Advertisment

ଇତିହାସରେ ପ୍ରଥମ: ଔଷଧରେ ଉଭେଇ ଗଲା କ୍ୟାନସର!

ୱାଶିଂଟନ: ମେଡିକାଲ ବିଜ୍ଞାନରେ ନୂଆ ଓ ଚମତ୍କାର ଘଟଣା ସାମ୍ନାକୁ ଆସିଛି। ଔଷଧ ଦ୍ୱାରା ମାରାତ୍ମକ କ୍ୟାନସର ଭଳି ରୋଗକୁ ସଂପୂର୍ଣ୍ଣ ନିଶ୍ଚିହ୍ନ କରାଯାଇ ପାରିଛି। ରେକ୍ଟାଲ୍ କ୍ୟାନସରର ଚିକିତ୍ସା ପାଇଁ ପ୍ରସ୍ତୁତ ହୋଇଥିବା ଔଷଧର ପ୍ରାଥମିକ ପରୀକ୍ଷଣରୁ ଶୁଭଙ୍କର ଖବର ମିଳିଛି। ଏହି ଔଷଧର ଟ୍ରାଏଲରେ ସାମିଲ ଥିବା ସମସ୍ତ ୧୮ ଜଣ କ୍ୟାନସରରୁ ମୁକ୍ତି ପାଇଥିବା ରିପୋର୍ଟ ପ୍ରକାଶ ପାଇଛି। ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଖବର ଅନୁଯାୟୀ, ପ୍ରାଥମିକ ଭାବେ ବହୁତ ଛୋଟିଆ ଟ୍ରାଏଲ […]

ଅଦ୍ୟତନ ହୋଇଛି
ଇତିହାସରେ ପ୍ରଥମ: ଔଷଧରେ ଉଭେଇ ଗଲା କ୍ୟାନସର!

cancer

Advertisment

ୱାଶିଂଟନ: ମେଡିକାଲ ବିଜ୍ଞାନରେ ନୂଆ ଓ ଚମତ୍କାର ଘଟଣା ସାମ୍ନାକୁ ଆସିଛି। ଔଷଧ ଦ୍ୱାରା ମାରାତ୍ମକ କ୍ୟାନସର ଭଳି ରୋଗକୁ ସଂପୂର୍ଣ୍ଣ ନିଶ୍ଚିହ୍ନ କରାଯାଇ ପାରିଛି। ରେକ୍ଟାଲ୍ କ୍ୟାନସରର ଚିକିତ୍ସା ପାଇଁ ପ୍ରସ୍ତୁତ ହୋଇଥିବା ଔଷଧର ପ୍ରାଥମିକ ପରୀକ୍ଷଣରୁ ଶୁଭଙ୍କର ଖବର ମିଳିଛି। ଏହି ଔଷଧର ଟ୍ରାଏଲରେ ସାମିଲ ଥିବା ସମସ୍ତ ୧୮ ଜଣ କ୍ୟାନସରରୁ ମୁକ୍ତି ପାଇଥିବା ରିପୋର୍ଟ ପ୍ରକାଶ ପାଇଛି।

Advertisment

ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଖବର ଅନୁଯାୟୀ, ପ୍ରାଥମିକ ଭାବେ ବହୁତ ଛୋଟିଆ ଟ୍ରାଏଲ କରାଯାଇଥିଲା। ଏଥିରେ ୧୮ ଜଣ ଲୋକ ସାମିଲ ଥିଲେ। ସମସ୍ତଙ୍କୁ Dostarlimab ନାମକ ଏକ ଔଷଧ ପ୍ରାୟ ୬ ମାସ ଧରି ଦିଆଯାଇଥିଲା। ଟ୍ରାଏଲର ଶେଷରେ ସମସ୍ତ ୧୮ ଜଣ ରୋଗୀଙ୍କ ଶରୀରରୁ କ୍ୟାନସର ଉଭେଇ ଯାଇଛି।

ଟ୍ରାଏଲ ପରେ ହୋଇଥିବା ବିଭିନ୍ନ ପରୀକ୍ଷା ବେଳେ ସେମାନଙ୍କ ଶରୀରରୁ କୌଣସି ପ୍ରକାରର କର୍କଟ ଚିହ୍ନଟ ହୋଇ ନଥିବା ରିପୋର୍ଟରେ ଦାବି କରାଯାଇଛି। ମଣିଷ ଶରୀରରେ ବିକଳ୍ପ ଆଣ୍ଟିବଡି ଭାବେ କାମ କରୁଥିବା ଗବେଷଣାଗାର ପ୍ରସ୍ତୁତ ଏକ ମୋଲିକ୍ୟୁଲ୍‌ ଏହି  Dostarlimab ଔଷଧରେ ରହିଛି।

Advertisment

ପରୀକ୍ଷା ବେଳେ ସମସ୍ତ ୧୮ ଜଣ ରୋଗୀଙ୍କୁ ସମାନ ଔଷଧ ଦିଆଯାଇଥିଲା। ୬ ମାସ ପରେ ଏଣ୍ଡୋସ୍କୋପି, ପିଇଟି ସ୍କାନ ଓ ଏମଆଇଆର ସ୍କାନ କରାଯାଇଥିଲା। କିନ୍ତୁ କୌଣସି ପରୀକ୍ଷାରୁ ରୋଗୀଙ୍କ ଶରୀରରୁ କର୍କଟ ରୋଗର ଚିହ୍ନବର୍ଣ୍ଣ ମିଳି ନାହିଁ। ନ୍ୟୁୟର୍କର ମେମୋରିଆଲ ସ୍ଲୋଅନ କେଟ୍ଟେରିଙ୍ଗ କ୍ୟାନସର ସେଣ୍ଟରର ଡାକ୍ତର ଲୁଇସ ଏ ଡିଆଜ ଜେ କହିଛନ୍ତି, ସମ୍ଭବତଃ କ୍ୟାନସର ଇତିହାସରେ ପ୍ରଥମଥର ପାଇଁ ଏପରି ଘଟଣା ଘଟିଛି।

କର୍କଟ ରୋଗୀମାନଙ୍କୁ ସାଧାରଣତଃ କଠିନ ଚିକିତ୍ସା ପଦ୍ଧତିର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଯେଉଁଥିରେ ଅସ୍ତ୍ରୋପଚାର, କେମୋଥେରାପି ଓ ବିକିରଣ ଭଳି ପଦ୍ଧତି ରହିଛି। ଏହାଦ୍ୱାରା ବେଳେ ବେଳେ ମୂତ୍ରାଶୟ ଓ ସେକ୍ସୁଆଲ ଜଟିଳ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ। Dostarlimabର ଟ୍ରାଏଲରେ ସାମିଲ ହୋଇଥିବା ଲୋକଙ୍କୁ ପ୍ରାଥମିକ ଭାବେ ଏହି ଔଷଧ ଦିଆଯିବ ବୋଲି କହିଥିଲେ। କିନ୍ତୁ ଏହି ଔଷଧ ନେବା ପରେ ସେମାନଙ୍କୁ ଆଉ ଅତିରିକ୍ତ ଚିକିତ୍ସାର ଆବଶ୍ୟକ ପଡ଼ିନି।

ଏହି ଖବର ଏବେ ମେଡିକାଲ ଜଗତରେ ନୂଆ ଆଶା ସଞ୍ଚାର କରିଛି। ତେବେ ଏଥିପାଇଁ ବଡ଼ ଧରଣର ଟ୍ରାଏଲ ଆବଶ୍ୟକ ବୋଲି ବିଶେଷଜ୍ଞମାନେ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe