Advertisment

ଚନ୍ଦ୍ରରେ ରୋବର ରହିଛି, ନାସାର ଫଟୋ ଶେୟାର କରି ଦାବି କଲେ ବିଶେଷଜ୍ଞ

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋର) ମିଶନ ଚନ୍ଦ୍ରଯାନ ୨ର ରୋବର ଚନ୍ଦ୍ର ପୃଷ୍ଠରେ ରହିଛି। ଏହା  ଲ୍ୟାଣ୍ଡର ଅପେକ୍ଷା କିଛି ମିଟର ଦୂର ଗତି କରିଛି। ଚେନ୍ନାଇର ଜଣେ ଟେକ୍ ଏକ୍ସପର୍ଟ ଦାବି କରିବା ସହିତ ନାସାର ଫଟୋଚିତ୍ର ଦର୍ଶାଇଛନ୍ତି। ଶାନମୁଗା ସୁବ୍ରମଣ୍ୟନ୍ ଟ୍ୱିଟ କରି କହିଛନ୍ତି, ଲ୍ୟାଣ୍ଡର ବିକ୍ରମର ସ୍ଥିତି ଯେଉଁଠିକି ସେଇଠି ରହିଛି। ହେଲେ କିଛି ମିଟର ଆଗରେ ରହିଛି ପ୍ରଜ୍ଞାନ ରୋବର। ଗତବର୍ଷ ଇସ୍ରୋ ପକ୍ଷରୁ ଚନ୍ଦ୍ରଯାନ ୨ ଚନ୍ଦ୍ରକୁ […]

ଅଦ୍ୟତନ ହୋଇଛି
ଚନ୍ଦ୍ରରେ ରୋବର ରହିଛି, ନାସାର ଫଟୋ ଶେୟାର କରି ଦାବି କଲେ ବିଶେଷଜ୍ଞ

Rover-Pragyan (1)

Advertisment

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋର) ମିଶନ ଚନ୍ଦ୍ରଯାନ ୨ର ରୋବର ଚନ୍ଦ୍ର ପୃଷ୍ଠରେ ରହିଛି। ଏହା  ଲ୍ୟାଣ୍ଡର ଅପେକ୍ଷା କିଛି ମିଟର ଦୂର ଗତି କରିଛି। ଚେନ୍ନାଇର ଜଣେ ଟେକ୍ ଏକ୍ସପର୍ଟ ଦାବି କରିବା ସହିତ ନାସାର ଫଟୋଚିତ୍ର ଦର୍ଶାଇଛନ୍ତି। ଶାନମୁଗା ସୁବ୍ରମଣ୍ୟନ୍ ଟ୍ୱିଟ କରି କହିଛନ୍ତି, ଲ୍ୟାଣ୍ଡର ବିକ୍ରମର ସ୍ଥିତି ଯେଉଁଠିକି ସେଇଠି ରହିଛି। ହେଲେ କିଛି ମିଟର ଆଗରେ ରହିଛି ପ୍ରଜ୍ଞାନ ରୋବର।

Advertisment

ଗତବର୍ଷ ଇସ୍ରୋ ପକ୍ଷରୁ ଚନ୍ଦ୍ରଯାନ ୨ ଚନ୍ଦ୍ରକୁ ଯାଇଥିଲା। ଚନ୍ଦ୍ରକୁ ଭାରତର ଏହା ଦ୍ୱିତୀୟ ମିଶନ ଥିଲା। ଏହି ଚନ୍ଦ୍ରଯାନରେ ଲ୍ୟାଣ୍ଡର ବିକ୍ରମ ଏବଂ ପ୍ରଜ୍ଞାନ ନାମକ ରୋବର ରହିଥିଲା।

ଟ୍ୱିଟ୍‌ରେ ସୁବ୍ରମଣ୍ୟମ୍ କହିଛନ୍ତି ଯେ, ଚନ୍ଦ୍ରରେ ମୁଁ ପାଇଥିବା ଆବର୍ଜନା ଗୁଡ଼ିକ ହେଉଛି ବିକ୍ରମ ଲ୍ୟାଣ୍ଡରର ଭଗ୍ନାବଶେଷ। ନାସା ଦ୍ୱାରା ମିଳିଥିବା ଫଟୋକୁ ଗବେଷଣା କରି ସେ ଏଭଳି ଦାବି କରିଛନ୍ତି।

Advertisment

ସୁବ୍ରମଣ୍ୟନ୍ କହିଛନ୍ତି ଯେ ଚନ୍ଦ୍ରର ଦକ୍ଷିଣ ପୋଲ ଉପରେ ଏହା ରହିଥିବାରୁ ରୋବର ଖୋଜିବା କଷ୍ଟସାଧ୍ୟ ଥିଲା, ଯାହା ସର୍ବଦା ଆଲୋକିତ ହୋଇନଥାଏ। ଏହି କାରଣରୁ, ବିଶେଷଜ୍ଞ ମାନେ କୁହନ୍ତି, ୧୧ ନଭେମ୍ବରରେ ନାସା ଖୋଜିଥିଲେ ମଧ୍ୟ ଅନ୍ଧାର ପାଇଁ ମିଳିନଥିଲା।

https://twitter.com/Ramanean/status/1289618542531244032

ସେ ଆହୁରି ମଧ୍ୟ ଟ୍ୱିଟ୍ କରିଛନ୍ତି- “ଦୁଇ ଦିନ ପାଇଁ ଲଗାତାର ଲ୍ୟାଣ୍ଡରକୁ ନିର୍ଦ୍ଦେଶ ପଠାଯାଇଥିଲା ଆଉ ଏହା ପରେ ନିର୍ଦ୍ଦେଶ ଗ୍ରହଣ କରି ଲ୍ୟାଣ୍ଡର ରୋବରକୁ ସିଗନାଲ ଦେଇଥାଇପାରେ। ହେଲେ ଲ୍ୟାଣ୍ଡର ପୃଥିବୀ ସହିତ ଯୋଗାଯୋଗ କରିବାରେ ସମର୍ଥ ହୋଇପାରିନଥିଲା।

ସୂଚନାଯୋଗ୍ୟ, ମିଶନ ଚନ୍ଦ୍ରଯାନ ୨ ଲ୍ୟାଣ୍ଡିଂ କରିବାର ଅନ୍ତିମ ସମୟରେ ଜଟିଳ ପରିସ୍ଥିତ ସୃଷ୍ଟି ହୋଇଥିଲା। ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ର ନିକଟରେ ପହଞ୍ଚିବା ପାଇଁ ମାତ୍ର ୨.୧ କିଲୋମିଟର ଥିବା ବେଳେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ସଫ୍ଟ ଲ୍ୟାଣ୍ଡିଂ ପାଇଁ ଇସ୍ରୋର ସମସ୍ତ ବୈଜ୍ଞାନିକ ଯେଉଁଭଳି ଭାବରେ ପ୍ରଚେଷ୍ଟା କରିଥିଲେ ଅନ୍ତିମ ସମୟରେ ତାହା ସଫଳ ହୋଇନଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe