ସରକାରୀ ଖର୍ଚ୍ଚରେ ହେଲିକପ୍ଟର ନେଇ ଦଳୀୟ କାମ କରୁଛନ୍ତି ସଞ୍ଜୟ ଓ ବବି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦଳୀୟ ସଂଗଠନ କାର୍ଯ୍ୟ କରିବା ପାଇଁ ବିଜେଡି ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ରାଜ୍ୟ ଯୋଜନାବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ସରକାରୀ ଖର୍ଚ୍ଚରେ ହେଲିକପ୍ଟରରେ ବୁଲୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ଏହାସହିତ ମଣ୍ଡିରୁ ତୁରନ୍ତ ଧାଡ଼ ଉଠିବା ଓ ଚାଷୀଙ୍କ ବିରୋଧରେ ଦାଖଲ ମୋକଦ୍ଦମା ତୁରନ୍ତ ପ୍ରତ୍ୟାହାର ପାଇଁ ବିଜେପି ଦାବି କରିଛି। ବିଜେପି ରାଜ୍ୟ ଉପସଭାପତି ବଳଭଦ୍ର ମାଝୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ […]

nbv

Ordigital Desk
  • Published: Monday, 08 February 2021
  • , Updated: 08 February 2021, 10:20 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦଳୀୟ ସଂଗଠନ କାର୍ଯ୍ୟ କରିବା ପାଇଁ ବିଜେଡି ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ରାଜ୍ୟ ଯୋଜନାବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ସରକାରୀ ଖର୍ଚ୍ଚରେ ହେଲିକପ୍ଟରରେ ବୁଲୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ଏହାସହିତ ମଣ୍ଡିରୁ ତୁରନ୍ତ ଧାଡ଼ ଉଠିବା ଓ ଚାଷୀଙ୍କ ବିରୋଧରେ ଦାଖଲ ମୋକଦ୍ଦମା ତୁରନ୍ତ ପ୍ରତ୍ୟାହାର ପାଇଁ ବିଜେପି ଦାବି କରିଛି।

ବିଜେପି ରାଜ୍ୟ ଉପସଭାପତି ବଳଭଦ୍ର ମାଝୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଚଳିତମାସ ୨ ତାରିଖରେ ସଞ୍ଜୟ ଦାସବର୍ମା ଓ ପ୍ରଣବ ପ୍ରକାଶ ଦାସ ସରକାରୀ ଖର୍ଚ୍ଚରେ ହେଲିକପ୍ଟର ଯୋଗେ ରାଇଘର ଯାଇଥିଲେ। ଗସ୍ତକୁ ସରକାରୀ ରୂପ ଦେବା ପାଇଁ ରାଇଘରଠାରେ ଏକ ପ୍ରସୂତୀ ଗୃହର ଭିତିପ୍ରସ୍ତର ସ୍ଥାପନର ଭୂମିପୂଜା ରଖାଯାଇଥିଲା। ଯଦିଓ ଏହି ଗୃହଟି କେନ୍ଦ୍ରର ଜାତୀୟ ସ୍ୱାସ୍ଥ୍ୟ ମିଶନ ଟଙ୍କାରେ ହେବାକୁ ଯାଉଛି ତଥାପି ସ୍ଥାନୀୟ ବିଧାୟକ, ବ୍ଲକ ଅଧ୍ୟକ୍ଷ କିମ୍ବା ସରପଂଚ ଏହି କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଯାଇନଥିଲା।

ଏପରିକି ସ୍ଥାନୀୟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ସେଦିନ ଭୁବନେଶ୍ୱରରେ ଥିଲେ ମଧ୍ୟ ତାଙ୍କୁ ହେଲିକପ୍ଟରରେ ନ ନେଇ ଯାଜପୁରର ବିଧାୟକ ପ୍ରଣବପ୍ରକାଶଙ୍କୁ ନିଆଗଲା। ୨୩ ଲକ୍ଷ ଟଙ୍କାରେ ନିର୍ମିତ ହେବାକୁ ଥିବା ଏହି ଗୃହ ପାଇଁ ରାଜକୋଷରୁ ହେଲିକପ୍ଟର ବାବଦରେ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବା କେତେଦୂର ପ୍ରଯୁଜ୍ୟ ବୋଲି ଶ୍ରୀ ମାଝୀ ପ୍ରଶ୍ନ କରିଛନ୍ତି । ସେହି ଦିନ ରାଇଘରରେ କିଛି କଂଗ୍ରେସ ନେତା ବିଜେଡିରେ ଯୋଗ ଦେବାର କାର୍ଯ୍ୟକ୍ରମ ଥିବାରୁ ଦଳୀୟ କାମ ପାଇଁ ବିଜେଡିର ଏହି ଦୁଇ ନେତା ହେଲିକପ୍ଟରରେ ଯାଇଥିଲେ ବୋଲି ଶ୍ରୀ ମାଝୀ ଅଭିଯୋଗ କରିଛନ୍ତି। ଚାଷୀ କାନ୍ଦୁ ଥିବାବେଳେ ବିଜେଡି ନେତାମାନେ ସାଧାରଣ ଲୋକଙ୍କ ଟଙ୍କାରେ ହେଲିକପ୍ଟର ଚଢି ନିଜ ଦଳର ସାଙ୍ଗଠନିକ କାମ କରୁଛନ୍ତି। ଏହା ସମ୍ପୂର୍ଣ୍ଣ ନିନ୍ଦନୀୟ କଥା।

