୭ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରୁଛ, ୨୦ବର୍ଷ ଶାସନରେ ପକ୍କାଘର ଗଲା କୁଆଡ଼େ: ବିରୋଧୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ‘ୟାସ୍‌’ ଓଡ଼ିଶା ଛାଡ଼ିବାର କିଛି ଘଣ୍ଟା ନପୁରୁଣୁ ସରକାରଙ୍କ ପଦକ୍ଷେପକୁ ନେଇ ରାଜ୍ୟରେ ରାଜନୀତି ଜୋର ଧରିଛି । ବାତ୍ୟା ପାଇଁ ୭ଲକ୍ଷ ଲୋକଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯିବାକୁ ନେଇ ଉଭୟ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ଆଜି କଡ଼ା ଭାଷାରେ ବିଜେଡି ସରକାର ଉପରେ ବର୍ଷିଛନ୍ତି। ୨୦ବର୍ଷ ଧରି ଶାସନରେ ରହି ବି ଲୋକଙ୍କୁ କାହିଁକି ପକ୍କାଘର ଯୋଗାଇ ପାରୁନ ଓ ବିଭିନ୍ନ ଯୋଜନାରେ ଆସୁଥିବା ପକ୍କାଘର ଯାଉଛି କୁଆଡ଼େ […]

Niranjan Patnaik

Niranjan Patnaik

Tapas Behera
  • Published: Thursday, 27 May 2021
  • Updated: 27 May 2021, 09:22 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ‘ୟାସ୍‌’ ଓଡ଼ିଶା ଛାଡ଼ିବାର କିଛି ଘଣ୍ଟା ନପୁରୁଣୁ ସରକାରଙ୍କ ପଦକ୍ଷେପକୁ ନେଇ ରାଜ୍ୟରେ ରାଜନୀତି ଜୋର ଧରିଛି । ବାତ୍ୟା ପାଇଁ ୭ଲକ୍ଷ ଲୋକଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯିବାକୁ ନେଇ ଉଭୟ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ଆଜି କଡ଼ା ଭାଷାରେ ବିଜେଡି ସରକାର ଉପରେ ବର୍ଷିଛନ୍ତି। ୨୦ବର୍ଷ ଧରି ଶାସନରେ ରହି ବି ଲୋକଙ୍କୁ କାହିଁକି ପକ୍କାଘର ଯୋଗାଇ ପାରୁନ ଓ ବିଭିନ୍ନ ଯୋଜନାରେ ଆସୁଥିବା ପକ୍କାଘର ଯାଉଛି କୁଆଡ଼େ ବୋଲି ପ୍ରଶ୍ନ କରିଛନ୍ତି।

ଗଣମାଧ୍ୟମକୁ ସୂଚନା ଦେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ,୧୯୯୯ ମହାବାତ୍ୟା ପରେ ‘ୟାସ’କୁ ମିଶାଇ ୮ଟି ବାତ୍ୟାକୁ ଓଡ଼ିଶା ସାମନା କଲାଣି। କିନ୍ତୁ ପ୍ରତିଥର ବାତ୍ୟା ଆସିଲେ ରାଜ୍ୟରେ ଅଧିକରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି, ଏହାର ଅର୍ଥ କ’ଣ ଏପର୍ଯ୍ୟନ୍ତ ରାଜ୍ୟରେ ବାତ୍ୟା ପ୍ରଭାବିତ ଜିଲ୍ଲାର ତଳୁଆ ଅଂଚଳମାନଙ୍କରେ କଚ୍ଚା ଘର ବା ଟିଣ ଛପର ଘର କରି ରହିଥିବା ଲୋକମାନଙ୍କୁ ପକ୍କାଘର ଯୋଗାଇ ଦେବାରେ ସରକାର ସକ୍ଷମ ହୋଇନାହାନ୍ତି । ଦୀର୍ଘ ୨୦ବର୍ଷ ଭିତରେ ଏ ସରକାରଙ୍କର ସଫଳତା କ’ଣ ଏ ବାତ୍ୟାକୁ ମୁକାବିଲା ଓ ପରିଚାଳନା କରିବାରେ ଧରି ନିଆଯିବ କି? ୨୦୨୨ ମସିହା ସୁଦ୍ଧା ଗ୍ରାମାଂଚଳରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ପକ୍କା ବାସଗୃହ ଯୋଗାଇ ଦିଆଯିବ ବୋଲି ରାଜ୍ୟ ସରକାର ଡିଣ୍ଡିମ ପିଟୁଛନ୍ତି। ୨୦୨୨ ମସିହା ହେବାକୁ ଆଉ ମାତ୍ର ଅଳ୍ପ କିଛି ମାସ ଅଛି ଯଦି ‘ୟାସ’ ବାତ୍ୟା ଯୋଗୁ ୪ଟି ଜିଲ୍ଳାରେ ୭ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି, ତାହାହେଲେ ଯଦି ଏ ବାତ୍ୟାର ପ୍ରକୋପ ୧୦ରୁ ୧୨ ଟି ଜିଲ୍ଲାକୁ ପଡ଼ିଥାନ୍ତା ତାହାହେଲେ ପାଖାପାଖି ୧୫ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ପଡ଼ିଥାନ୍ତା?

ସରକାରୀ ତଥ୍ୟ ଅନୁସାରେ ବାତ୍ୟା ପାଇଁ ବାଲେଶ୍ୱର ଜିଲ୍ଲାର ୧ଲକ୍ଷ ୯୦ହଜାର ଲୋକଙ୍କ ସମେତ ମୋଟ ୭ଲକ୍ଷ ୩ ହଜାର ଲୋକଙ୍କୁ ବିଭିନ୍ନ ଆଶ୍ରୟସ୍ଥଳୀରେ ରଖାଯାଇଥିଲା। ତାହାହେଲେ ଏହି ଅଳ୍ପ କିଛି ମାସ ଭିତରେ ରାଜ୍ୟ ସରକାର ଓଡ଼ିଶାର ଗ୍ରାମାଂଚଳର ପ୍ରତ୍ୟେକ ବ୍ୟକ୍ତିଙ୍କୁ ପକ୍କାଘର ଯୋଗାଇ ଦେଇପାରିବେ ତ ? ପ୍ରାକୃତିକ ବିପର୍ଯ୍ୟୟପ୍ରବଣ ରାଜ୍ୟ ଓଡ଼ିଶାରେ ୨୧ବର୍ଷ ଧରି କ୍ରମାଗତ ଶାସନ ବ୍ୟବସ୍ଥାରେ ରହିଲା ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହାର ଏକ ସ୍ଥାୟୀ ସମାଧାନ କରିବାରେ ସରକାର ଅସମର୍ଥ କାହିଁକି? କେବଳ ଗଣମାଧ୍ୟମରେ ବାହାବା ନେବା ଏବଂ କିଭଳି ଏବଂ କେଉଁ ଉପାୟରେ ପୁରସ୍କାର ମିଳିବ ସେଥିପାଇଁ ଯଦି ସରକାର ସର୍ବଦା ଚେଷ୍ଟିତ ରହିବେ ତା’ହେଲେ ରାଜ୍ୟର ସଂକଟର ସ୍ଥାୟୀ ସମାଧାନ ହେବ କେମିତି? ଦୀର୍ଘ ୨୦ବର୍ଷ ଭିତରେ ରାଜ୍ୟ ସରକାର କେତେ ଲୋକ ବିଜୁ ପକ୍କାଘର ଯୋଜନାରେ ଘର ପାଇଛନ୍ତି, କେତେଲୋକ ଇନ୍ଦିରା ଆବାସ ପାଇଛନ୍ତି ଏବଂ ୨୦୧୪ ରୁ ଆଜି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଗୃହ ଯୋଜନାରେ କେତେଲୋକଙ୍କୁ ଘର ମିଳିଛି ଏହାର ଏକ ସବିଶେଷ ତଥ୍ୟ ରାଜ୍ୟ ସରକାର ପ୍ରକାଶ କରନ୍ତୁ। କେବଳ କାଗଜ କଲମରେ ଲୋକଙ୍କୁ ଘର ବଂଟା ଯାଇଛି ନା ଘର ପ୍ରକୃତରେ ତିଆରି ହୋଇନି।  ୨୦୦୦ ରୁ ୨୦୨୧ ମସିହା ଭିତରେ ରାଜ୍ୟର ଏ ବୃହତ୍ତର ସ୍ୱାର୍ଥକୁ ରକ୍ଷା କରିବା ଦିଗରେ ଏବଂ ସ୍ଥାୟୀ ସମାଧାନ ଦିଗରେ ସରକାର କ’ଣ ଚେଷ୍ଟା କରିଛନ୍ତି ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି।

ସେହିପରି ବିଜେପି ବିଧାୟକ ଦଳର ଉପନେତା ବିଷ୍ଣୁ ସେଠୀ କହିଛନ୍ତି ଯେ, ଯଦି ବାତ୍ୟାବେଳେ ଲକ୍ଷ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି, ତା’ହେଲେ ୨୦ବର୍ଷ ଧରି ପକ୍କାଘର ସବୁ ଗଲା କୁଆଡ଼େ? ୨୫ହଜାର ଟଙ୍କାରୁ ଦେଢ଼ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପକ୍କାଘରଗୁଡ଼ିକ ବିଭିନ୍ନ ଯୋଜନାରେ ଦିଆଯାଉଛି । ଇନ୍ଦିରାଆବାସ, ପିଏମଏୱାଇ, ବିଜୁ କୁଡ଼ିଆ ଆଦି ଯୋଜନାରେ ଘର ଦିଆଯାଇଛି । ୨୦ବର୍ଷ ଧରି ସରକାର ପକ୍କାଘର ଯୋଗାଉଛନ୍ତି ଓ ଏଥିପାଇଁ ପ୍ରାଇଜ୍ ମଧ୍ୟ ପାଉଛନ୍ତି । ତା’ହେଲେ ଏସବୁ ଘର ଯାଉଛି କୁଆଡ଼େ, କିଏ ପାଉଛି। ଯଦି ଏତେ ସଂଖ୍ୟକ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି, ଏଥିରୁ କ’ଣ ସରକାରଙ୍କ ପାରିବାପଣିଆ ଜଣାପଡ଼ୁନି କି?  ଏବେ କେନ୍ଦ୍ର ସରକାର ଆଉ ୮ଲକ୍ଷ ଘର ଓଡ଼ିଶା ପାଇଁ ଅନୁମୋଦନ କରିଛନ୍ତି। ଏହି ଘର କିଏ ପାଇବ? ପୁଣି ବାତ୍ୟା ହେଲେ ପୁଣି ଲୋକଙ୍କୁ ସ୍ଥାନାନ୍ତର କରାଯିବ ବୋଲି ଶ୍ରୀ ସେଠୀ କ୍ଷୋଭର ସହ କହିଛନ୍ତି। ଆକଳନଠୁ ବାତ୍ୟାର ପ୍ରକୋପ କମ୍ ରହିଥିଲା, ନହେଲେ ବହୁ କ୍ଷୟକ୍ଷତି ହୋଇଥାନ୍ତା ବୋଲି ଶ୍ରୀ ସେଠୀ କହିଛନ୍ତି।
ଅନ୍ୟପକ୍ଷରେ ବିଜେଡି ଉପସଭାପତି ତଥା ବିଧାୟକ ଦେବୀପ୍ରସାଦ ମିଶ୍ର କହିଛନ୍ତି ଯେ, ଓଡ଼ିଶା ପାଇଁ ସ୍ୱତନ୍ତ୍ର ସହାୟତାର ଆବଶ୍ୟକତା ରହିଛି। ଓଡ଼ିଶା ୧୦୦ବର୍ଷରେ ୧୩୬ଥର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପରେ କେନ୍ଦ୍ରରୁ ସହାୟତା ମିଳିବ ବୋଲି ଆଶା କରାଯାଉଛି।
ସୂଚନାଯୋଗ୍ୟ, ବାତ୍ୟା ‘ୟାସ’ ପାଇଁ ରାଜ୍ୟ ସରକାର ମୋଟ ୭ଲକ୍ଷ ୧୦ହଜାର ଲୋକଙ୍କୁ ସ୍ଥାନାନ୍ତର କରି ଆଶ୍ରୟସ୍ଥଳୀରେ ରଖିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story