ବିଜେଡିର ମହିଳା ସମାବେଶକୁ ତାତ୍ସଲ୍ୟ, ମୁଖ୍ୟମନ୍ତ୍ରୀଙ୍କୁ ୫ ପ୍ରଶ୍ନ ପଚାରିଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୮ ତାରିଖରେ ଆନ୍ତର୍ଜାତିକ ମହିଳା ଦିବସକୁ ଦୃଷ୍ଟିରେ ରଖି ବିଜେଡି ରାଜ୍ୟର ସମସ୍ତ ନିର୍ବାଚନମଣ୍ଡଳୀରେ ମହିଳା ସମାବେଶ କରିବାକୁ ଘୋଷଣା କରିବା ପରେ ବିଜେପି ମହିଳା ମୋର୍ଚ୍ଚା ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରି ୫ଟି ପ୍ରଶ୍ନ ପଚାରିଛି। ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରାଜ୍ୟରେ ମହିଳାଙ୍କ ଦୟନୀୟ ସ୍ଥିତି ପାଇଁ ଦାୟୀ କରିବା ସହ କରୋନା ମହାମାରୀବେଳେ ରାଜ୍ୟର ମା’ […]

bjp

Ordigital Desk
  • Published: Saturday, 06 March 2021
  • , Updated: 06 March 2021, 10:46 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୮ ତାରିଖରେ ଆନ୍ତର୍ଜାତିକ ମହିଳା ଦିବସକୁ ଦୃଷ୍ଟିରେ ରଖି ବିଜେଡି ରାଜ୍ୟର ସମସ୍ତ ନିର୍ବାଚନମଣ୍ଡଳୀରେ ମହିଳା ସମାବେଶ କରିବାକୁ ଘୋଷଣା କରିବା ପରେ ବିଜେପି ମହିଳା ମୋର୍ଚ୍ଚା ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରି ୫ଟି ପ୍ରଶ୍ନ ପଚାରିଛି।

ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରାଜ୍ୟରେ ମହିଳାଙ୍କ ଦୟନୀୟ ସ୍ଥିତି ପାଇଁ ଦାୟୀ କରିବା ସହ କରୋନା ମହାମାରୀବେଳେ ରାଜ୍ୟର ମା’ ଓ ଭଉଣୀଙ୍କ ନିମନ୍ତେ ମୁଖ୍ୟମନ୍ତ୍ରୀ କ’ଣ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି। ମହିଳା ସଶକ୍ତିକରଣର ମିଛ ବାହାସ୍ପୋଟ ମାରୁଥିବା ଓ ଭ୍ରମିତ କରୁଥିବା ବିଜେଡି ମୁଖିଆ ତଥା ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟବାସୀଙ୍କ ତରଫରୁ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ୫ଟି ପ୍ରଶ୍ନ ପଚାରିଛନ୍ତି। ଏହାର ଉତ୍ତର ଦେବାକୁ ମଧ୍ୟ ନିବେଦନ କରିଛନ୍ତି।

୧- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ୨୧ ବର୍ଷ ଶାସନକାଳ ସମୟରେ କେତେ ମହିଳାଙ୍କ କୋଳ ଖାଲି କରିଛନ୍ତି ?

୨- କେତେ ସଂଖ୍ୟାରେ ନାବାଳିକାଙ୍କ ବଳାତ୍କାର ଏବଂ ହତ୍ୟା ହୋଇଛି ?

୩- ଦାଦନ ଖଟିବାକୁ କେତେ ଲକ୍ଷ ଓଡ଼ିଆ ପୁଅ ବାହାରକୁ ଯାଇଛନ୍ତି ଓ ଏହି କାରଣରୁ କେତେ ମା’ଙ୍କ ଆଖିରୁ ଲୁହ ଝରୁଛି ?

୪- ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରି ମହିଳା ସଶକ୍ତିକରଣର ଢୋଲ ରାଜ୍ୟ ସରକାର ପିଟୁଛନ୍ତି । କିନ୍ତୁ ସେସବୁ ଗୋଷ୍ଠୀ କେବଳ ଦଳୀୟ ଆଧାରରେ ହୋଇଛି ନା ସାଧାରଣ ମହିଳାଙ୍କୁ ନେଇ ଗଠନ ହୋଇଛି? ଦଳୀୟ ଆଧାରରେ ଗଠନ ହୋଇଥିବା ସ୍ୱୟଂ ସହାୟକ ଗୋଷ୍ଠୀ ଗଠନର ଲକ୍ଷ୍ୟ କେବଳ ଭୋଟ ବ୍ୟାଙ୍କ ନୁହେଁ କି?

୫- ୨୦୧୭ ମସିହାରୁ କେନ୍ଦ୍ର ସରକାର ଆରମ୍ଭ କରିଥିବା ପୋଷଣ ଅଭିଯାନକୁ ରାଜ୍ୟ ସରକାର ରାଜ୍ୟର ମା’ ଓ ଭଉଣୀଙ୍କ ପାଇଁ ଆଜି ପର୍ଯ୍ୟନ୍ତ ଲାଗୁ କରିନାହାନ୍ତି। କୋଭିଡ୍ ମହାମାରୀ ଭଳି ଦୁର୍ଦ୍ଦିନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମହିଳାଙ୍କ ଦୁଃଖ ଓ କଷ୍ଟକୁ ବୁଝି ଉଜ୍ଜ୍ୱଳା ଯୋଜନା ମାଧ୍ୟମରେ ମାଗଣା ଗ୍ୟାସ ବଂଟନ କରିଛନ୍ତି। ଏହି ଦୁର୍ଦ୍ଦିନବେଳେ ରାଜ୍ୟର ଅଗଣିତ ମା’ ଓ ଭଉଣୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅବଦାନ କଣ ବୋଲି ଶ୍ରୀମତୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତିା ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମହିଳା ମୋର୍ଚ୍ଚା ଉପସଭାନେତ୍ରୀ କସ୍ତୁରୀ ମିଶ୍ର ଉପସ୍ଥିତ ଥିଲେ।

ଅନ୍ୟପକ୍ଷରେ ବିଜେଡି ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି ଯେ, ମହିଳା ଦିବସରେ ବିଜେଡିର ନାରା ‘ନାରୀ ଜାଗରଣ ବିଶ୍ୱ କଲ୍ୟାଣ’ ରହିବ। ସମସ୍ତ ମହିଳାମାନଙ୍କୁ ଜାଗରଣ କରିବା, ସେମାନଙ୍କ ପ୍ରତିଭା ଉପସ୍ଥାପନ କରିବା,ଯାହା ବିଶ୍ୱ କଲ୍ୟାଣ ପାଇଁ କାମ ଦେବ। ଏହି ଉପଲକ୍ଷେ ବିଜେଡି ମୁଖ୍ୟ କାର୍ଯ୍ୟାଳୟରେ ବିରାଟ କାର୍ଯ୍ୟକ୍ରମ ଆୟୋଜିତ ହେବ। ଓଡ଼ିଶାରୁ ୨ହଜାରରୁ ଅଧିକ ମହିଳା ଏହି କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ଶ୍ରୀମତୀ ଛୁରିଆ କହିଛନ୍ତି।

Related story