ସେହିପରି ଧାନ କିଣାକୁ ନେଇ ରାଜ୍ୟରେ ବହୁତ ସମସ୍ୟା ଲାଗି ରହିଛି। ନଭେମ୍ବରରୁ ଧାନ ଅମଳ ହୋଇଥିଲେ ମଧ୍ୟ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଧାନ ବିକିବା ପାଇଁ ଟୋକନ ଦିଆଯାଇଥିଲା। ଏହାକୁ ନେଇ ଚାଷୀ ହତାଶ ହୋଇଥିଲେ। ବାଧ୍ୟ ହୋଇ କିଛି କ୍ଷୁଦ୍ର,ନାମମାତ୍ର ଓ ଭାଗ ଚାଷୀ ଦଲାଲ ଓ ମିଲ ମାଲିକଙ୍କୁ କମ୍ ଦାମ୍‌ରେ ଧାନ ବିକିଲେ; ଯାହାକି ସରକାର ଚାହୁଁଥିଲେ। କିଛି ଅସାଧୁ ଦଲାଲ ଓ ମିଲ ମାଲିକ ଜାଲ୍ କାଗଜ-ପତ୍ର କରି ନିଜକୁ ଭାଗ ଚାଷୀ ଦେଖାଇ ମଣ୍ଡିକୁ ଧାନ ଆଣିଲେ। ଆଶ୍ଚର୍ଯ୍ୟର କଥା, ସରକାର ସ୍ୱଚ୍ଛଳତା ପାଇଁ ଟୋକନ ବ୍ୟବସ୍ଥା କରିଥିବା କହୁଥିଲେ ମଧ୍ୟ, ଏପରି ଦଲାଲ ଓ ମିଲ୍ ମାଲିକଙ୍କର ଟୋକନ୍ କିପରି ପ୍ରଥମେ ଆସିଲା? ଆଜିବି ପ୍ରକୃତ ଚାଷୀର ଧାନ ଉଠୁ ନାହିଁ। ଅଳ୍ପ କିଛି ମଣ୍ଡିକୁ ଛାଡିଦେଲେ, କୌଣସି ମଣ୍ଡିରେ କୌଣସି ବ୍ୟବସ୍ଥା ନାହିଁ; ଏପରିକି ଚାଷୀଙ୍କ ପାଇଁ ପିଇବା ପାଣିର ମଧ୍ୟ ବ୍ୟବସ୍ଥା ନାହିଁ ।

ଚାଷୀକୁ ଅଖା ପଇସା ଦିଆଯାଉନାହିଁ ବୋଲି ସେ ଅଭିଯୋଗ କରିଛନ୍ତି। ଏହାବ୍ୟତୀତ ଶ୍ରୀ ମାଝୀ ଦାବି କରିଛନ୍ତି ଯେ, ମଣ୍ଡିରେ ଅବ୍ୟବସ୍ଥା ଓ ଚାଷୀଙ୍କ ଧାନ ଉଠୁନଥିବାରୁ  ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ବିହିତ କାର୍ଯ୍ୟାନୁଷ୍ଠାନ ହେଉ। ଆଉ ଚାଷୀଙ୍କ ବିରୋଧରେ ଦାଖଲ ହୋଇଥିବା ମୋକଦ୍ଦମା ପ୍ରତ୍ୟାହାର ହେଉା ଦଳୀୟ କାର୍ଯ୍ୟକ୍ରମର ସମସ୍ତ ଖର୍ଚ୍ଚ ବିଜେଡି ବହନ କରୁ। ୨୪ ଘଂଟାରେ ଧାନ ଉଠିବା ନେଇ ଯୋଜନାବୋର୍ଡ ଉପାଧ୍ୟକ୍ଷ ପ୍ରତିଶ୍ରୁତିି ଦେଇଥିଲେ ମଧ୍ୟ କାହିଁକି ଧାନ ଉଠି ନାହିଁ ତାର ଜବାବ ଦିଆଯାଉ ଓ ଧାନ କେବେ ଉଠିବ ମୁଖ୍ୟମନ୍ତ୍ରୀ ଲିଖିତ ପ୍ରତିଶୃତି ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି। ଏହି ଅବସରରେ ଦଳର ମୁଖପାତ୍ର ସୋନାଲୀ ସାହୁ ଉପସ୍ଥିତ ଥିଲେ।

Related story