ସ୍କୁଲ ଖୋଲିବା ପୂର୍ବରୁ ସମସ୍ତଙ୍କୁ କରୋନା ଟିକା ଦିଅ : କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୨୬ତାରିଖରୁ ସ୍କୁଲରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଠପଢ଼ା ଆରମ୍ଭ ହେଉଥିବାବେଳେ ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ନିରାପତ୍ତା ଉପରେ ଦୃଷ୍ଟି ଦେବାକୁ କଂଗ୍ରେସ ଦାବି କରିଛି। ସ୍କୁଲ ଖୋଲିବା ପୂର୍ବରୁ ସମସ୍ତଙ୍କ ସ୍ୱାସ୍ଥ୍ୟ ନିରାପତ୍ତା ଉପରେ ସରକାର ଧ୍ୟାନ ଦେଇନାହାନ୍ତି ଓ ସମସ୍ତଙ୍କୁ ତୁରନ୍ତ କରୋନା ଟିକା ଦେବାକୁ କଂଗ୍ରେସ ଦାବି କରୁଛି। କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ ଓ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ଏକ ମିଳିତ […]

congress

Ordigital Desk
  • Published: Saturday, 24 July 2021
  • , Updated: 24 July 2021, 10:27 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୨୬ତାରିଖରୁ ସ୍କୁଲରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଠପଢ଼ା ଆରମ୍ଭ ହେଉଥିବାବେଳେ ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ନିରାପତ୍ତା ଉପରେ ଦୃଷ୍ଟି ଦେବାକୁ କଂଗ୍ରେସ ଦାବି କରିଛି। ସ୍କୁଲ ଖୋଲିବା ପୂର୍ବରୁ ସମସ୍ତଙ୍କ ସ୍ୱାସ୍ଥ୍ୟ ନିରାପତ୍ତା ଉପରେ ସରକାର ଧ୍ୟାନ ଦେଇନାହାନ୍ତି ଓ ସମସ୍ତଙ୍କୁ ତୁରନ୍ତ କରୋନା ଟିକା ଦେବାକୁ କଂଗ୍ରେସ ଦାବି କରୁଛି।

କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ ଓ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲି ପାଠପଢ଼ା ଆରମ୍ଭକୁ କଂଗ୍ରେସ ସ୍ୱାଗତ କରୁଛି। କିନ୍ତୁ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ନିରାପତ୍ତା ପ୍ରତି ସରକାର ଦୃଷ୍ଟି ଦେଇନାହାନ୍ତି। ସ୍କୁଲର ଶିକ୍ଷକ-ଶିକ୍ଷୟତ୍ରୀ ଓ ଅନ୍ୟାନ୍ୟ କର୍ମଚାରୀମାନଙ୍କ ଭିତରୁ ଏବେସୁଦ୍ଧା ୬୦ଭାଗ ପ୍ରଥମ ଟୀକା ନେଇଥିବାବେଳେ ମାତ୍ର ୪୦ ଭାଗ ଦ୍ୱିତୀୟ ଟୀକା ନେଇଛନ୍ତି। ଅର୍ଥାତ ଏମାନେ ସମସ୍ତେ କରୋନା ମହାମାରୀର କବଳରୁ ମୁକ୍ତ ନୁହଁନ୍ତି, ସେହି ଦୃଷ୍ଟିରୁ ସ୍କୁଲ ଖୋଲିବା ପୂର୍ବରୁ ତୁରନ୍ତ ଏମାନଙ୍କର ଟୀକାକରଣ ପାଇଁ ସରକାର ପଦକ୍ଷେପ ନିଅନ୍ତୁ। ସେହିପରି ଗତବର୍ଷ ମହାମାରୀ ଆରମ୍ଭ ଦିନରୁ ପିଲାଙ୍କର ପାଠପଢ଼ାରେ ଏକପ୍ରକାର ଡୋରି ବନ୍ଧା ହୋଇଛି। ନିଜେ ଗଣଶିକ୍ଷା ମନ୍ତ୍ରୀ ଏପର୍ଯ୍ୟନ୍ତ ମାତ୍ର ୩୨% ପିଲା ଅନଲାଇନ ପାଠ୍ୟକ୍ରମରେ ଅର୍ନ୍ତଭୁକ୍ତ ହୋଇଛନ୍ତି ବୋଲି ସ୍ୱୀକାର କରିଛନ୍ତି। ଏଥିରୁ ପ୍ରମାଣିତ ଅନଲାଇନ ପାଠପଢ଼ା ଏକ ପ୍ରହସନ ବ୍ୟତୀତ ଅନ୍ୟକିଛି ନୁହେଁ।ସେହିପରି ପ୍ରଥମରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଠପଢ଼ା ପାଇଁ ସରକାର କ’ଣ ବନ୍ଦୋବସ୍ତ କରୁଛନ୍ତି ଏବଂ ସେମାନଙ୍କ ପାଇଁ ସ୍କୁଲ କେବେ ଖୋଲିବେ ସେ ବିଷୟରେ ସରକାର ରାଜ୍ୟବାସୀଙ୍କୁ ଜଣାଇବାକୁ କଂଗ୍ରେସ ଦାବି କରିବା ସହ ୧୪୦୦୦ ସ୍କୁଲକୁ ଅନ୍ୟ ସ୍କୁଲ ସହିତ ମିଶ୍ରଣ କରିବାକୁ ବି ଦଳ ବିରୋଧ କରୁଛି। ଏହାବ୍ୟତୀତ ପ୍ରାଇଭେଟ୍ ସ୍କୁଲ ଫି ଛାଡ଼ପାଇଁ କୋର୍ଟଙ୍କ ନିର୍ଦ୍ଦେଶକୁ ରାଜ୍ୟ ସରକାର ପାଳନ କରିବାରେ ଆଗ୍ରହ ପ୍ରକାଶ କରୁନାହାନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ପ୍ରାଇଭେଟ୍ ସ୍କୁଲ ମାଲିକମାନେ ବେଖାତିର କରୁଛନ୍ତି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ କେଉଁ କେଉଁ ସ୍କୁଲ କେତେ ଫି ଛାଡ଼ କଲେ ତାହା ସର୍ବସାଧାରଣରେ ପ୍ରକାଶ କରନ୍ତୁ ନଚେତ ଆଗାମୀ ଦିନରେ ବିକ୍ଷୋଭ କରାଯିବ ବୋଲି କଂଗ୍ରେସ କହିଛି।

Related story