Advertisment

ସାର୍ସକୋଭ-୨ର ଅଣଜେଜେକୁ ଖୋଜିଲେ ଭାରତୀୟ ବୈଜ୍ଞାନିକ

ନୂଆଦିଲ୍ଲୀ: କରୋନା ଭାଇରସ ବଂଶରୁ ସୃଷ୍ଟି ହୋଇଛି SARSCoV-2। ତେବେ ଏହି SARSCoV-2 ନିର୍ଦ୍ଦିଷ୍ଟ ଭାବେ କାହାଠାରୁ ଉତ୍ପତ୍ତି ହୋଇଛି କାହାରିକୁ ଜଣାନାହିଁ। ଯଦି ଜଣାପଡ଼ିଥାନ୍ତା ତାହେଲେ ପ୍ରଥମେ କିଏ ସଂକ୍ରମିତ ହୋଇଛି ଜଣାପଡ଼ିଥାନ୍ତା। ଜାନୁଆରୀରେ କିନ୍ତୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହି ସାରିଛି ପ୍ରଥମେ କିଏ ସଂକ୍ରମିତ ହୋଇଛି ଖୋଜିବା କଷ୍ଟକର। ଖୋଜିବା ଅସମ୍ଭବ ମଧ୍ୟ। ଏବେ କିନ୍ତୁ ଭାରତର ଜଣେ ମଲିକୁଲାର ମହାମାରୀ ବୈଜ୍ଞାନିକ କହିଛନ୍ତି କରୋନାର ପୂର୍ବଜକୁ ଜାଣିବା ପାଇଁ ଆଉ ଏକ […]

ଅଦ୍ୟତନ ହୋଇଛି
ରାଜ୍ୟରେ ଚିହ୍ନଟ ହେଲେ ୧୧୨୯ ପଜିଟିଭ, ୬୯ ମୃତକଙ୍କ ସୂଚନା ମିଳିଲା

Corona

Advertisment

ନୂଆଦିଲ୍ଲୀ: କରୋନା ଭାଇରସ ବଂଶରୁ ସୃଷ୍ଟି ହୋଇଛି SARSCoV-2। ତେବେ ଏହି SARSCoV-2 ନିର୍ଦ୍ଦିଷ୍ଟ ଭାବେ କାହାଠାରୁ ଉତ୍ପତ୍ତି ହୋଇଛି କାହାରିକୁ ଜଣାନାହିଁ। ଯଦି ଜଣାପଡ଼ିଥାନ୍ତା ତାହେଲେ ପ୍ରଥମେ କିଏ ସଂକ୍ରମିତ ହୋଇଛି ଜଣାପଡ଼ିଥାନ୍ତା। ଜାନୁଆରୀରେ କିନ୍ତୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହି ସାରିଛି ପ୍ରଥମେ କିଏ ସଂକ୍ରମିତ ହୋଇଛି ଖୋଜିବା କଷ୍ଟକର। ଖୋଜିବା ଅସମ୍ଭବ ମଧ୍ୟ।

Advertisment

ଏବେ କିନ୍ତୁ ଭାରତର ଜଣେ ମଲିକୁଲାର ମହାମାରୀ ବୈଜ୍ଞାନିକ କହିଛନ୍ତି କରୋନାର ପୂର୍ବଜକୁ ଜାଣିବା ପାଇଁ ଆଉ ଏକ ଉପାୟ ଅଛି। ଯାହାକୁ ପ୍ରୋଜେନିଟର ଜିନୋମ କୁହନ୍ତି। ଏହି ପ୍ରୋଜେନିଟର ଜିନୋମ ଅକ୍ଟୋବର ୨୦୧୯ରେ ପ୍ରଥମେ ଦେଖାଦେଇଥିଲା ଏବଂ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ରହିଥିଲା। ଏହି ଜିନୋମ ସାର୍ସକୋଭ-୨ ଭୂତାଣୁରେ ମଧ୍ୟ ରହିଥିବା ଜଣାପଡ଼ିଛି। ଏହାକୁ ସାର୍ସକୋଭ-୨ର ବାପାର ବାପାର ବାପା ବା ଅଣଜେଜେ।

ପ୍ରୋଜେନିଟର ଜିନୋମ ହେଉଛି କରୋନା ସଂକ୍ରମିତ ବ୍ୟକ୍ତିଙ୍କଠାରୁ ମିଳିଥିବା ଏକ ଜିନୋମ, ଯାହା ଅନ୍ୟ ଏକ ଲୋକଙ୍କ ନିକଟକୁ ସଂକ୍ରମିତ ହୋଇଥାଏ। ଟେମ୍ପୁଲ ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଫର ପ୍ରୋଜିନେଟର ଏବଂ ଇଭୋଲ୍ୟୁସନାରୀ ମେଡିସିନର ନିର୍ଦ୍ଦେଶକ ଡକ୍ଟର ସୁଧୀର କୁମାର କହିଛନ୍ତି, '୨୪ ଡିସେମ୍ବର ୨୦୧୯ ପରେ ସମସ୍ତେ ସାର୍ସର ନୂଆ ଷ୍ଟ୍ରେନ୍ ବିଷୟରେ ଜାଣିବାକୁ ପାଇଥିଲେ। ହେଲେ ପ୍ରଥମେ କେଉଁ ଷ୍ଟ୍ରେନ ଆସିଛି ଜଣାପଡ଼ିନି। ୨୪ ଡିସେମ୍ୱର ୨୦୧୯ରେ ପ୍ରଥମେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲା।

Advertisment

ଡକ୍ଟର ସୁଧୀର କହିଛନ୍ତି, ଅକ୍ଟୋବର ୨୦୧୯ ପୂର୍ବରୁ କିମ୍ବା ପରେ ଏହି ଭାଇରସର ପ୍ରୋଜେନିଟର ଉତ୍ପତ୍ତି ହୋଇଥିଲା। କରୋନାର ପ୍ରଥମ ସଂକ୍ରମଣ ଚିହ୍ନଟ ହେବାର ଦୁଇ ମାସ ପୂର୍ବରୁ ରେଫରେନ୍ସ ଜିନୋମ ସିକ୍ୟୁଏନ୍ସିକୁ ବ୍ୟାପକ ଭାବରେ ପରୀକ୍ଷା ନିରୀକ୍ଷା କରାଯାଇଛି। କିନ୍ତୁ ଏଯାବତ ପ୍ରୋଜେନିଟରର ମୃତ୍ୟୁ ହୋଇ ନାହିଁ। ଏହି ପ୍ରୋଜେନିଟର ଏପର୍ଯ୍ୟନ୍ତ ଘୂରି ବୁଲୁଛି। ଜାନୁଆରୀ ୨୦୨୦ରେ ଏହି ପ୍ରୋଜେନିଟର ପ୍ରଥମେ ଚାଇନାରେ ଦେଖାଦେଇଥିଲା। ପରେ ମାର୍ଚ୍ଚ ୨୦୨୦ରେ ଆମେରିକାରେ ଦେଖାଦେଇଥିଲା ବୋଲି ଜଣାପଡ଼ିଛି।

ପ୍ରୋଜେନିଟର ବିସ୍ତାର ପାଇଁ କୌଣସି ମ୍ୟୁଟେସନର ଆବଶ୍ୟକତା ନାହିଁ। ଏହା ଆପେ ଆପେ ବ୍ୟାପିଯାଏ। SARS-CoV-2 ହେଉଛି ଏହି ପ୍ରୋଜେନିଟର ଭୂତାଣୁର ଅଣନାତି। ଯାହା ତିନୋଟି ପୂର୍ବ ପିଢ଼ି। ଏବେ ଡକ୍ଟର ସୁଧୀର କୁମାର ଏବଂ ତାଙ୍କ ଟିମ୍ ମ୍ୟୁଟେସନ୍ ଅର୍ଡର ଆନାଲିସିସ୍ ନାମକ ଏକ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଯାହାକି ଟ୍ୟୁମରରେ ମ୍ୟୁଟେସନ ବେଲେ ଅଧ୍ୟୟନ କରାଯାଏ। ଏହି ଅଧ୍ୟୟନ ଅକ୍ସଫୋର୍ଡ ଏକାଡେମିକ୍ ଜର୍ଣ୍ଣାଲ ମଲିକୁଲାର ବାୟୋଲୋଜି ଏବଂ ଇଭୋଲ୍ୟୁସନରେ ପ୍ରକାଶିତ ହୋଇଛି।

Coronavirus
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe