DUBAI-CLOUD-SEEDING
ଆବୁଧାବି: ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ଆରବ ଦେଶ ସାଧାରଣତଃ ଶୁଖିଲା ରୁହେ। ଏବେ ୟୁଏଇର ଦୁବାଇରେ ତାପମାତ୍ରା ପଚାଶ ଡିଗ୍ରୀ ସେଲସିୟସ ରହିିଛି। ବର୍ଷାର ଘୋର ଅଭାବ ରହିଥିବାରୁ ବାୟୁ ପ୍ରଦୂଷଣ ସହିତ ଉତ୍ତାପ ବୃଦ୍ଧି ପାଇଥାଏ। ବର୍ଷା ହେଉନଥିବାରୁ ଚାଷ କାମ ମଧ୍ୟ ଏଠାରେ ଠିକ୍ ଭାବରେ ହୋଇପାରେନି। ଏପରି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଦୁବାଇରେ ଆରମ୍ଭ ହୋଇଛି କୃତ୍ରିମ ବର୍ଷା ବା ନକଲି ବର୍ଷା। ଡ୍ରୋନ୍ ମାଧ୍ୟମରେ ଦୁବାଇରେ କୃତ୍ରିମ ବର୍ଷା ସାରା ବିଶ୍ୱରେ ଏକ ନୂଆ ବିତର୍କକୁ ସୁଯୋଗ ଦେଇଛି।
ବନ୍ୟା, ମରୁଡ଼ି, ଉତ୍ତାପ ଏବଂ ପ୍ରଦୂଷଣ ଭଳି ସମସ୍ୟାର ମୁକାବିଲା ପାଇଁ କୃତ୍ରିମ ବର୍ଷା ଏକ ପ୍ରଭାବଶାଳୀ ଅସ୍ତ୍ର ଭାବରେ ବିଚାର କରାଯାଉଛି। ଯଦିଓ ଭାରତ ସମେତ ଅନେକ ଦେଶ ଅନେକ ଥର କୃତ୍ରିମ ବର୍ଷା କରିସାରିଛନ୍ତି। କିନ୍ତୁ ଦୁବାଇ ଏପରି ବର୍ଷା କରିବା ପାଇଁ ବ୍ୟବହାର କରୁଥିବା ଡ୍ରୋନ୍ ଟେକ୍ନୋଲୋଜି ଅନେକ କ୍ଷେତ୍ରରେ ସ୍ୱତନ୍ତ୍ର।
କୃତ୍ରିମ ବର୍ଷା ପ୍ରକ୍ରିୟାକୁ ଇଂରାଜୀରେ କ୍ଲାଉଡ୍ ସିଡିଂ ପ୍ରକ୍ରିୟା କୁହାଯାଏ। ଯାହାକି ମହଙ୍ଗା। ଆକଳନ ଅନୁଯାୟୀ ଗୋଟିଏ ବର୍ଗଫୁଟରେ କୃତ୍ରିମ ବର୍ଷା ପାଇଁ ୧୫ ହଜାର ଟଙ୍କା ଖର୍ଚ୍ଚ ହୋଇଥାଏ। ଭାରତରେ କର୍ଣ୍ଣାଟକ ସରକାର ଦୁଇ ବର୍ଷ ଧରି ଏପରି କୃତ୍ରିମ ବର୍ଷା ପ୍ରକଳ୍ପରେ କାମ କରିଥିଲେ ଯାହାର ମୂଲ୍ୟ ପ୍ରାୟ ୮୯ କୋଟି ଟଙ୍କା ଥିଲା।
ବିମାନ ଯୋଗେ ବାୟୁମଣ୍ଡଳରେ ରାସାୟନିକ ପଦାର୍ଥ ଯେପରିକି ସିଲଭର ଆୟୋଡିଡ୍, ପୋଟାସିୟମ୍ ଆୟୋଡିଡ୍ ସ୍ପ୍ରେ କରାଯାଏ। ଏହି ସ୍ପ୍ରେରେ ଥିବା କଣିକାଗୁଡ଼ିକ ବାୟୁ ମଣ୍ଡଳରେ ଉପସ୍ଥିତ ଜଳୀୟ ବାଷ୍ପକୁ ମେଘ ସୃଷ୍ଟି କରିବାକୁ ସହଯୋଗ କରିଥାଏ। ଯାହା ପରବର୍ତ୍ତୀ ସମୟରେ ବର୍ଷାରେ ପରିଣତ ହୋଇଥାଏ।
ଦୁବାଇରେ ହେଉଥିବା କୃତ୍ରିମ ବର୍ଷା ଏଇଥିପାଇଁ ସ୍ୱତନ୍ତ୍ର କାରଣ ମେଘ ସୃଷ୍ଟି ପାଇଁ ଏଠାରେ ବ୍ୟାଟେରୀ ଚାଳିତ ଡ୍ରୋନ୍ ବ୍ୟବହାର ହୋଇଛି। ଅନ୍ୟ ସବୁଠି ହେଲିକପ୍ଟର ଭଳି ବଡ଼ ବଡ଼ ବିମାନ ବ୍ୟବହାର ହୁଏ। ୨୦୧୭ ଠାରୁ ଏହି ଟେକ୍ନୋଲୋଜି ଉପରେ ଦୁବାଇ ଗବେଷଣା କରିଆସୁଛି।
ଏପରି କୃତ୍ରିମ ବର୍ଷା କିନ୍ତୁ କ୍ଷତିିକାରକ। ମେଦକ ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ କୋନ୍ଦଳା ମୁରଲୀ ମୋାହନ କହିଛନ୍ତି “ଏପରି କୃତ୍ରମି ବର୍ଷା କ୍ଷତିକାରକ। କାରଣ ମେଘ ସୃଷ୍ଟି କରିବାକୁ ବ୍ୟବହାର ହେଉଥିବା ସମୁଦ୍ରରେ ଅମ୍ଳକାରକ ବୃଦ୍ଧିି ପାଇବ, ଓଜୋନ ସ୍ତର ହ୍ରାସ ପାଇବା ସହିତ ବାୟୁମଣ୍ଡଳରେ କାର୍ବନ ଡାଇଅକ୍ସାଇଡର ସ୍ତରରେ ବୃଦ୍ଧି ଘଟିପାରେ। ଏଥିସହ ଗଛ, ମଣିଷ ଏବଂ ପଶୁମାନଙ୍କ ସ୍ୱାସ୍ଥ୍ୟ ଉପରେ ଏହା କ୍ଷତି ପହଞ୍ଚାଏ।
ବେଜିଂରେ ୨୦୦୮ ଅଲିମ୍ପିକ୍ ଗେମ୍ସରେ ବର୍ଷାକୁ ଏଡାଇବା ପାଇଁ ଚାଇନା କୃତ୍ରିମ ବର୍ଷା ବ୍ୟବହାର କରିଥିଲା। ଏଥିପାଇଁ ରାସାୟନିକ ପଦାର୍ଥ ଥିବା ଏକ ରକେଟକୁ ଆକାଶରେ ନିକ୍ଷେପ କରାଯାଇଥିଲା। ଯାହା ଦ୍ୱାରା ଖେଳ ଆରମ୍ଭ ପୂର୍ବରୁ ବର୍ଷା ହେବ ଆଉ ଖେଳ ବେଳେ ବର୍ଷା ହେବ ନାହିଁ। ଏବେ ଚାଇନା ବହୁ ପରିମାଣରେ କୃତ୍ରିମ ବର୍ଷା କରୁଛି।
କୃତ୍ରିମ ବର୍ଷା ଯୋଗାଇବା ପାଇଁ ପ୍ରଥମେ ଆମେରିକାରେ ୧୯୪୬ ମସିହାରେ କୃତ୍ରିମ ବର୍ଷା କରାଯାଇଥିଲା। ଭାରତରେ ଅନେକ ରାଜ୍ୟରେ ମଧ୍ୟ କୃତ୍ରିମ ବର୍ଷା କରାଯାଇଛି। ତାମିଲନାଡୁ ସରକାର ୧୯୮୩, ୧୯୮୪-୮୭ ଏବଂ ୧୯୯୩-୯୪ ମସିହାରେ ଏହା ଉପରେ କାମ କରିଥିଲେ। ସେହିଭଳି ୨୦୦୩-୦୪ ମସିହାରେ କର୍ଣ୍ଣାଟକ ସରକାର କୃତ୍ରିମ ବର୍ଷା କରିଥିଲେ। ଏହା ବ୍ୟତୀତ ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶ ସରକାର ମଧ୍ୟ ଏହା ଉପରେ କାମ କରିଥିଲେ। ଆଇଆଇଟି-କାନପୁରରେ କୃତ୍ରିମ ବର୍ଷା ଉପରେ ମଧ୍ୟ ଗବେଷଣା ଚାଲିଛି, ଯେଉଁଥି ପାଇଁ HAL ବିମାନ ଯୋଗାଇଥାଏ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/07/DUBAI-CLOUD-SEEDING.jpg)