ଟାର୍ଗେଟରେ ନବୀନ: ଗୋଟେ ପରେ ଗୋଟେ ତୀର ଛାଡୁଛନ୍ତି ସୌମ୍ୟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସନ୍‌ସାଇନ୍‌ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାକୁ ନେଇ  ହୁଲ୍‌ସ୍ତୁଲ ହେଉଛି ଓଡ଼ିଶା। ବିରୋଧୀ କଂଗ୍ରେସ ଓ ବିଜେପି ରାଜ୍ୟର କୋଣ ଅନୁକୋଣରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ସୁରକ୍ଷା ଦେବାକୁ ବାହାରିଛି ବିଜେଡି। ଦଳ ପୁରୁଖା ମୁଖପାତ୍ରମାନେ ଏହି ବିବାଦଠାରୁ ଦୂରେଇ ରହୁଥିବା ବେଳେ ଆଗକୁ ଆସିଛନ୍ତି ଯୁବ ମୁଖପାତ୍ରମାନେ। ଆଉ ଦିବ୍ୟଶଙ୍କର ପାଇଁ ଅଜବ ଅଜବ ଯୁକ୍ତି ବାଢ଼ିଛନ୍ତି। ଏପରି ସ୍ଥିତିରେ ଦଳ […]

Soumaranjan

Soumaranjan

Manoranjan Sial
  • Published: Tuesday, 26 October 2021
  • Updated: 26 October 2021, 04:18 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସନ୍‌ସାଇନ୍‌ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାକୁ ନେଇ  ହୁଲ୍‌ସ୍ତୁଲ ହେଉଛି ଓଡ଼ିଶା। ବିରୋଧୀ କଂଗ୍ରେସ ଓ ବିଜେପି ରାଜ୍ୟର କୋଣ ଅନୁକୋଣରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ସୁରକ୍ଷା ଦେବାକୁ ବାହାରିଛି ବିଜେଡି। ଦଳ ପୁରୁଖା ମୁଖପାତ୍ରମାନେ ଏହି ବିବାଦଠାରୁ ଦୂରେଇ ରହୁଥିବା ବେଳେ ଆଗକୁ ଆସିଛନ୍ତି ଯୁବ ମୁଖପାତ୍ରମାନେ। ଆଉ ଦିବ୍ୟଶଙ୍କର ପାଇଁ ଅଜବ ଅଜବ ଯୁକ୍ତି ବାଢ଼ିଛନ୍ତି। ଏପରି ସ୍ଥିତିରେ ଦଳ ଭିତରେ ଥାଇ ମୁଖିଆଙ୍କୁ ଗୋଟିଏ ପରେ ଗୋଟିଏ ତୀର ଛାଡ଼ୁଛନ୍ତି ସମ୍ୱାଦର ସମ୍ପାଦକ ତଥା ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ।

ମମିତା ହତ୍ୟା ମାମଲାକୁ ନେଇ ସୌମ୍ୟ ନିଜ ସମ୍ୱାଦପତ୍ରରେ ସ୍ତମ୍ଭ ଲେଖିଛନ୍ତି। “ନବୀନ ବାବୁଙ୍କ ପାଇଁ ଈଶ୍ୱରଙ୍କଠାରେ” ଶୀର୍ଷକ ସମ୍ପାଦକୀୟରେ ସେ ଲେଖିଛନ୍ତି, ଶାସନର ପ୍ରଥମ ଦଶ ବର୍ଷରେ ଯେଉଁ କଥାଗୁଡ଼ିକ ପାଇଁ ନବୀନ ବାବୁ ଅନ୍ୟ ରାଜନେତାଙ୍କଠାରୁ ଭିନ୍ନ ହୋଇ ପ୍ରିୟପାତ୍ର ହୋଇଥିଲେ, ପରବର୍ତ୍ତୀ ଦଶ ବର୍ଷରେ କିନ୍ତୁ ସେହି ଜୁଆରରେ ଭଟ୍ଟା ପଡ଼ିଲାଣି। ତେବେ ନିର୍ବାଚନରେ ଜିତିବାର ଲକ୍ଷ୍ୟ ସାଧନ ପାଇଁ ଯାହା କିଛି କରିବାକୁ ପଡୁଛି, ତାହା କରଣୀୟ ଏବଂ ବରଣୀୟ। ଫଳରେ ନବୀନଙ୍କ ଶାସନର ସଫଳତାର ମୂଳମନ୍ତ୍ର ସ୍ୱଚ୍ଛତା ଓ ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା ନୀତି ସଙ୍କୁୁଚିତ ହେଉଥିବା ଲୋକେ ଅନୁଭବ କଲେଣି ବୋଲି ସୌମ୍ୟ ତାଙ୍କ ସ୍ତମ୍ଭରେ ଲେଖିଛନ୍ତି।

ଆଜି ପୁରୀ ଗସ୍ତ ବେଳେ ସାମ୍ୱାଦିକଙ୍କ ପ୍ରଶ୍ନରେ ସୌମ୍ୟ ଆହୁରି କହିଛନ୍ତି-“ମମିତାଙ୍କୁ ଯେଭଳି ହତ୍ୟା ହେଲା, ଓଡ଼ିଶା ପାଇଁ ଆଦୌ ସମ୍ମାନଜନକ ହୋଇନି। ତାହା ଯିଏ କରିଥାଉନା କାହିଁକି, ଏହା ଅତ୍ୟନ୍ତ ଲଜ୍ଜାଜନକ କାର୍ଯ୍ୟ। ଆମେ ମହିଳାଙ୍କ ସଶକ୍ତିକରଣ କଥା କହୁଛେ, ତାଙ୍କ ପାଇଁ ୫୦% ସ୍ଥାନ ସଂରକ୍ଷଣ କଥା କହୁଛେ। ହେଲେ ସେମାନଙ୍କୁ ଯଦି ସର୍ବନିମ୍ନ ସୁରକ୍ଷା ଦେଇନପାରିବା, ଆମପାଇଁ ସମ୍ମାନଜନକ ନୁହେଁ।”

ସୂଚନାରୁ ପ୍ରକାଶ, ମହାଲିଙ୍ଗ ସନ୍‌ସାଇନ୍‌ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ମମିତାଙ୍କୁ ମହାଲିଙ୍ଗ କଲେଜ ସଭାପତି ଗୋବିନ୍ଦ ହତ୍ୟା କରି ଗାତରେ ପକାଇ ନିଆଁ ଲଗାଇ ପୋଡ଼ି ଦେଇଛନ୍ତି। ଏହି ମାମଲାରେ ସେ ଗିରଫ ହୋଇ ଜେଲ୍‌ରେ ଅଛନ୍ତି। ତେବେ ଗୋବିନ୍ଦ ସହିତ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପର୍କ ସାମ୍ନାକୁ ଆସିବା ପରେ ରାଜ୍ୟ ରାଜନୀତି ଉଷ୍ମ ହୋଇଥିଲା। ବିଜେପି ଓ କଂଗ୍ରେସ ତାଙ୍କ ବହିଷ୍କାର ଓ ଗିରଫ ଦାବି କରିଥିବା ବେଳେ ମୁଖ୍ୟମନ୍ତ୍ରୀ ନୀରବଦ୍ରଷ୍ଟା ସାଜିଛନ୍ତି। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। ଯେଉଁଥିପାଇଁ ରାଜରାସ୍ତାକୁ ଓହ୍ଲାଇନ୍ତି ବିଭିନ୍ନ ଜନୈତିକ ଦଳର କର୍ମୀ।

ସେପଟେ ଆଜି ମମିତାଙ୍କ ପରିବାରକୁ ଭେଟିଛନ୍ତି ବିଜେପି ପ୍ରତିନିଧି ଦଳ। ଆଜି ସକାଳେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ବିଜେପି ପ୍ରତିନିଧି ଦଳ କଣ୍ଟାବାଞ୍ଜୀର ଝରଣୀ ଗାଁରେ ପହଞ୍ଚି ମମିତାଙ୍କ ବାପାମାଆଙ୍କୁ ଭେଟିଥିଲେ। ଘଟଣା ପାଇଁ ସମବେଦନା ଜଣାଇବା ସହ ଆଲୋଚନା କରିଛନ୍ତି। ଆଲୋଚନା ବେଳେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ସଂପୃକ୍ତି ଅଭିଯୋଗ ଆଣି କାର୍ଯ୍ୟାନୁଷ୍ଠାନ ପାଇଁ ଅଡ଼ି ବସିଛନ୍ତି ମମିତାଙ୍କ ବାପା।

ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି। ରାଜ୍ୟ ସରକାର ଶହ ଶହ ଗୋବିନ୍ଦ ସାହୁ ସୃଷ୍ଟି କରିସାରିଲେଣି ବୋଲି କହିଛନ୍ତି। ଏ ସରକାର ବର୍ଷ ବର୍ଷ ଧରି ଗୋବିନ୍ଦ ସାହୁ ସୃଷ୍ଟି କରି ଚାଲିଥିବା ସମୀର କହିଛନ୍ତି। ତେବେ ଗୋବିନ୍ଦ ସାହୁମାନଙ୍କ ସୃଷ୍ଟିକର୍ତ୍ତାକୁ ଧ୍ୱଂସ କରିବା ଯାଏ ବିଜେପି ଲଢ଼ିବ ବୋଲି ସେ କହିଛନ୍ତି।

ଏହି ଟିମ୍‌ରେ ପୂର୍ବତନ ଡିଜିପି ତଥା ବିଜେପି ନେତା ପ୍ରକାଶ ମିଶ୍ର, ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ, ସାଂସଦ ସଂଗୀତା ସିଂହଦେଓ, କେଭି ସିଂହଦେଓ ପ୍ରମୁଖ ସାମିଲ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story