Advertisment

ପୃଥିବୀ ଭଳି ଦ୍ୱିତୀୟ ଗ୍ରହର ଅନୁସନ୍ଧାନ କଲେ ବୈଜ୍ଞାନିକ

ନୂଆଦିଲ୍ଲୀ: ମହାକାଶରେ ପୃଥିବୀ ଭଳି ଆଉ ଏକ ଗ୍ରହର ଅନୁସନ୍ଧାନ କରିଛନ୍ତି ବୈଜ୍ଞାନିକ। ପୃଥିବୀ ଭଳି ଏହି ଗ୍ରହ ପାଖାପାଖି ସମାନ। ଏହି ଗ୍ରହର ବସ୍ତୁତ୍ୱ ସୂର୍ଯ୍ୟଙ୍କ ବସ୍ତୁତ୍ୱର ୦.୧୨ ଗୁଣ। ଏହା ଏବେ ଏକ ତାରା ଚାରି ପଟେ ଘୂରି ବୁଲୁଛି। ପୃଥିବୀରୁ ଏହି ନୂଆ ଗ୍ରହର ଦୂରତା ୨୫,୦୦୦ ଆଲୋକବର୍ଷ। ନ୍ୟୁଜିଲ୍ୟାଣ୍ଡର କୈଟରବରୀ ବିଶ୍ୱବିଦ୍ୟାଳୟର ଗବେଷକମାନେ ଏହି ଗ୍ରହକୁ ଖୋଜି ବାହାର କରିଛନ୍ତି। ତେବେ ଏହି ଗ୍ରହକୁ ନେଇ ଅନ୍ୟ ଦେଶର ବୈଜ୍ଞାନିକମାନେ ଭିନ୍ନ […]

ପୃଥିବୀ ଭଳି ଦ୍ୱିତୀୟ ଗ୍ରହର ଅନୁସନ୍ଧାନ କଲେ ବୈଜ୍ଞାନିକ

super-earth_1024 (1)

Advertisment

ନୂଆଦିଲ୍ଲୀ: ମହାକାଶରେ ପୃଥିବୀ ଭଳି ଆଉ ଏକ ଗ୍ରହର ଅନୁସନ୍ଧାନ କରିଛନ୍ତି ବୈଜ୍ଞାନିକ। ପୃଥିବୀ ଭଳି ଏହି ଗ୍ରହ ପାଖାପାଖି ସମାନ। ଏହି ଗ୍ରହର ବସ୍ତୁତ୍ୱ ସୂର୍ଯ୍ୟଙ୍କ ବସ୍ତୁତ୍ୱର ୦.୧୨ ଗୁଣ। ଏହା ଏବେ ଏକ ତାରା ଚାରି ପଟେ ଘୂରି ବୁଲୁଛି। ପୃଥିବୀରୁ ଏହି ନୂଆ ଗ୍ରହର ଦୂରତା ୨୫,୦୦୦ ଆଲୋକବର୍ଷ। ନ୍ୟୁଜିଲ୍ୟାଣ୍ଡର କୈଟରବରୀ ବିଶ୍ୱବିଦ୍ୟାଳୟର ଗବେଷକମାନେ ଏହି ଗ୍ରହକୁ ଖୋଜି ବାହାର କରିଛନ୍ତି। ତେବେ ଏହି ଗ୍ରହକୁ ନେଇ ଅନ୍ୟ ଦେଶର ବୈଜ୍ଞାନିକମାନେ ଭିନ୍ନ ମତ ରଖିଛନ୍ତି। ଏହାକୁ ସେମାନେ ଏକ୍ସୋପ୍ଲାନେଟ୍ ବୋଲି କହୁଛନ୍ତି।

Advertisment

ଏଯାବତ ଏଭଳି ୪୦୦୦ ଏକ୍ସୋପ୍ଲାନେଟ୍ ଖୋଜା ସରିଛି। ସାଧାରଣତଃ ଏଥିରେ ଅଧିକ ପଥୁରିଆ ଅଞ୍ଚଳ ରହିଛି। ଏହି ଗ୍ରହର ତାରାଗୁଡ଼ିକର ପରିମାଣ ଏତେ କମ୍ ଯେ ଏହାକୁ ଚିହ୍ନିବା କଷ୍ଟକର ବୋଲି ବୈଜ୍ଞାନିକମାନେ କହିଛନ୍ତି।

ଏହି ଗ୍ରହ ମିଲ୍କି ୱେ ଗ୍ୟାଲାକ୍ସି ବା ଛାୟାପଥର ଅଂଶବିଶେଷ। ଯେଉଁଠାରେ ତାରାମାନଙ୍କର ସଂଖ୍ୟା ଅଧିକ ରହିଛି। ଭବିଷ୍ୟତରେ ଏହି ଗ୍ରହ ଅନ୍ୟ ତାରା ଚାରିପଟେ ପରିକ୍ରମା କରିପାରେ। ଏହି ଗ୍ରହକୁ ଖୋଜି ବାହା କରିଥିବା ବୈଜ୍ଞାନିକ ହେରେରା ମାର୍ଟିନ୍ କହିଛନ୍ତି, ଯେଉଁଠାରେ ଏହି ଗ୍ରହ ରହିଛି ସେଠାରେ କମ୍ ଆଲୋକ ପଡ଼ୁଥିବାରୁ ଏହାକୁ ଖୋଜି ବାହାର କରିବା ପାଇଁ ପାଞ୍ଚ ଦିନ ସମୟ ଲାଗିଥିଲା। ଏହି ଗ୍ରହ ଯେଉଁ ତାରା ଚାରିପଟେ ପରିକ୍ରମା କରୁଛି ସେହି ତାରା ସୂର୍ଯ୍ୟର ୧୦ ଭାଗ। ଏହି ଗ୍ରହ ପୃଥିବୀ ଓ ନେପଚୁନ୍ ମଧ୍ୟରେ ରହିଛି। ସୌରମଣ୍ଡଳ ଅନୁସାରେ ଏହି ଗ୍ରହର ଦୂରତା ପୃଥିବୀ ଏବଂ ଶୁକ୍ର ମଧ୍ୟରେ ଥିବା ଦୂରତା ସହିତ ସମାନ। ଏଠାରେ ବର୍ଷକ ୬୧୭ ଦିନ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe