କଂଗ୍ରେସ ଭବନରେ ସକାଳେ ଭାଙ୍ଗିଲେ, ପୁଣି ସନ୍ଧ୍ୟାରେ ଭାଙ୍ଗିଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଗୋଟିଏ ଦିନରେ ଦୁଇ ଦୁଇ ଥର ରାଜ୍ୟ କଂଗ୍ରେସ ଭବନରେ ହୋଇଛି ଭଙ୍ଗାରୁଜା। ସକାଳେ ଯୁବ କଂଗ୍ରେସ ସଭାପତିଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା ହୋଇଥିଲା। ଆଉ ସନ୍ଧ୍ୟା ବେଳେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା ହୋଇଛି। ପିସିସି ସଭାପତି ଓ ମହିଳା କଂଗ୍ରେସ ସଭାନେତ୍ରୀଙ୍କ ନାମଫଳକ ଭାଙ୍ଗା ଯାଇଛି। ଏପରିକି ଚ୍ୟାମ୍ବର ସାମ୍ନାରେ ଚେୟାର ଭାଙ୍ଗା ଯାଇଥିବା ଦେଖିବାକୁ ମିଳିଛି। କେତେକ ଯୁବକ ଅଫିସ୍‌ରେ ପଶି ଭଙ୍ଗାରୁଜା କରିଥିବା ସୂଚନା ମିଳିଛି। […]

congress

Manoranjan Sial
  • Published: Wednesday, 13 October 2021
  • , Updated: 13 October 2021, 07:21 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଗୋଟିଏ ଦିନରେ ଦୁଇ ଦୁଇ ଥର ରାଜ୍ୟ କଂଗ୍ରେସ ଭବନରେ ହୋଇଛି ଭଙ୍ଗାରୁଜା। ସକାଳେ ଯୁବ କଂଗ୍ରେସ ସଭାପତିଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା ହୋଇଥିଲା। ଆଉ ସନ୍ଧ୍ୟା ବେଳେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା ହୋଇଛି। ପିସିସି ସଭାପତି ଓ ମହିଳା କଂଗ୍ରେସ ସଭାନେତ୍ରୀଙ୍କ ନାମଫଳକ ଭାଙ୍ଗା ଯାଇଛି। ଏପରିକି ଚ୍ୟାମ୍ବର ସାମ୍ନାରେ ଚେୟାର ଭାଙ୍ଗା ଯାଇଥିବା ଦେଖିବାକୁ ମିଳିଛି। କେତେକ ଯୁବକ ଅଫିସ୍‌ରେ ପଶି ଭଙ୍ଗାରୁଜା କରିଥିବା ସୂଚନା ମିଳିଛି। ମାତ୍ର କିଏ ଓ କେଉଁ ଉଦ୍ଦେଶ୍ୟରେ ଆକ୍ରମଣ କରିଛି, ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ।

ସେପଟେ କିନ୍ତୁ ବିଧାୟକ ସୁରେଶ ରାଉତରାୟ ବିରୋଧୀଙ୍କ ଉପରେ ବର୍ଷିଛନ୍ତି। ଆଉ କହିଛନ୍ତି ବିଜେପି ଓ ବିଜେଡି ଷଡଯନ୍ତ୍ର କରି ଆମକୁ ଦୁର୍ବ କରିବାକୁ ଚାହୁଁଛନ୍ତି। ସେ କହିଛନ୍ତି-“ଏଇଟା କଂଗ୍ରେସର ଗୋଟିଏ ରୋଗ। ମୋର ୫୦ ବର୍ଷର ଅଭିଜ୍ଞତା ଭିତରେ ଦେଖିଛି ବହୁ ପୋଡ଼ାଜଳା ଓ ଭଙ୍ଗାରୁଜା। ଫାଇଲ ଜଳୁଥିବା ଦେଖିଛି। ୧୦ରୁ ଅଧିକ ଥର ଜଳୁଥିବା ବେଳେ ଅଫିସ ଭିତରେ ପଶି ନେତାଙ୍କୁ ଉଦ୍ଧାର କରିଛି। ବାରମ୍ୱାର  କଂଗ୍ରେସ ଅଫିସ୍‌ରେ ଆକ୍ରମଣ ହେଉଛି। ଏ ମନ୍ଦିରକୁ ଧ୍ୱଂସ୍‌ କରିବା ପାଇଁ ଚାଲିଛି ଷଡ଼ଯନ୍ତ୍ର। ବିରୋଧୀ ବିଜେପି ଓ ବିଜେଡି ସମେତ କଂଗ୍ରେସର ମଧ୍ୟ ଭୂମିକା ରହିଛି। ଯେଉଁମାନେ ସଭାପତି ହେବା ପାଇଁ ବ୍ୟାକୁଳ ଅଛନ୍ତି। ସେମାନେ ଚାହୁଁଛନ୍ତି କଂଗ୍ରସ ବଦନାମ ହେଇଯାଉ। କେହି କାହାକୁ ସହ୍ୟ କରିପାରୁ ନାହାନ୍ତି। ଯଦି ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଅନ୍ତେ, ତାହାହେଲେ ଏପରି ହୁଅନ୍ତା ନାହିଁ। ଏବେ ସମୟ ଆସି ଯାଇଛି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। କଣ କରୁଛନ୍ତି ସୋନିଆ ଗାନ୍ଧି? କଣ କରୁଛନ୍ତି ରାହୁଲ ଗାନ୍ଧି? କଣ କରୁଛନ୍ତି ଚେଲା କୁମାର? କଣ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ।”

ସେ ଆହୁରି କହିଛନ୍ତି-“ମୁଣ୍ଡ ଉପରେ ପଞ୍ଚାୟତ ଓ ପୌର ନିର୍ବାଚନ। ଏହି ସମୟରେ କଂଗ୍ରେସ ବଦନାମ ହେଲେ ବିଜେଡି ଓ ବିଜେପିକୁ ଫାଇଦା ମିଳିବ। ସେମାନେ ପରସ୍ପର ଭିତରେ ଲଢ଼ିବେ। କଂଗ୍ରେସକୁ ଲୋକେ ପ୍ରତ୍ୟାଖ୍ୟାନ କରିବେ।”

Related story