Advertisment

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପ୍ରଥମ ଥର ପାଇଁ କମିଲା ୧୭% ପ୍ରଦୂଷଣ

ନୂଆଦିଲ୍ଲୀ: ବିଶ୍ୱ ମହାମାରୀ କରୋନା ଭାଇରସକୁ ରୋକିବା ପାଇଁ ଭାରତ ସମେତ ଅନେକ ଦେଶ ଏବେ ଲକଡାଉନ ରହିଛି। ଯେଉଁଦେଶରେ ଲକଡାଉନ୍ ହୋଇନାହିଁ ସେଠାରେ କିନ୍ତୁ ଲୋକମାନେ ସାମାଜିକ ଦୂରତ୍ୱ ପାଳନ କରି ଘରେ ରହୁଛନ୍ତି। ଯାହାର ପ୍ରଭାବ ଏବେ ବିଶ୍ୱର ପ୍ରଦୂଷଣ ଉପରେ ପଡ଼ିଛି। ଗାଡ଼ି, ମଟର, କଳ କାରଖାନା ବନ୍ଦ ରହିଥିବାରୁ କର୍ବାନ ଡାଇ ଅକ୍ସାସାଇଡ୍ ବା ଅଙ୍ଗରକାମ୍ଳ କମ୍ ନିର୍ଗତ ହୋଇଛି। ଏଥିପାଇଁ ସାରା ବିଶ୍ୱରେ ପ୍ରଦୂଷଣ ମାତ୍ରା ୧୭% କମିଥିବା ଏକ […]

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପ୍ରଥମ ଥର ପାଇଁ କମିଲା ୧୭% ପ୍ରଦୂଷଣ

Coronavirus_environment

Advertisment

ନୂଆଦିଲ୍ଲୀ: ବିଶ୍ୱ ମହାମାରୀ କରୋନା ଭାଇରସକୁ ରୋକିବା ପାଇଁ ଭାରତ ସମେତ ଅନେକ ଦେଶ ଏବେ ଲକଡାଉନ ରହିଛି। ଯେଉଁଦେଶରେ ଲକଡାଉନ୍ ହୋଇନାହିଁ ସେଠାରେ କିନ୍ତୁ ଲୋକମାନେ ସାମାଜିକ ଦୂରତ୍ୱ ପାଳନ କରି ଘରେ ରହୁଛନ୍ତି। ଯାହାର ପ୍ରଭାବ ଏବେ ବିଶ୍ୱର ପ୍ରଦୂଷଣ ଉପରେ ପଡ଼ିଛି। ଗାଡ଼ି, ମଟର, କଳ କାରଖାନା ବନ୍ଦ ରହିଥିବାରୁ କର୍ବାନ ଡାଇ ଅକ୍ସାସାଇଡ୍ ବା ଅଙ୍ଗରକାମ୍ଳ କମ୍ ନିର୍ଗତ ହୋଇଛି। ଏଥିପାଇଁ ସାରା ବିଶ୍ୱରେ ପ୍ରଦୂଷଣ ମାତ୍ରା ୧୭% କମିଥିବା ଏକ ଗବେଷଣା ରିପୋର୍ଟରେ ଜଣାପଡ଼ିଛି। ତେବେ ଏହା ସମୁଦ୍ରକୁ ଶଙ୍ଖେ ଭଳି ବୋଲି ବୈଜ୍ଞାନିକମାନେ କହିଛନ୍ତି। ମଙ୍ଗଳବାର ନେଚର କ୍ଲାଇମେଟ୍ ଚେଞ୍ଜ ପତ୍ରିକାରେ ଏହା ପ୍ରକାଶ ପାଇଛି।

Advertisment

କରୋନା ଭାଇରସ ପାଇଁ ଲକଡାଉନ୍ ହେବାରୁ ଅଙ୍ଗାରକାମ୍ଳ କମ୍ ନିର୍ଗତ ହୋଇଛି। ତେଣୁ ପ୍ରଦୂଷଣ ସ୍ତର ହ୍ରାସ ପାଇଛି। ୨୦୧୯ ତୁଳନାରେ ଚଳିତବର୍ଷ ୪ରୁ ୭% ଅଙ୍ଗରକାମ୍ଳ କମିଛି ବୋଲି ବୈଜ୍ଞାନିକମାନେ କହିଛନ୍ତି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପ୍ରଥମ ଥର ପାଇଁ ସର୍ବାଧିକ ଅଙ୍ଗାରକାମ୍ଳ ନିର୍ଗତ ହୋଇଛି ବୋଲି ସେ କହିଛନ୍ତି।

ଯଦି ବିଶ୍ୱରେ ଲକଡାଉନ୍ ନିୟମ ବଜାୟ ରହିବ ତା’ହେଲେ ପ୍ରଦୂଷଣ ସ୍ତର ୭% କମିବ। ଯଦି ଲକଡାଉନ୍ ଶୀଘ୍ର ହଟାଯିବ ତା’ହେଲେ ଏହି ହ୍ରାସ ମାତ୍ର ୪% ପ୍ରତିଶତ ରହିବ। ବିଶ୍ୱରେ ସବୁଠାରୁ ଅଧିକ ଅଙ୍ଗାରକାମ୍ଳ ନିର୍ଗତ କରୁଥିବା ଦେଶ ହେଉଛି ଚୀନ୍। ଗତ ଫେବୃଆରୀରେ ପ୍ରାୟ ଏକ ଚତୁର୍ଥାଂଶ ଅଙ୍ଗରକାମ୍ଳ ହ୍ରାସ କରିଛି ଏହି ଦେଶ। ଭାରତ ଏବଂ ୟୁରୋପ ଯଥାକ୍ରମେ ୨୬ ଏବଂ ୨୭% ଅଙ୍ଗାରକାମ୍ଳ ହ୍ରାସ କରିଛନ୍ତି ବୋଲି ପତ୍ରିକାରେ ପ୍ରକାଶ ପାଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe