ଶ୍ରୀମନ୍ଦିର ଟଙ୍କା: ବିଜୟ ସାହୁଙ୍କ ବହିଷ୍କାର ଦାବି କଲା କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶ୍ରୀଜଗନ୍ନାଥ ମନ୍ଦିରର ଅର୍ଥ ସବକମିଟିର ମୁଖ୍ୟ ତଥା ଚାଟାର୍ଡ ଆକାଉଟାଣ୍ଟ ବିଜୟ ସାହୁଙ୍କ ବହିଷ୍କାର ଦାବିରେ ଛାତ୍ର କଂଗ୍ରେସ ପକ୍ଷରୁ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟଙ୍କା ନଫେରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଛାତ୍ର କଂଗ୍ରେସ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଆଜି ଆଜି ପ୍ରଦେଶ ଛାତ୍ର କଂଗ୍ରେସର ରାଜ୍ୟ ସଂଯୋଜକ ୟାସିର ନୱାଜଙ୍କ ନେତୃତ୍ୱରେ ୟେସ ବ୍ୟାଙ୍କରେ ଜମା ହୋଇଥିବା ୫୪୫ କୋଟି ଟଙ୍କା ତୁରନ୍ତ ରାଜ୍ୟ […]

congress

congress

Manoranjan Sial
  • Published: Friday, 13 March 2020
  • Updated: 13 March 2020, 08:02 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶ୍ରୀଜଗନ୍ନାଥ ମନ୍ଦିରର ଅର୍ଥ ସବକମିଟିର ମୁଖ୍ୟ ତଥା ଚାଟାର୍ଡ ଆକାଉଟାଣ୍ଟ ବିଜୟ ସାହୁଙ୍କ ବହିଷ୍କାର ଦାବିରେ ଛାତ୍ର କଂଗ୍ରେସ ପକ୍ଷରୁ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟଙ୍କା ନଫେରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଛାତ୍ର କଂଗ୍ରେସ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଆଜି ଆଜି ପ୍ରଦେଶ ଛାତ୍ର କଂଗ୍ରେସର ରାଜ୍ୟ ସଂଯୋଜକ ୟାସିର ନୱାଜଙ୍କ ନେତୃତ୍ୱରେ ୟେସ ବ୍ୟାଙ୍କରେ ଜମା ହୋଇଥିବା ୫୪୫ କୋଟି ଟଙ୍କା ତୁରନ୍ତ ରାଜ୍ୟ ସରକାର ଫେରାଇ ଆଣିବା ଦାବିରେ ବିକ୍ଷୋଭ କରାଯାଇଥିଲା। ଛାତ୍ର କଂଗ୍ରେସ କର୍ମକର୍ତାମାନେ କଂଗ୍ରେସ ଭବନରୁ ବାହାରି ମାଷ୍ଟରକ୍ୟାଂଟିନ୍ ଛକ ପର୍ଯ୍ୟନ୍ତ ଯାଇ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ପରିପ୍ରେକ୍ଷୀରେ ନୱାଜ କହିଛନ୍ତି ଯେ ଓଡ଼ିଶା ଲୋକଙ୍କର ନବୀନ ସରକାରଙ୍କ ଉପରେ ଭରସା ନାହିଁ। କାରଣ ନବୀନ ସରକାର ସାଧାରଣ ଲୋକଙ୍କୁ ଚିଟ୍‌ଫଣ୍ଡ ଟଙ୍କା ଫେରାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଚିଟ୍‌ଫଣ୍ଡ ଟଙ୍କା ଫେରାଇବା ତ ଦୂରର କଥା ଗତ ୪ ତାରିଖ ଦିନ ଏଥିପାଇଁ ହୋଇଥିବା କମିଶନଙ୍କ କାର୍ଯ୍ୟକାଳକୁ ବନ୍ଦ କରି ଦେଇଛନ୍ତି। ତେଣୁ ଯେପର୍ଯ୍ୟନ୍ତ ଶ୍ରୀମନ୍ଦିର ଟଙ୍କା

ୟେସ ବ୍ୟାଙ୍କରୁ ଫେରି ନଆସିଛି ସେ ପର୍ଯ୍ୟନ୍ତ ଓଡ଼ିଶାବାସୀ ଆଶ୍ୱସ୍ତ ହେବେ ନାହିଁ। ଶ୍ରୀ ନୱାଜ ପ୍ରଶ୍ନ କରିଛନ୍ତି ଯେ ସରକାର ଜାଣିଶୁଣି ଏକ ଘରୋଇ ବ୍ୟାଙ୍କରେ କ’ଣ ପାଇଁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟଙ୍କା ରଖିଥିଲେ। ତିରୁପତି ମନ୍ଦିର ଟ୍ରଷ୍ଟ ୟେସ୍ ବ୍ୟାଙ୍କ ଦେବାଳିଆ ହୋଇଯାଉଥିବା ଜାଣି ୧୩୦୦ କୋଟି ଟଙ୍କା ଉଠାଇ ନେଇଥିବା ବେଳେ ଓଡ଼ିଶା ସରକାର ଚୁପ୍ ରହିଲେ କାହିଁକି? ଏହି ବ୍ୟାଙ୍କରେ ଟଙ୍କା ରଖିବା ପାଇଁ ପିସି କାରବାର ହୋଇଛି । ଚାଟାର୍ଡ ଆକାଉଣ୍ଟାଣ୍ଟ ତଥା ଶ୍ରୀମନ୍ଦିର ଅର୍ଥ ସବ୍‌କମିଟିର ମୁଖ୍ୟ ବିଜୟ କୁମାର ସାହୁ ୟେସ ବ୍ୟାଙ୍କରେ ରଖାଯାଇଥିବା ଟଙ୍କାର କମିଶନରେ ମଉଜ କରିଛନ୍ତି ବୋଲି ନୱାଜ ଅଭିଯୋଗ କରିଛନ୍ତି। ଶ୍ରୀ ସାହୁ ଜଣେ ଶିକ୍ଷା ବ୍ୟବସାୟୀ। ସେ ସାଧାରଣତଃ ଆଉ ଚାଟାର୍ଡ ଆକାଉଣ୍ଟାଣ୍ଟ ଭାବେ କାର୍ଯ୍ୟ କରୁନାହାନ୍ତି। ଏଭଳି ଜଣେ ବ୍ୟକ୍ତିଙ୍କୁ ଅର୍ଥ ସବ୍‌କମିଟିର ମୁଖ୍ୟ ଭାବେ କାହିଁକି ନିଯୁକ୍ତି ଦିଆଯାଇଛି। ତାଙ୍କ ପରାମର୍ଶକ୍ରମେ ପ୍ରଭୁ ଶ୍ରୀଜଗନ୍ନାଥଙ୍କର ଅର୍ଥ ଆଜି ବୁଡ଼ିଯିବା ପରିସ୍ଥିତିକୁ ଯାଇଥିବାରୁ ସେଥିପାଇଁ ଶ୍ରୀ ସାହୁଙ୍କୁ ତୁରନ୍ତ ଶ୍ରୀମନ୍ଦିର ଅର୍ଥ ସବ୍‌କମିଟିରୁ ବହିଷ୍କାର କରିବା ସହ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନୱାଜ ଦାବି କରିଛନ୍ତି।

ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ଫାଉଣ୍ଡେସନ କମିଟିର ଅଧ୍ୟକ୍ଷ ହୋଇଥିବାରୁ ଆଜିର ପରିସ୍ଥିତି ପାଇଁ ସେ ମଧ୍ୟ ଦାୟୀ। ତିରୁପତି ମନ୍ଦିର ପରିଚାଳନା କମିଟି ୟସ୍ ବ୍ୟାଙ୍କ ଦେବାଳିଆ ହେଉଥିବା ସଂପର୍କରେ ଜାଣି ପାରିଥିବାବେଳେ ଆମ ମୁଖ୍ୟମନ୍ତ୍ରୀ କିପରି ଏ କଥା ଜାଣି ପାରିଲେ ନାହିଁ। ସୁତରାଂ ଶ୍ରୀ ବିଜୟ ସାହୁ ଯିଏକି ଅର୍ଥ ସବ୍‌କମିଟିର ମୁଖ୍ୟ ଅଛନ୍ତି କେଉଁ ପରିସ୍ଥିତିରେ ସେ ଏକ ଘରୋଇ ବ୍ୟାଙ୍କରେ ଶ୍ରୀମନ୍ଦିର ଟଙ୍କା ରଖିଲେ ତା’ର ବିଚାର ବିଭାଗୀୟ ତଦନ୍ତ ଜରୁରୀ ବୋଲି ସେ ଦାବି କରିଛନ୍ତି।

ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ, ଶୁଭେନ୍ଦୁ ମହାନ୍ତି, ରଶ୍ମି ମହାପାତ୍ର, ପ୍ରକାଶ ମିଶ୍ର, ରଜନୀ ମହାନ୍ତି, ସୁବ୍ରତ ମହାପାତ୍ର, ଦୀପକ ମହାପାତ୍ର, ଆଶିଷ ମଲ୍ଲିକ, ଜୟକୃଷ୍ଣ ସୁବୁଦ୍ଧି, ରଞ୍ଜିତ ପାତ୍ର, ମୋହନ ଜେନା, ଅଶୋକ ଦାସ, ରମାକାନ୍ତ ସାହୁ, କୈଳାସ ସାହୁ, ଦେବରାଜ ମିଶ୍ର, ସଂକୁନା କହଁର, ସରୋଜ ମହାନ୍ତି, ଶ୍ରୀୟା ମହାନ୍ତି, ସୁରଜ ରାଉତ, ବାଦଲ ମହାନ୍ତି, ମନୋଜ ସାହୁ, ଦେବବ୍ରତ ମହାନ୍ତି, ଲୁଲୁ ଏହମ୍ମଦ ପ୍ରମୁଖ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story