ପ୍ରଦୀପ କହିଲେ, ସଚେତନ କରାଇବୁ; ତାରା କହିଲେ, ବୁଝିବେନି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନୂଆ କୃଷି ଆଇନକୁ ନେଇ ଦେଶର ରାଜନୀତି ସରଗରମ ଥିବା ବେଳେ ରାଜ୍ୟ ସାରା ବୁଲି ବୁଲି ଚାଷୀଙ୍କୁ ୟା ସଂପର୍କରେ ଚାଷୀଙ୍କୁ ସଚେତନ କରିବାକୁ ଅଣ୍ଟା ଭିଡ଼ିଛି ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା। ଆଜି ଏହି ସୂଚନା ଦେଇଛନ୍ତି ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ। ସେ କହିଛନ୍ତି, ସାଧାରଣ ଚାଷୀମାନେ ଏବେ ବି ନୂଆ କୃଷି ଆଇନ ସଂପର୍କରେ ଅଜ୍ଞ ଅଛନ୍ତି। କଂଗ୍ରେସ ଓ ବାମ ଦଳଗୁଡ଼ିକ […]

TARA

Jitendra Garnayak
  • Published: Sunday, 13 December 2020
  • , Updated: 13 December 2020, 02:52 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନୂଆ କୃଷି ଆଇନକୁ ନେଇ ଦେଶର ରାଜନୀତି ସରଗରମ ଥିବା ବେଳେ ରାଜ୍ୟ ସାରା ବୁଲି ବୁଲି ଚାଷୀଙ୍କୁ ୟା ସଂପର୍କରେ ଚାଷୀଙ୍କୁ ସଚେତନ କରିବାକୁ ଅଣ୍ଟା ଭିଡ଼ିଛି ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା। ଆଜି ଏହି ସୂଚନା ଦେଇଛନ୍ତି ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ।

ସେ କହିଛନ୍ତି, ସାଧାରଣ ଚାଷୀମାନେ ଏବେ ବି ନୂଆ କୃଷି ଆଇନ ସଂପର୍କରେ ଅଜ୍ଞ ଅଛନ୍ତି। କଂଗ୍ରେସ ଓ ବାମ ଦଳଗୁଡ଼ିକ ଦ୍ୱାରା ପ୍ରାୟୋଜିତ କିଛି କୃଷକ ସଂଗଠନ ଏହି ଆଇନର ଭୁଲ୍ ତର୍ଜମା କରି ଚାଷୀଙ୍କୁ ଭ୍ରମିତ କରୁଛନ୍ତି। ତେଣୁ ସାଧାରଣ ଚାଷୀଙ୍କୁ ନୂଆ କୃଷି ଆଇନ ସଂପର୍କରେ ବୁଝାଇବା ପାଇଁ ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ତରଫରୁ କଟକ,ବରଗଡ଼,ବାଲେଶ୍ୱର ଓ ଜୟପୁରରେ କୃଷକ ସମାବେଶ କରାଯିବ। ଏହି ସମାବେଶରେ ସାଧାରଣ କୃଷକମାନଙ୍କୁ ସାମିଲ କରାଯାଇ ନୂଆ କୃଷି ଆଇନ ଦ୍ୱାରା ସେମାନେ କିପରି ଲାଭାନ୍ୱିତ ହୋଇପାରିବେ ସେନେଇ ବୁଝାଯିବ। ତା’ସହିତ ସେମାନଙ୍କ ମନରେ ଥିବା ଭ୍ରାନ୍ତ ଧାରଣା ଦୂର କରାଯିବ। ଏହା ସହିତ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ନୂଆ କୃଷି ଆଇନକୁ ନେଇ ସାମ୍ବାଦିକ ସମ୍ମିଳନୀ କରାଯିବ।

ଶ୍ରୀ ପୁରୋହିତ ଆହୁରି କହିଛନ୍ତି, ଦେଶର ୭୦ ପ୍ରତିଶତ ଚାଷୀଙ୍କ ସ୍ୱାର୍ଥ ପାଇଁ ଏହି ଆଇନ୍ ଅଣାଯାଇଛି। ତେଣୁ କିଛି ଲୋକଙ୍କୁ ଭୟ କରି ଏଥିରୁ ପଛଘୁଞ୍ଚା ଦେବାର ପ୍ରଶ୍ନ ଉଠୁ ନାହିଁ।

ଅନ୍ୟପକ୍ଷରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ଆଇନ୍‌ରେ ଯାହା ଅଛି, ସେ ବିଷୟରେ ଚାଷୀ ଜାଣି ସାରିଲେଣି। ବିଜେପି ଯେତେ କହିଲେ ବି ଚାଷୀମାନେ ବୁଝିବେନି। ଏହା ସହିତ କଂଗ୍ରେସ ସବୁଦିନେ କୃଷକଙ୍କ ସମର୍ଥନରେ ଅଛି ଓ ରହିବ ବୋଲି ସେ କହିଛନ୍ତି।

Related story