର ଭାଗ୍ୟ ପରୀକ୍ଷା କରିବାର ଆଶା ବାନ୍ଧିଛନ୍ତି। ସଂଘ ପରିବାରର ଆଦର୍ଶ ଆଉ ମୋଦୀ ଲହର ତାଙ୍କର ସମ୍ୱଳ ଯାହାପାଇଁ ସେ ଟିକଟ ପାଇବାର ହକ‌୍‍ଦାର‌୍‍ ବୋଲି ଦାବି କରନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe