ଧାମନଗରରେ ବିଜେଡି ପାଇଁ ଲଢ଼ିବ କିଏ: ନେତା କ୍ଷୁବ୍ଧ, କର୍ମୀ ଖପ୍ପା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧାମନଗର ଉପନିର୍ବାଚନ ପାଇଁ ଆଉ ୨ଦିନ ପରେ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଯିବ । ଧାମନଗର ଆସନକୁ ହାତେଇବା ଉଭୟ ବିଜେଡି ଓ ବିଜେପି ନିମନ୍ତେ ଏକପ୍ରକାର ଏସିଡ୍ ଟେଷ୍ଟ ହୋଇଥିବାବେଳେ ଆଗାମୀ ସାଧାରଣ ନିର୍ବାଚନ ପାଇଁ ନିଜ ଦଳୀୟ କର୍ମୀ ଓ ନେତାଙ୍କୁ ଉତ୍ସାହିତ କରାଇବାର ମାଧ୍ୟମ ହୋଇଛି । ୨୦୧୯ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ହୋଇଥିବା ଉପନିର୍ବାଚନ ବିଜେପୁର,ବାଲେଶ୍ୱର, ତିର୍ତ୍ତୋଲ, ପିପିଲି ଓ ବ୍ରଜରାଜନଗର ଆସନରେ ବିଜେଡି […]

dhamnagar

dhamnagar

Ordigital Desk
  • Published: Wednesday, 05 October 2022
  • Updated: 05 October 2022, 10:20 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧାମନଗର ଉପନିର୍ବାଚନ ପାଇଁ ଆଉ ୨ଦିନ ପରେ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଯିବ । ଧାମନଗର ଆସନକୁ ହାତେଇବା ଉଭୟ ବିଜେଡି ଓ ବିଜେପି ନିମନ୍ତେ ଏକପ୍ରକାର ଏସିଡ୍ ଟେଷ୍ଟ ହୋଇଥିବାବେଳେ ଆଗାମୀ ସାଧାରଣ ନିର୍ବାଚନ ପାଇଁ ନିଜ ଦଳୀୟ କର୍ମୀ ଓ ନେତାଙ୍କୁ ଉତ୍ସାହିତ କରାଇବାର ମାଧ୍ୟମ ହୋଇଛି । ୨୦୧୯ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ହୋଇଥିବା ଉପନିର୍ବାଚନ ବିଜେପୁର,ବାଲେଶ୍ୱର, ତିର୍ତ୍ତୋଲ, ପିପିଲି ଓ ବ୍ରଜରାଜନଗର ଆସନରେ ବିଜେଡି ପ୍ରାର୍ଥୀ ଜିତିଥିଲେ ମଧ୍ୟ ଧାମନଗର ଆସନରେ ବିଜେଡିକୁ ବହୁମୁଖୀ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ରାଜନୀତିକ ମହଲରେ ଚର୍ଚ୍ଚା । ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ବିଜେଡିର ପରିଚାଳନାଗତ ଶୈଳୀ ଓ ହାତଗଣତି ବିଧାୟକଙ୍କୁ ନେଇ ସଂଗଠନ ଚଳାଇବାକୁ ପ୍ରୟାସ ତଥା ସେମାନଙ୍କ ଆଚରଣ ଓ ଉଚ୍ଚାରଣକୁ ନେଇ ଏବେ ଉଭୟ ନେତା ଓ କର୍ମୀ ଖପ୍ପା ଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ, ବିଜେଡି ଧାମନଗର ଉପନିର୍ବାଚନ ପାଇଁ ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ଦାସଙ୍କୁ ପ୍ରାର୍ଥୀ କରିବାର ସମ୍ଭାବନା ଅଧିକ ଥିବାବେଳେ ସାଂସଦ ମଞ୍ଜୁଲତା ମଣ୍ଡଳଙ୍କ ସ୍ୱାମୀ ମୁକ୍ତିକାନ୍ତ ମଣ୍ଡଳଙ୍କୁ ପ୍ରାର୍ଥୀ କରାଇବା ନିମନ୍ତେ ଭଦ୍ରକ ଜିଲ୍ଲାର ୨ଜଣ ଯୁବ ବିଧାୟକ ଏବେ ଲବି ଆରମ୍ଭ କରିଛନ୍ତି । ତେବେ ବିଜେପି ନିଜର ପ୍ରାର୍ଥୀ ଭାବେ ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂରଜ ସୂର୍ଯ୍ୟବଂଶୀଙ୍କୁ ମଇଦାନକୁ ଓହ୍ଲାଇବା ନିଶ୍ଚିତ ହୋଇଥିବାରୁ ଆରମ୍ଭରୁ ବିଜେଡିର ଏଭଳି ଗୋଷ୍ଠୀକନ୍ଦଳ ଓ ଛକାପଞ୍ଝା ଶାସକ ଦଳକୁ ମହଙ୍ଗା ପଡ଼ିବାର ଆଶଙ୍କା ଦେଖାଦେଇଛି ।

୨୦୧୯ ସାଧାରଣ ନିର୍ବାଚନ ପରଠୁ ସାଂଗଠନିକ ପରିଚାଳନା ସମ୍ପୂର୍ଣ୍ଣ ଭାବେ ୨-୩ଜଣ ବ୍ୟକ୍ତିଙ୍କ ଦ୍ୱାରା ଚାଲିଥିବା ତଥା ଦଳୀୟ ନେତାମାନଙ୍କ ମଧ୍ୟରେ ଅବିଶ୍ୱାସ ଓ ଅସୁରକ୍ଷା ବାତାବରଣ ବିଜେଡି ନିମନ୍ତେ ଅଧିକ ଚିନ୍ତାର କାରଣ ହୋଇଛି । ବିଧାୟକ ଓ ସାଂସଦମାନେ ଉପଯୁକ୍ତ ସମ୍ମାନ ପାଉନଥିବା ତଥା ସଂଗଠନ କାର୍ଯ୍ୟରେ ଅନଭିଜ୍ଞ ନେତା ତଥା ବିଧାୟକମାନଙ୍କୁ ମାତ୍ରାଧିକ ଗୁରୁତ୍ୱ ଦିଆଯାଉଥିବାରୁ ସେମାନେ ବି ଅସନ୍ତୁଷ୍ଟ ହୋଇ ରହିଛନ୍ତି । ୩-୪ଜଣ ଯୁବ ବିଧାୟକଙ୍କ ଆଚରଣରେ ଅତିଷ୍ଠ ହୋଇ ବିଜେଡିର କିଛି ବରିଷ୍ଠ ନେତା ‘ଆଲୋ ସଖି ଆପଣା ମହତ ଆପେ ରଖି’ ନ୍ୟାୟରେ ସାଂଗଠନିକ କାର୍ଯ୍ୟରେ ଆନ୍ତରିକତା ଦେଖାଉନାହାନ୍ତି । ତା’ଛଡ଼ା ଦଳର ତୃତୀୟ ଧାଡ଼ିର ନେତାମାନଙ୍କୁ (ଯେଉଁମାନେ ବିଭିନ୍ନ ସରକାରୀ ପଦପଦବୀରେ ଥଇଥାନ ହୋଇଥିଲେ) ନିଗମ ଓ ବୋର୍ଡ ଆଦିରୁ ବିଦା କରିବାର ୫ମାସ ପରେ ବି ପୁନଃ ନିଯୁକ୍ତି ନହେବା, ଦଳର ବରିଷ୍ଠ ନେତା ଓ କର୍ମୀମାନେ ନିଜକୁ ଅସୁରକ୍ଷିତ ମଣିବା ଆଦି କାରଣ ଯୋଗୁ ଧାମନଗର ଆସନରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍ କରାଇବା ବିଜେଡି ନିମନ୍ତେ ମୁଖ୍ୟ ଚ୍ୟାଲେଞ୍ଜ ପାଲଟିଛି ।

ତା’ଛଡ଼ା ଏସବୁ ଭିତରେ ଧାମନଗର ବିଧାନସଭା ନିର୍ବାଚନମଣ୍ଡଳୀରେ ୨୫୨ଟି ବୁଥ୍ ମଧ୍ୟରୁ ୬୦ ପ୍ରତିଶତରେ ବିଜେଡିର ସ୍ଥିତି ଦୁର୍ବଳ । ସେଠାରେ ୯୨ ପ୍ରତିଶତ ଭୋଟର ଗ୍ରାମାଂଚଳରେ ଥିବାବେଳେ ବିଜେଡି ତୁଳନାରେ ବିଜେପିର ସ୍ଥିତି ବେଶ୍ ମଜଭୁତ ରହିଛି । ଯଦିଓ ଧାମନଗର ଏନଏସିରେ ବିଜେଡି ନିଜର ଦବଦବା ରଖିଥିଲେ ମଧ୍ୟ ରାଜେନ୍ଦ୍ର ଓ ମୁକ୍ତିକାନ୍ତଙ୍କ ମଧ୍ୟରେ ଗୋଷ୍ଠୀକନ୍ଦଳ ଯୋଗୁ ବିଜେଡିର ଭୋଟ ମଧ୍ୟ ସେଠାରେ ହ୍ରାସ ପାଇବାର ଆଶଙ୍କା ରହିଛି । ଗତ ଏକ ଦଶନ୍ଧିରୁ ଅଧିକ ସମୟ ଧରି ଧାମନଗର ଆସନରେ ଦିବଂଗତ ବିଷ୍ଣୁ ସେଠୀଙ୍କର ନିଜସ୍ୱ ଭୋଟବ୍ୟାଙ୍କ ରହିଛି । ଯେଉଁଥିପାଇଁ ସେ ୨୦୦୯,୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କୁ କଡ଼ା ଟକ୍କର ଦେଇପାରୁଥିଲେ ।

ଅନ୍ୟପକ୍ଷରେ ପିପିଲି ଓ ବାଲେଶ୍ୱର ଆସନରେ ହୋଇଥିବା ଉପନିର୍ବାଚନରେ ବିଜେଡି ନିଜର ସବୁ କଳବଳକୌଶଳ ଲଗାଇ ମଧ୍ୟ ଆଖିଦୃଶିଆ ବିଜୟ ବ୍ୟବଧାନ କରିପାରିନଥିଲା । ପିପିଲି ବିଜେଡିର ଗଡ଼ ହୋଇ ମଧ୍ୟ ମାତ୍ର ୨୦ହଜାର ଭୋଟ୍ ବ୍ୟବଧାନ ଓ ବାଲେଶ୍ୱର ଆସନରେ ମାତ୍ର ୧୩ହଜାର ଅଧିକ ଭୋଟ୍ ବିଜେଡି ପ୍ରାର୍ଥୀଙ୍କୁ ମିଳିଥିଲା । ଆଉ ଏସବୁ ଉପନିର୍ବାଚନରେ ବିଜେଡି ପାଇଁ ଦଳର କର୍ମୀଙ୍କଠୁ ଆରମ୍ଭ କରି ନେତା ପର୍ଯ୍ୟନ୍ତ ସମସ୍ତେ ଏକଜୁଟ ହୋଇ କାମ କରୁଥିଲେ । ଏବେ ବିଧାୟକ,ସାଂସଦଙ୍କଠୁ ଆରମ୍ଭ କରି ତୃତୀୟ ଧାଡ଼ିର ନେତାମାନଙ୍କ ମଧ୍ୟରୁ ଅଧିକାଂଶ ଅସନ୍ତୁଷ୍ଟ । ସରକାରୀ ପଦପଦବୀରେ ଥଇଥାନ ହୋଇ ଦଳୀୟ ନେତାମାନେ ଉପନିର୍ବାଚନରେ ପ୍ରମୁଖ ଭୂମିକା ତୁଲାଉଥିଲେ । ଏବେ ସେମାନେ ବି କେବଳ ଉପର ଠାଉଣିଆ ହୋଇ କାର୍ଯ୍ୟ କରିବେ । ନେତାଙ୍କ ମଧ୍ୟରେ ଅସନ୍ତୋଷର ପ୍ରଭାବ କର୍ମୀଙ୍କ ଉପରେ ରହିବ । ସଂଗଠନ ପାଇଁ କାର୍ଯ୍ୟ କଲେ ମଧ୍ୟ ସେମାନଙ୍କୁ ପୁରସ୍କାର ମିଳିବା ଦୂରର କଥା, ଓଲଟା ଏବେ ସର୍ବେସର୍ବା ପାଲଟିଥିବା ଯୁବନେତାଙ୍କଠୁ ହତାଦର ହେବାକୁ ପଡ଼ୁଛି ବୋଲି ବିଜେଡି ନେତାଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି । ତେଣୁ ବିଜେଡି ପ୍ରାର୍ଥୀଙ୍କ ପାଇଁ ଧାମନଗର ଆସନରେ କିଏ ଲଢ଼ିବ ତାହା ଏବେ ଦଳ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ପାଲଟିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story