Advertisment

କରୋନା ପାଇଁ କମିଛି ସମୁଦ୍ରର ଗର୍ଜନ: ରିପୋର୍ଟ

ଓ୍ୱେଲିଂଟନ: କରୋନା ପାଇଁ ପ୍ରାୟତଃ ସବୁ ସଂସ୍ଥା ଏବଂ ଯାତାୟତ ପ୍ରଭାବିତ ହୋଇଥିଲା। ତେଣୁ ସମୁଦ୍ରରେ ଜାହାଜ ପରିବହନ ମଧ୍ୟ ଅନେକ ପ୍ରଭାବିତ ହୋଇଥିଲା। ଯେଉଁଥିପାଇଁ ସମୁଦ୍ରର ଗର୍ଜନ ମଧ୍ୟ କମିଯାଇଛି। ନ୍ୟୁଜିଲ୍ୟାଣ୍ଡ ଏବଂ କାନାଡାର ବୈଜ୍ଞାନିକମାନେ ଏକ ଗବେଷଣା କରି ଏହା କହିଛନ୍ତି। ମାର୍ଚ୍ଚ ୨୬, ୨୦୨୦ରେ ନ୍ୟୁଜିଲ୍ୟାଣ୍ଡର ପ୍ରଥମେ କୋଭିଡ ଲକଡାଉନ୍ ଲଗାଯାଇଥିଲା। ଏହାପରେ ଦେଶର ବ୍ୟସ୍ତବହୁଳ ବନ୍ଦର ହୌରାକି ଗଲ୍ଫରେ ସମସ୍ତ ଜାହାଜ ଚଳାଚଳ ବନ୍ଦ ରହିଥିଲା। ଏହି ଗବେଷଣା ଗ୍ଲୋବାଲ୍ ଚେଞ୍ଜ୍ […]

ଅଦ୍ୟତନ ହୋଇଛି
କରୋନା ପାଇଁ କମିଛି ସମୁଦ୍ରର ଗର୍ଜନ: ରିପୋର୍ଟ

sea-food

Advertisment

ଓ୍ୱେଲିଂଟନ: କରୋନା ପାଇଁ ପ୍ରାୟତଃ ସବୁ ସଂସ୍ଥା ଏବଂ ଯାତାୟତ ପ୍ରଭାବିତ ହୋଇଥିଲା। ତେଣୁ ସମୁଦ୍ରରେ ଜାହାଜ ପରିବହନ ମଧ୍ୟ ଅନେକ ପ୍ରଭାବିତ ହୋଇଥିଲା। ଯେଉଁଥିପାଇଁ ସମୁଦ୍ରର ଗର୍ଜନ ମଧ୍ୟ କମିଯାଇଛି। ନ୍ୟୁଜିଲ୍ୟାଣ୍ଡ ଏବଂ କାନାଡାର ବୈଜ୍ଞାନିକମାନେ ଏକ ଗବେଷଣା କରି ଏହା କହିଛନ୍ତି। ମାର୍ଚ୍ଚ ୨୬, ୨୦୨୦ରେ ନ୍ୟୁଜିଲ୍ୟାଣ୍ଡର ପ୍ରଥମେ କୋଭିଡ ଲକଡାଉନ୍ ଲଗାଯାଇଥିଲା। ଏହାପରେ ଦେଶର ବ୍ୟସ୍ତବହୁଳ ବନ୍ଦର ହୌରାକି ଗଲ୍ଫରେ ସମସ୍ତ ଜାହାଜ ଚଳାଚଳ ବନ୍ଦ ରହିଥିଲା। ଏହି ଗବେଷଣା ଗ୍ଲୋବାଲ୍ ଚେଞ୍ଜ୍ ବାୟୋଲୋଜିରେ ପ୍ରକାଶିତ ହୋଇଛି ଏବଂ କାନାଡାର ଭିକ୍ଟୋରିଆ ବିଶ୍ୱବିଦ୍ୟାଳୟର ଡକ୍ଟର ମାଥ୍ୟୁ ଏହାକୁ ସହଯୋଗ କରିଛନ୍ତି।

Advertisment

ଅକଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟର ସାମୁଦ୍ରିକ ବୈଜ୍ଞାନିକ ଆସୋସିଏଟ୍ ପ୍ରଫେସର କ୍ରେଗ ରାଡଫୋର୍ଡ କହିଛନ୍ତି, ପ୍ରଥମ ଲକଡାଉନ୍ ହେତୁ ସାମୁଦ୍ରିକ ଜୀବ ଉପରେ ମାନବ କାର୍ଯ୍ୟକଳାପର ପ୍ରଭାବ ମାପିବା ପାଇଁ ଏକ ଅଦ୍ୱିତୀୟ ସୁଯୋଗ ଦେଇଥିଲା। ଏହି ସମୟରେ ସମୁଦ୍ର ପ୍ରାଣୀମାନଙ୍କର ଚାଲି ଚଲଣକୁ ଦେଖିଥିଲୁ। ଯାହାକି ଅପେକ୍ଷାକୃତ ଶାନ୍ତ ଥିଲା ଏବଂ ନିଆରା।

