‘ଉଲ୍ଲାକା ବିଜେଡି ନେତାଙ୍କ ସମ୍ପର୍କରେ ଅଛନ୍ତି, ଯୁବ କଂଗ୍ରେସ ନେତାଙ୍କୁ ଧମକାଉଛନ୍ତି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦକ୍ଷିଣ ଓଡ଼ିଶାର ଟାଣୁଆ ଯୁବ କଂଗ୍ରେସ ନେତା ପ୍ରଦୀପ ମାଝୀ ଦଳ ଛାଡ଼ିଛନ୍ତି। ଏହା ପରେ ମଧ୍ୟ କଂଗ୍ରେସର ତୁ ତୁ ମେଁ ମେଁ ରାଜନୀତି ଥମିବାର ନାଁ ଧରୁନି। ପରସ୍ପର ବିରୋଧରେ ବୟାନବାଜୀ କରୁଛନ୍ତି ନେତା। ଆଜି ପୁଣି ଥରେ କଥା କଟାକଟି ହୋଇଛନ୍ତି କୋରାପୁଟ ଜିଲ୍ଲାର ଦୁଇ ହେଭିୱେଟ୍‌। ମୁହାଁମୁହିଁ ହୋଇଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଓ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା। ଶ୍ରୀ ବାହିନୀପତି ସିଧାସଳଖ ସପ୍ତଗିରି […]

Tara-and-saptagiri

Manoranjan Sial
  • Published: Monday, 01 November 2021
  • , Updated: 01 November 2021, 07:24 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦକ୍ଷିଣ ଓଡ଼ିଶାର ଟାଣୁଆ ଯୁବ କଂଗ୍ରେସ ନେତା ପ୍ରଦୀପ ମାଝୀ ଦଳ ଛାଡ଼ିଛନ୍ତି। ଏହା ପରେ ମଧ୍ୟ କଂଗ୍ରେସର ତୁ ତୁ ମେଁ ମେଁ ରାଜନୀତି ଥମିବାର ନାଁ ଧରୁନି। ପରସ୍ପର ବିରୋଧରେ ବୟାନବାଜୀ କରୁଛନ୍ତି ନେତା। ଆଜି ପୁଣି ଥରେ କଥା କଟାକଟି ହୋଇଛନ୍ତି କୋରାପୁଟ ଜିଲ୍ଲାର ଦୁଇ ହେଭିୱେଟ୍‌। ମୁହାଁମୁହିଁ ହୋଇଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଓ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା। ଶ୍ରୀ ବାହିନୀପତି ସିଧାସଳଖ ସପ୍ତଗିରି ଉଲ୍ଲାକାଙ୍କୁ ଟାର୍ଗେଟ କରିଛନ୍ତି। ଆଉ କହିଛନ୍ତି, ଉଲ୍ଲାକା ବିଜେଡି ନେତାଙ୍କ ସହ ସମ୍ପର୍କରେ ଅଛନ୍ତି। ଯୁବ କଂଗ୍ରେସ ନେତାଙ୍କୁ ଧମକ ଦେଉଛନ୍ତି। ଏହା କଣ ଦଳର ଶୃଙ୍ଖଳା ବୋଲି ତାରା ପ୍ରଶ୍ନ କରିଛନ୍ତି। ତାରାଙ୍କ ଅଭିଯୋଗରେ ଜବାବ ରଖିଛନ୍ତି ସପ୍ତଗିରି ଉଲ୍ଲାକା। 

ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି- “ଆମେ ଫାଇଲ୍‌ ଲୋକ ନୁହେଁ, ଫିଲଡ୍‌ ଲୋକ। ସେମାନେ ଫାଇଲ୍‌ର ଲୋକ। କିଛି ନକରି ଗାଁ ଗହଳିକୁ ନଯାଇ ଉପରେ ଉପରେ ନେତା ହୋଇଯିବେ। ପଦପଦବୀରେ ରହିବେ। ଏଆଇସିସି ମେମ୍ୱର, ହାତୀ, ଢ଼ିଙ୍କି... ହୋଇଯିବେ। କାରଣ ସେମାନେ ଫାଇଲର ଲୋକ।”

ସେ କହିଛନ୍ତି- “ଲୋକଙ୍କ ସାଙ୍ଗରେ ଥିବାରୁ ୯ ବିଧାୟକ ଜିତିଛୁ। ସେମାନଙ୍କୁ ପିସିସି ସଭାପତି ଗୁରୁତ୍ୱ ଦେବା କଥା। କିନ୍ତୁ ଉଲ୍ଲାକା ବାବୁ ବିଜେଡି ଲୋକଙ୍କୁ ଧରି ନାଚୁଛନ୍ତି। ପଇସା ଦେଇ ସେମାନଙ୍କୁ କିଣି ଆଣୁଛନ୍ତି। ଯୁବ କଂଗ୍ରେସକୁ ଧମକାଉଛନ୍ତି। ସେ ଧମକାଇ ଶୃଙ୍ଖଳିତ ଅଛନ୍ତି। କିନ୍ତୁ ଆମେ ଖୋଲାଖୋଲି କହୁଛୁ ବୋଲି ବିଶୃଙ୍ଖଳିତ ହେଉଛୁ।”

ତାରାଙ୍କ ମନ୍ତବ୍ୟର ଜବାବ ଦେଇଛନ୍ତି କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା। ସେ କହିଛନ୍ତି- “ମୁଁ ସମସ୍ତଙ୍କୁ ସମ୍ମାନ କରେ। ମୁଁ ଜାଣିନି ସେ କାହାକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି? ସେ କାହା ବିଷୟରେ କହୁଛନ୍ତି ମୁଁ ଜାଣିନି। ମୋ ଗୋସେଇ ବାପା କଂଗ୍ରେସରେ ବିଧାୟକ ଥିଲେ। ବାପାଙ୍କ ୫୦ ବର୍ଷର ରାଜନୈତିକ କ୍ୟାରିୟର ଭିତରେ ଦୁଇ ଥର ସାଂସଦ ଓ ୭ ଥର ବିଧାୟକ ଥିଲେ। ମୋ ଦାଦା ମଧ୍ୟ ବିଧାୟକ ଓ ମନ୍ତ୍ରୀ ଥିଲେ। ମୁଁ ହେଉଛି ତୃତୀୟ ପିଢ଼ିର ରାଜନେତା। ଯେତେବେଳେ କଂଗ୍ରେସର କିଛି ନଥିଲା, ସେଭଳି ପରିସ୍ଥିତିରେ ମୁଁ ଜିତି ଆସିଛି। କଂଗ୍ରେସ ମୋ ପାର୍ଟି। ଏହି ଦଳକୁ ଛାଡ଼ିବାର ପ୍ରଶ୍ନ ଉଠୁନି। କଂଗ୍ରେସ ପୁଣି ଥରେ କେମିତି ସରକାରକୁ ଆସିବ, ସେଥିପାଇଁ ଆମେ ରଣନୀତି ପ୍ରସ୍ତୁତ କରୁଛୁ।”

Related story