ବିଜୁ ସ୍ଵାସ୍ଥ୍ୟ କାର୍ଡକୁ ସମାଲୋଚନା କଲେ କେନ୍ଦ୍ରମନ୍ତ୍ରୀ

ବାରିପଦା(ମାନିକ ଲାଲ୍‌ ପାଣି): ରାଜ୍ୟ ସରକାରଙ୍କ ବିଜୁ ସ୍ଵାସ୍ଥ୍ୟ କାର୍ଡକୁ ସମାଲୋଚନା କଲେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ। କେନ୍ଦ୍ର ଦେଉଥିବା ଆୟୁଷ୍ମାନ ଭାରତ ଯୋଜନାକୁ କାର୍ଯ୍ୟକାରୀ ନ କରି ଆସନ୍ତା ୨୨ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବାଣ୍ଟିବାକୁ ମୟୂରଭଞ୍ଜ ଜିଲ୍ଲାକୁ ଆସୁଛନ୍ତି। ଏହାଦ୍ୱାରା ଜନତାଙ୍କ ଲକ୍ଷ ଲକ୍ଷ ଟଙ୍କା ଅପଚୟ ହେଉଛି ବୋଲି ବିଶେଶ୍ୱର ଟୁଡୁ କହିଛନ୍ତି। ସେ କହିଛନ୍ତି, ଜିଲ୍ଲାରେ ପ୍ରତିଷ୍ଠା ହୋଇଥିବା ମେଡ଼ିକାଲ୍‌ କଲେଜରେ ଆବଶ୍ୟକ ଯନ୍ତ୍ରପାତି […]

union minister bishweswar tudu

Manoranjan Sial
  • Published: Tuesday, 19 October 2021
  • , Updated: 19 October 2021, 08:56 PM IST

ବାରିପଦା(ମାନିକ ଲାଲ୍‌ ପାଣି): ରାଜ୍ୟ ସରକାରଙ୍କ ବିଜୁ ସ୍ଵାସ୍ଥ୍ୟ କାର୍ଡକୁ ସମାଲୋଚନା କଲେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ। କେନ୍ଦ୍ର ଦେଉଥିବା ଆୟୁଷ୍ମାନ ଭାରତ ଯୋଜନାକୁ କାର୍ଯ୍ୟକାରୀ ନ କରି ଆସନ୍ତା ୨୨ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବାଣ୍ଟିବାକୁ ମୟୂରଭଞ୍ଜ ଜିଲ୍ଲାକୁ ଆସୁଛନ୍ତି। ଏହାଦ୍ୱାରା ଜନତାଙ୍କ ଲକ୍ଷ ଲକ୍ଷ ଟଙ୍କା ଅପଚୟ ହେଉଛି ବୋଲି ବିଶେଶ୍ୱର ଟୁଡୁ କହିଛନ୍ତି।

ସେ କହିଛନ୍ତି, ଜିଲ୍ଲାରେ ପ୍ରତିଷ୍ଠା ହୋଇଥିବା ମେଡ଼ିକାଲ୍‌ କଲେଜରେ ଆବଶ୍ୟକ ଯନ୍ତ୍ରପାତି ନାହିଁ। ଯେଉଁଥିପାଇଁ ରୋଗୀମାନେ ଉପଯୁକ୍ତ ଚିକିତ୍ସା ନ ପାଇ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ ହେଉଛନ୍ତି। ଏପରି ସ୍ଥିତିରେ ସ୍ଵାସ୍ଥ୍ୟ କାର୍ଡ ବଣ୍ଟନ କରିବା ହାସ୍ୟାସ୍ପଦ। ପଞ୍ଚାୟତ ନିର୍ବାଚନକୁ ଲକ୍ଷ୍ୟ ରଖି ବିଜେଡି ଏହି ବ୍ୟୟବହୁଳ କାର୍ଯ୍ୟକ୍ରମ ଆୟୋଜନ କରୁଛି। ରାଜ୍ୟରେ ପ୍ରଧାନମନ୍ତ୍ରୀଙ୍କ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ ନ କରି ଭୋଟ୍‌ ପାଇଁ ଲୋକଙ୍କୁ ଭକୁଆ ବନାଯାଉଛି।”

ସୁବର୍ଣ୍ଣରେଖା ଜଳ ପ୍ରକଳ୍ପ ସଂପୂର୍ଣ୍ଣ ହୋଇ ନଥିବା ବେଳେ ଏହାକୁ ମୁଖ୍ୟମନ୍ତ୍ରୀ ଦୁଇ ଥର ଲୋକାର୍ପିତ କରିବାକୁ ନେଇ କେନ୍ଦ୍ରମନ୍ତ୍ରୀ ସମାଲୋଚନା କରିଛନ୍ତି। ସେ କହିଛନ୍ତି-“ଜନତାଙ୍କ ଟିକସ ଟଙ୍କାକୁ ଅପଚୟ କରି ସରକାର ଏହି ପରି ଦଳୀୟ କାର୍ଯ୍ୟକ୍ରମ କରୁଥିବାରୁ ଆଗାମୀ ୨୨ ତାରିଖରେ ଆବଶ୍ୟକ ପଡ଼ିଲେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଭାଜପା ବିରୋଧ କରିବ।”

ଓଏଏସ୍‌ ସଂଘ ସହ ହୋଇଥିବା ବିବାଦ କଥାକୁ ପୁଣି ଥରେ ଦୋହରାଇଛନ୍ତି କେନ୍ଦ୍ରମନ୍ତ୍ରୀ। ଆଉ ପ୍ରଶ୍ନ ପଚାରିଛନ୍ତି, ପୂର୍ବରୁ ଶ୍ୟାମାଖୁଣ୍ଟ ବିଡ଼ିଓଙ୍କୁ ହୋଇଥିବା ଦୁର୍ବ୍ୟବହାର ବେଳେ କାହିଁକି ଓଏଏସ୍‌ ସଂଘ ଚୁପ୍‌ ବସିଥିଲା? ଏବେ କାହା ଇଙ୍ଗିତରେ କାର୍ଯ୍ୟ କରୁଛନ୍ତି ବୋଲି ମନ୍ତ୍ରୀ ପ୍ରଶ୍ନ କରିଛନ୍ତି।

Related story