ରାଜ୍ୟରେ ସବୁ ମନ୍ଦିରକୁ ଖୋଲିବା ପାଇଁ ଦାବି କଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧର୍ମାନୁଷ୍ଠାନ ଖୋଲିବା ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଚୂଡ଼ାନ୍ତ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେବା ପରେ ବି ମୁଖ୍ୟମନ୍ତ୍ରୀ ଏନେଇ ଠୋସ୍ ପଦକ୍ଷେପ ଗ୍ରହଣ କରୁନାହାନ୍ତି। କୋଟିକୋଟି ଭକ୍ତଙ୍କର ଆସ୍ଥା ଓ ଭାବନାକୁ ରାଜ୍ୟ ସରକାର ଜାଣିଶୁଣି କୁଠାରଘାତ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ଏହାସହିତ ରାଜ୍ୟରେ ସବୁ ମନ୍ଦିରକୁ ଖୋଲିବା ପାଇଁ ଦାବି ଜଣାଇଛି। ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, କେନ୍ଦ୍ର […]

bjp-1-1

Manoranjan Sial
  • Published: Wednesday, 19 August 2020
  • , Updated: 19 August 2020, 06:00 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧର୍ମାନୁଷ୍ଠାନ ଖୋଲିବା ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଚୂଡ଼ାନ୍ତ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେବା ପରେ ବି ମୁଖ୍ୟମନ୍ତ୍ରୀ ଏନେଇ ଠୋସ୍ ପଦକ୍ଷେପ ଗ୍ରହଣ କରୁନାହାନ୍ତି। କୋଟିକୋଟି ଭକ୍ତଙ୍କର ଆସ୍ଥା ଓ ଭାବନାକୁ ରାଜ୍ୟ ସରକାର ଜାଣିଶୁଣି କୁଠାରଘାତ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ଏହାସହିତ ରାଜ୍ୟରେ ସବୁ ମନ୍ଦିରକୁ ଖୋଲିବା ପାଇଁ ଦାବି ଜଣାଇଛି।

ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, କେନ୍ଦ୍ର ସରକାର ଅନଲକ-୧ ଗାଇଡଲାଇନ୍ ଅନୁସାରେ ଜୁନ୍ ୮ତାରିଖରୁ ଧର୍ମାନୁଷ୍ଠାନ ଖୋଲିବା ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ରାଜ୍ୟରେ ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିବା ନେଇ ରାଜ୍ୟ ସରକାର ଚୂଡ଼ାନ୍ତ ନିଷ୍ପତ୍ତି ନେବା ପାରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ସତ୍ତ୍ୱେ ରାଜ୍ୟ ସରକାର କୌଣସି ପଦକ୍ଷେପ ନନେଇ ଚୁପ୍ ରହିବା ଅତ୍ୟନ୍ତ ନିନ୍ଦନୀୟ। ରାଜ୍ୟ ସରକାର ଏପର୍ଯ୍ୟନ୍ତ ପୁରୀ ଶ୍ରୀମନ୍ଦିର, ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ସମେତ ଛୋଟ ବଡ଼ ମନ୍ଦିର ଖୋଲିବା ପାଇଁ କୌଣସି ନିଷ୍ପତ୍ତି ନନେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଅନ୍ୟ ରାଜ୍ୟଗୁଡ଼ିକରେ ଏସପିଓ ଜାରି କରାଯାଇ ମନ୍ଦିର ଧର୍ମାନୁଷ୍ଠାନ ଖୋଲାଯାଇଛି। କିନ୍ତୁ ଓଡ଼ିଶା ସରକାର ସେଥିପ୍ରତି ଦୃଷ୍ଟି ଦେଇନାହାନ୍ତି। ଓଡ଼ିଆ ଲୋକମାନଙ୍କୁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନରୁ ଦୂରେଇ ରଖିବା ଉଦ୍ଦେଶ୍ୟ କ’ଣ ବୋଲି ବିଜେପି ପ୍ରଶ୍ନ କରିଛି । ତିରୁପତିରେ ପ୍ରଭୁ ବାଲାଜୀ ମନ୍ଦିର ଓ ଜମ୍ମୁରେ ବୈଷ୍ଣୌଦେବୀ ମନ୍ଦିର ଯଦି ଖୋଲାଯାଇ ପାରୁଛି ତା’ହେଲେ ଓଡ଼ିଶାରେ ଅସୁବିଧା କେଉଁଠି ବୋଲି ସେ ପ୍ରଶ୍ନ କରିଛନ୍ତି। ଲୋକଙ୍କ ଆସ୍ଥା ସହ ଖେଳିବାର ଅଧିକାର କୌଣସି ସରକାରର ନାହିଁ। ସେହିପରି ମଠମନ୍ଦିର ଖୋଲା ଯାଉନଥିବାରୁ ବ୍ରାହ୍ମଣ ଓ ପୂଜକମାନେ ସେମାନଙ୍କ ପରିବାର ଚଳାଇବା କାଠିକର ପାଠ ହୋଇଯାଇଛି। ସେମାନେ ଅଭାବ ଅନଟନ ମଧ୍ୟରେ ଜୀବନ ବିତାଇବାକୁ ବାଧ୍ୟ ହେଉଛନ୍ତି ବୋଲି ସେ କହିଛନ୍ତି।

ମଠ ମନ୍ଦିର ଖୋଲିବାକୁ ନେଇ ରାଜ୍ୟ ସରକାର ଆଗ୍ରହ ଦେଖାଉନଥିବାରୁ ବିଜେପି କଡ଼ା ସମାଲୋଚନା କରି କହିଛି ଯେ ମହାପ୍ରଭୁଙ୍କ ରଥଯାତ୍ରା ବନ୍ଦ କରିବା ପାଇଁ ସେତେବେଳେ ରାଜ୍ୟ ସରକାର ଏକ ବଡ଼ ଷଡ଼ଯନ୍ତ୍ର କରିଥିଲେ। ରଥଯାତ୍ରା ସମୟରେ ରାଜ୍ୟ ସରକାର କରୋନା ବ୍ୟାପିବାକୁ ନେଇ ଯେଉଁ ସତ୍ୟପାଠ ଦାଖଲ କରିଥିଲେ ତାହା ଅମୂଳକ ଓ ମିଥ୍ୟାରେ ପରିଣତ ହେଲା। ତେବେ ସୁପ୍ରିମକୋର୍ଟ ଓ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଯୋଗୁ ସୁରୁଖୁରୁରେ ରଥଯାତ୍ରା ସମ୍ପୂର୍ଣ୍ଣ ହେଲା। ତେଣୁ ମୁଖ୍ୟମନ୍ତ୍ରୀ ମନ୍ଦିର ଖୋଲିବା ନେଇ ତୁରନ୍ତ ଏକ ଠୋସ୍ ପଦକ୍ଷେପ ନେବାକୁ ଶ୍ରୀ ହରିଚନ୍ଦନ ଦାବି କରିଛନ୍ତି।

Related story