ଶବ୍ଦ ପ୍ରଦୂଷଣ ସାମୁଦ୍ରିକ ଜୀବନକୁ ପ୍ରଭାବିତ କରୁଥିବା ଏହି ଅଧ୍ୟୟନରୁ ଜଣାପଡିଛି। ଏହା ଦ୍ୱାରା ଜଳଚଳ ପ୍ରାଣୀଙ୍କ ଯୋଗାଯୋଗ କୁତ୍ରିମ ଧ୍ୱନି ଦ୍ୱାରା ପ୍ରଭାବିତ ହେଉଛି। ଏମିତିକି ଶିକାରୀ ମାନେ କୁତ୍ରିମ ଧ୍ୱନି ଜରିଆରେ ଶିକାରୀ ଶିକାର କରୁଥିବା ଜଣାପଡ଼ିଛି। ତେବେ ସମୁଦ୍ର ଭିତରେ ଧ୍ୱନିର ପ୍ରଭାବ ବଢ଼ିବା ଚିନ୍ତାର ବିଷୟ ବୋଲି ବୈଜ୍ଞାନିକମାନେ କହିଛନ୍ତି।

Advertisment

ହୌରାକି ଗଲ୍ଫର ପାଞ୍ଚଟି ସ୍ଥାନରେ ସାମୁଦ୍ରିକ ମାଉଣ୍ଟ ଆକାଉସ୍ଟିକ୍ ରେକର୍ଡିଂ ଷ୍ଟେସନ୍ ବ୍ୟବହାର କରିଥିଲେ ବୈଜ୍ଞାନିକମାନେ। ଫେବୃଆରୀ ୨୦୨୦ରୁ ମେ ୨୦୨୦ ମଧ୍ୟରେ ଏହି ତଥ୍ୟ ସଂଗ୍ରହ କରାଯାଇଥିଲା। ରେକର୍ଡର ପ୍ରତି ୧୦ ମିନିଟରେ ଦୁଇ ମିନିଟ୍ ଧ୍ୱନି ଧରିଥିଲା, ଯାହା ଘଣ୍ଟା ପ୍ରତି ଛଅ ନମୁନା କିମ୍ବା ଦିନକୁ ୧୪୪ ନମୁନା ସହିତ ସମାନ ଥିଲା। ପରେ ନମୁନା ଗୁଡ଼ିକୁ ପ୍ରି-ଲକଡାଉନ୍ ଏବଂ ଲକଡାଉନ୍ ସମୟରେ ବିଭକ୍ତ କରାଯାଇଥିଲା।

ସାଧାରଣତଃ ଗଲ୍ଫରେ ମିଳୁଥିବା ଦୁଇଟି ପ୍ରଜାତି ଏହି ଅଧ୍ୟୟନର କେନ୍ଦ୍ରବିନ୍ଦୁ ହୋଇଥିଲେ। ଗୋଟିଏ ହେଲା ବୋତଲନୋଜ୍ ଡଲଫିନ୍ ଏବଂ ବିଗିସ୍ ମାଛ। ଉଭୟ ଧ୍ୱନି ଜରିଆରେ ପରସ୍ପର ସହ ଯୋଗାଯୋଗ ରଖନ୍ତି। ଏହି ଧ୍ୱନି ଜରିଆରେ ଜଣେ ଅନ୍ୟକୁ ସୁରକ୍ଷା ଦିଏ ବୋଲି ବୈଜ୍ଞାନିକମାନେ ଅଧ୍ୟୟନ ବେଳେ ଜାଣିବାକୁ ପାଇଛନ୍ତି।

ବୈଜ୍ଞାନିକମାନେ ସମୁଦ୍ର ଶବ୍ଦକୁ ଗୋଟିଏ ନିବୁଜ ଘରେ ହେଉଥିବା ପାର୍ଟି ସହିତ ତୁଳନା କରିଛନ୍ତି। ଉଦାହରଣ ସ୍ୱରୂପ କୋଠରୀରେ ଯେତେ ଲୋକ ଅଛନ୍ତି, ପାଥରେ ଥିବା ଲୋକ ବି ଶୁଣିବା କଷ୍ଟକର। ବୈଜ୍ଞାନିକ ଏଠି ଏଭଳି କହିବାର ଅର୍ଥ ସମୁଦ୍ରରେ ଧ୍ୱନିର ପରିମାଣ ଏତେ ବଢିଛି ଯେ ଗୋଟିଏ ଜଳଚର ପ୍ରାଣୀ ଆଉ ଏକ ଜଳଚର ପ୍ରାଣୀ ସହ ଯୋଗାଯୋଗ କରିପାରୁନି।

ମୋଟ ଉପରେ ଅଧ୍ୟୟନରୁ ଜଣାପଡିଛି ଯେ ଲକଡାଉନ୍ ସମୟରେ ଡଲଫିନ୍ ଏବଂ ଅନ୍ୟ ମାଛ ପରସ୍ପରକୁ ସ୍ପଷ୍ଟ ଭାବରେ ଶୁଣିପାରୁ ଥିଲେ। ଯାହାକି ସ୍ୱାଭାବିକ ଠାରୁ ୨ ଗୁଣା ଅଧିକ। ଆସୋସିଏଟ୍ ପ୍ରଫେସର ରାଡଫୋର୍ଡ କହିଛନ୍ତି ଯେ ଜାହାଜର ଶବ୍ଦ ପ୍ରାୟ ସମସ୍ତ ସାମୁଦ୍ରିକ ପ୍ରାଣୀ ଏବଂ ମାଛ ପାଇଁ ଅତ୍ୟନ୍ତ ବିପଦଜନକ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe