ସୀମା ସୁରକ୍ଷା ପାଇଁ ଚିଠିଟିଏ ଲେଖିବାକୁ ବି ମୁଖ୍ୟମନ୍ତ୍ରୀଙ୍କ ଆଗ୍ରହ ନାହିଁ: ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାଷୀଙ୍କ ସ୍ୱାର୍ଥରକ୍ଷା ପାଇଁ ଓଡ଼ିଶାର ଗଜପତି ଓ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲ୍ଲମ ଜିଲ୍ଲା ମଧ୍ୟରେ ଥିବା ବଂଶଧାରା ନଦୀରେ ନରେଡ଼ି ବ୍ୟାରେଜ ନିର୍ମାଣ କରିବା ନିମନ୍ତେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। କିନ୍ତୁ ଓଡ଼ିଶାର ସୀମା ସୁରକ୍ଷା ଓ ସୀମାବର୍ତ୍ତୀ ଲୋକଙ୍କ ସ୍ୱାର୍ଥ ରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପଡ଼ୋଶୀ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଖଣ୍ଡେ ଚିଠି ଲେଖିବାକୁ ଆଗ୍ରହ ଦେଖାଉ ନାହାନ୍ତି ବୋଲି ବିଜେପି ଅଭିଯୋଗ […]

golaka

golaka

Tapas Behera
  • Published: Monday, 19 April 2021
  • Updated: 19 April 2021, 10:39 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାଷୀଙ୍କ ସ୍ୱାର୍ଥରକ୍ଷା ପାଇଁ ଓଡ଼ିଶାର ଗଜପତି ଓ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲ୍ଲମ ଜିଲ୍ଲା ମଧ୍ୟରେ ଥିବା ବଂଶଧାରା ନଦୀରେ ନରେଡ଼ି ବ୍ୟାରେଜ ନିର୍ମାଣ କରିବା ନିମନ୍ତେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। କିନ୍ତୁ ଓଡ଼ିଶାର ସୀମା ସୁରକ୍ଷା ଓ ସୀମାବର୍ତ୍ତୀ ଲୋକଙ୍କ ସ୍ୱାର୍ଥ ରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପଡ଼ୋଶୀ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଖଣ୍ଡେ ଚିଠି ଲେଖିବାକୁ ଆଗ୍ରହ ଦେଖାଉ ନାହାନ୍ତି ବୋଲି ବିଜେପି ଅଭିଯୋଗ କରିଛି।

ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ବିଗତ ଦିନରେ ବେଆଇନ ଭାବେ ଆନ୍ଧ୍ର ସରକାର ଓଡ଼ିଶାର କୋଟିଆକୁ ନିଜର ବୋଲି କହିବା ସହ ସେଠାରେ ପଂଚାୟତ ନିର୍ବାଚନ କରାଇଥିଲେ। ଓଡ଼ିଶା ସରକାର ଏ ଦିଗରେ କେବଳ ସୁପ୍ରିମକୋର୍ଟ ଗଲେ କିନ୍ତୁ ମୁଖ୍ୟମନ୍ତ୍ରୀ ଥରଟିଏ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନାହିଁ କି ଆପୋଷ ବୁଝାମଣା ପାଇଁ କୌଣସି ପଦକ୍ଷେପ ବି ନେଲେନାହିଁ। ଅଥଚ ନରେଡ଼ି ବ୍ୟାରେଜ ନିର୍ମାଣ ନେଇ ପୂର୍ବରୁ ସୁପ୍ରିମକୋର୍ଟରେ ମାମଲା ଥାଇ ମଧ୍ୟ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଆପୋଷ ବୁଝାମଣା କରିବା ପାଇଁ ଉଦ୍ୟମ କରୁଛନ୍ତି।

କିନ୍ତୁ ଓଡ଼ିଶା ମୁଖ୍ୟମନ୍ତ୍ରୀ କାହିଁକି ନିରବ ରହିଛନ୍ତି ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି। ୧୯୩୬ ମସିହାରେ ଓଡ଼ିଶା ଭାଷାଭିତ୍ତିକ ରାଜ୍ୟ ହେବା ପୂର୍ବରୁ କୋଟିଆ ଗ୍ରାମପଂଚାୟତ ଜୟପୁର ରାଜ୍ୟ ଅଧିନରେ ଥିଲା। ସେତେବେଳେ କୋଟିଆ ଗ୍ରାମପୁଞ୍ଜ ଓଡ଼ିଶାରେ ମିଶିଗଲା। ୧୯୩୬ ମସିହା ମାର୍ଚ୍ଚ ୧୯ରେ ପ୍ରକାଶିତ ଗେଜେଟ୍ ନୋଟିଫିକେସନର ସ୍ପଷ୍ଟ  ଉଲ୍ଲେଖ ଅଛି ଯେ, ଜୟପୁର ଇଷ୍ଟେଟ୍‌, ପଟାଙ୍ଗୀର ଯେଉଁ ଅଂଚଳ ଜୟପୁର ଇଷ୍ଟେଟ୍‌ରେ ନଥିଲା ଏ ସମସ୍ତ ଅଂଚଳ ଓଡ଼ିଶା ରାଜ୍ୟର ଅଂଶ। କିନ୍ତୁ ରାଜ୍ୟ ସରକାରଙ୍କ ଅପାରଗତା ଓ ଦୂରଦୃଷ୍ଟି ଅଭାବ ଯୋଗୁଁ ଆଜି କୋଟିଆ ବିବାଦୀୟ ହୋଇପଡ଼ିଛି। ରାଜ୍ୟ ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ବିଜେପି କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos