ଚାଷୀଙ୍କୁ ଭାଣ୍ଡିଆ କରି ନେଦରଲ୍ୟାଣ୍ଡସ ବୁଲିଯିବେ ଅଫିସର!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚାଷୀଙ୍କୁ ଭାଣ୍ଡିଆ କରି ମଙ୍ଗଳବାର ନେଦରଲ୍ୟାଣ୍ଡସ ବୁଲିଯିବେ ଓଡ଼ିଶା ଅଫିସର। ଅଫିସରଙ୍କ ଚକ୍ରାନ୍ତରେ ଶେଷରେ ଓଡ଼ିଶାର ୪ ଜଣ ଅଗ୍ରଣୀ ଚାଷୀ ନେଦରଲ୍ୟାଣ୍ଡସ ବୁଲିଯିବାରୁ ବଞ୍ଚିତ ହୋଇଛନ୍ତି। କିଛି ଅଫିସରଙ୍କ ପେଂଚକୁ ଖୋଦ‌୍‍ କୃଷି ମନ୍ତ୍ରୀ ଓ ସଚିବ ମଧ୍ୟ ଭେଦ କରିବା କଷ୍ଟକର ହୋଇପଡ଼ିଛି। ୟୁରୋପର ନେଦରଲ୍ୟାଣ୍ଡସରେ ଥିବା ଆଲମେର ସହରରେ ଚାଲିଛି ‘ଫ୍ଲୋରିଏଡ‌୍‍ ଏକ୍ସପୋ’। ଏହି ଆନ୍ତର୍ଜାତିକ ଉଦ୍ୟାନ କୃଷି ମେଳାରେ ବିଭିନ୍ନ ରାଜ୍ୟର ପ୍ରତିନିଧିଙ୍କୁ ଯୋଗ ଦେବା ପାଇଁ […]

farmer

farmer

Ordigital Desk
  • Published: Tuesday, 06 September 2022
  • Updated: 06 September 2022, 04:25 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚାଷୀଙ୍କୁ ଭାଣ୍ଡିଆ କରି ମଙ୍ଗଳବାର ନେଦରଲ୍ୟାଣ୍ଡସ ବୁଲିଯିବେ ଓଡ଼ିଶା ଅଫିସର। ଅଫିସରଙ୍କ ଚକ୍ରାନ୍ତରେ ଶେଷରେ ଓଡ଼ିଶାର ୪ ଜଣ ଅଗ୍ରଣୀ ଚାଷୀ ନେଦରଲ୍ୟାଣ୍ଡସ ବୁଲିଯିବାରୁ ବଞ୍ଚିତ ହୋଇଛନ୍ତି। କିଛି ଅଫିସରଙ୍କ ପେଂଚକୁ ଖୋଦ‌୍‍ କୃଷି ମନ୍ତ୍ରୀ ଓ ସଚିବ ମଧ୍ୟ ଭେଦ କରିବା କଷ୍ଟକର ହୋଇପଡ଼ିଛି।

ୟୁରୋପର ନେଦରଲ୍ୟାଣ୍ଡସରେ ଥିବା ଆଲମେର ସହରରେ ଚାଲିଛି ‘ଫ୍ଲୋରିଏଡ‌୍‍ ଏକ୍ସପୋ’। ଏହି ଆନ୍ତର୍ଜାତିକ ଉଦ୍ୟାନ କୃଷି ମେଳାରେ ବିଭିନ୍ନ ରାଜ୍ୟର ପ୍ରତିନିଧିଙ୍କୁ ଯୋଗ ଦେବା ପାଇଁ କେନ୍ଦ୍ର କୃଷି ମନ୍ତ୍ରଣାଳୟର ଉଦ୍ୟାନ ଡିଭିଜନ‌୍‍ ମାର୍ଚ୍ଚ ୧୪ ତାରିଖରେ ରାଜ୍ୟ ସରକାରଙ୍କୁ ଚିଠି କରିଥିଲା। ସେତେବେଳେ କୃଷି ଉତ୍ପାଦନ କମିଶନର ସଂଜୀବ ଚୋପ୍ରା କୃଷି ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଦାୟିତ୍ୱରେ ଥିବାବେଳେ ଏହି ୭-ଦିନିଆ ଭ୍ରମଣରେ କେବଳ ତିନି ଜଣ ଅଫିସରଙ୍କୁ ପ୍ରଥମେ ପଠାଇବାକୁ ନିଷ୍ପତ୍ତି ନେଇଥିଲେ। ସେହି ଅଫିସର ଭିତରେ ଥିଲେ ନିଜେ ବର୍ତ୍ତମାନର କୃଷି ଉତ୍ପାଦନ କମିଶନର ସଂଜୀବ ଚୋପ୍ରା, କୃଷି ବିଭାଗର ସ୍ୱତନ୍ତ୍ର ସଚିବ ସଂଜୀବ କୁମାର ଚଢ଼ା ଓ ଉଦ୍ୟାନ କୃଷି ନିର୍ଦେଶକ ରୋହିତ କୁମାର ଲେଙ୍କା। ସେପ୍ଟେମ୍ବର ୮ରୁ ୧୪ ପର୍ଯ୍ୟନ୍ତ ଆମ ରାଜ୍ୟର ପ୍ରତିନିଧି ‘ଫ୍ଲୋରିଏଡ‌୍‍ ଏକ୍ସପୋ’ରେ ଯୋଗଦେବେ।

ତେବେ ଅଗଷ୍ଟ ୪ ତାରିଖରେ ଅରବିନ୍ଦ ପାଢ଼ୀ କୃଷି ସଚିବ ଭାବେ ଯୋଗ ଦେଲା ପରେ କେବଳ ଅଫିସର କାହିଁକି ନେଦରଲ୍ୟାଣ୍ଡସ ବୁଲିଯିବେ, ବରଂ ତାଙ୍କ ସହ ୪ ଜଣ ଚାଷୀ ବିଦେଶ ଭ୍ରମଣରେ ଯାଇ ଉଦ୍ୟାନ କୃଷି ସଂପର୍କରେ ଅଭିଜ୍ଞତା ଲାଭ କରନ୍ତୁ ବୋଲି ନିର୍ଦ୍ଦେଶ ଦେଇଥିଲେ। ସେହି ଫାଇଲ‌୍‍ ପ୍ରସ୍ତାବକୁ କୃଷି ମନ୍ତ୍ରୀ ରଣେନ୍ଦ୍ର ସ୍ୱାଇଁ ମଧ୍ୟ ମଂଜୁର କରିଦେଇଥିଲେ।

ଓଡ଼ିଶାର ପୁରୀ, ଜଗତସିଂହପୁର, କୋରାପୁଟ ଓ ଗଞ୍ଜାମର ୪ ଜଣ ଚାଷୀଙ୍କ ନାମ ମଧ୍ୟ ତାଲିକାରେ ଯୋଡ଼ା ଯାଇଥିଲା। ସେମାନେ କୃଷି ଭବନରେ ସେମାନଙ୍କର ପାସପୋର୍ଟ ମଧ୍ୟ ଦାଖଲ କରିଥିଲେ। ହେଲେ ଉଦ୍ୟାନ କୃଷି ବିଭାଗ ସେମାନଙ୍କ ଭିସା ପାଇଁ କୌଣସି ଉଦ୍ୟମ ନ କରି ବସିପଡ଼ିଥିଲା। ଅଫିସରମାନେ ନିଜର ଡିପ୍ଲୋମାଟିକ‌୍‍ ଭିସାକୁ ନେଇ ତୁରନ୍ତ ଭିସା ସଂଗ୍ରହ କରିବାରେ ସଫଳ ହୋଇଛନ୍ତି। ମାତ୍ର ଚାଷୀମାନଙ୍କର ଯେ ଭିସା ହୋଇପାରିନାହିଁ ଏ ସଂପର୍କରେ କୃଷି ମନ୍ତ୍ରୀ ମଧ୍ୟ ଅନ୍ଧାରରେ ଥିବା କୁହାଯାଉଛି।

ଯଦି ଚାଷୀମାନେ ଏକ୍ସପୋଜର ଭିଜିଟରେ ଯାଉନାହାନ୍ତି, ଅଫିସରମାନେ ଯିବେ କାହିଁକି? ପୂର୍ବରୁ ୧୯୯୬-୯୭ ମସିହାରେ ଚାଷୀମାନଙ୍କୁ ନନେଇ ଅଫିସରମାନେ ଇସ୍ରାଏଲ ଗସ୍ତରେ ଯାଇଥିବାରୁ ଢେର ସମାଲୋଚିତ ହୋଇଥିଲେ। ବର୍ତ୍ତମାନର କୃଷି ମନ୍ତ୍ରୀ ସେତେବେଳେ ବିରୋଧୀ ଦଳରେ ଥାଇ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। ହେଲେ ବର୍ତ୍ତମାନର ବ୍ୟବସ୍ଥାରେ ଅଫିସରମାନେ ପୁଣି ଥରେ ସର୍ବେସର୍ବା ହୋଇଯାଇଥିବା ବେଳେ ବିଚରା ଚାଷୀ ଭାଣ୍ଡିଆ ହୋଇଥିବା ଚର୍ଚ୍ଚା ହେଉଛି!

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story