Advertisment

ପ୍ରକୃତି ରଚିବ ତାଣ୍ଡବ, ବର୍ଷକୁ ସାମ୍ନା କରିବାକୁ ପଡ଼ିବ ୫୬୦ ବିପର୍ଯ୍ୟୟ!

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନର ଭୟଙ୍କର ସ୍ଥିତିର ସମ୍ମୁଖୀନ ହେବ ପୂରା ବିଶ୍ୱ। ଜଳବାୟୁ ପରିବର୍ତ୍ତନ ଯୋଗୁ ଆଗାମୀ ୮ ବର୍ଷ ସୁଦ୍ଧା ବିଶ୍ୱକୁ  ବଡ଼ବଡ଼ ବିପର୍ଯ୍ୟୟର ସାମ୍ନା କରିବାକୁ ପଡ଼ିବ। ଜୀବନ ଓ ଜୀବିକାକୁ ଗୁରୁତର ଭାବେ ପ୍ରଭାବିତ କରିପାରେ ପ୍ରକୃତିର ତାଣ୍ଡବ ରୂପ। ମିଳିତ ଜାତିସଂଘ ପ୍ରସ୍ତୁତ କରିଥିବା ରିପୋର୍ଟରେ ୨୦୩୦ ସୁଦ୍ଧା ପୂରା ବିଶ୍ୱ ବର୍ଷକୁ ୫୬୦ଟି ଭୟଙ୍କର ବିପର୍ଯ୍ୟୟର ସମ୍ମୁଖୀନ ହୋଇପାରେ ବୋଲି କୁହାଯାଇଛି। UNDRR ତା’ର ବିଶ୍ୱସ୍ତରୀୟ ରିପୋର୍ଟରେ କହିଛି ଯେ […]

ଅଦ୍ୟତନ ହୋଇଛି
ପ୍ରକୃତି ରଚିବ ତାଣ୍ଡବ, ବର୍ଷକୁ ସାମ୍ନା କରିବାକୁ ପଡ଼ିବ ୫୬୦ ବିପର୍ଯ୍ୟୟ!

UN

Advertisment

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନର ଭୟଙ୍କର ସ୍ଥିତିର ସମ୍ମୁଖୀନ ହେବ ପୂରା ବିଶ୍ୱ। ଜଳବାୟୁ ପରିବର୍ତ୍ତନ ଯୋଗୁ ଆଗାମୀ ୮ ବର୍ଷ ସୁଦ୍ଧା ବିଶ୍ୱକୁ  ବଡ଼ବଡ଼ ବିପର୍ଯ୍ୟୟର ସାମ୍ନା କରିବାକୁ ପଡ଼ିବ। ଜୀବନ ଓ ଜୀବିକାକୁ ଗୁରୁତର ଭାବେ ପ୍ରଭାବିତ କରିପାରେ ପ୍ରକୃତିର ତାଣ୍ଡବ ରୂପ। ମିଳିତ ଜାତିସଂଘ ପ୍ରସ୍ତୁତ କରିଥିବା ରିପୋର୍ଟରେ ୨୦୩୦ ସୁଦ୍ଧା ପୂରା ବିଶ୍ୱ ବର୍ଷକୁ ୫୬୦ଟି ଭୟଙ୍କର ବିପର୍ଯ୍ୟୟର ସମ୍ମୁଖୀନ ହୋଇପାରେ ବୋଲି କୁହାଯାଇଛି।

Advertisment

UNDRR ତା’ର ବିଶ୍ୱସ୍ତରୀୟ ରିପୋର୍ଟରେ କହିଛି ଯେ ଆଗକୁ ପୂରା ବିଶ୍ୱ ଅନେକ ବିପର୍ଯ୍ୟୟର ସମ୍ମୁଖୀନ ହେବ। ପ୍ରକୃତିର ତାଣ୍ଡବ ଯୋଗୁ କେଉଁଠି ନିଆଁ ଲାଗିବ ତ ଆଉ କେଉଁ ବାତ୍ୟା ଓ ବନ୍ୟା ଭଳି ସ୍ଥିତି ଦେଖାଯିବ। ଏହାବାଦ ମହାମାରୀ ଓ ରାସାୟନିକ ଦୁର୍ଘଟଣା ଭଳି ବିପଜ୍ଜନକ ବିପର୍ଯ୍ୟୟର ସମ୍ମୁଖୀନ ମଧ୍ୟ କରିବାକୁ ପଡ଼ିପାରେ।

୨୦୩୦ ସୁଦ୍ଧା ଏହି ବିପର୍ଯ୍ୟୟର ସଂଖ୍ୟା ପ୍ରତିବର୍ଷ ୫୬୦ ରହିବାର ଆଶଙ୍କା କରାଯାଉଛି। ଅର୍ଥାତ୍ ପ୍ରତିଦିନ ୧.୫ଟି ବିପର୍ଯ୍ୟୟ ବା ଦୁର୍ବିପାକକୁ ସାମ୍ନାକୁ କରିବାକୁ ହେବ। ବିପର୍ଯ୍ୟୟ ଯୋଗୁ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବିପଦରେ ପଡ଼ିପାରେ। ୨୦୧୫ରେ ବର୍ଷକୁ ସର୍ବାଧିକ ୪୦୦ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ହେଲେ ଏବେ ଏହା ବର୍ଷକୁ ୫୬୦ ଛୁଇଁବ। ୧୯୭୦ରୁ ୨୦୦୦ ମଧ୍ୟରେ ସମଗ୍ର ବିଶ୍ୱରେ ୯୦ରୁ ୧୦୦ଟି ବିପର୍ଯ୍ୟୟ ଦେଖିବାକୁ ମିଳିଥିଲା।

Advertisment

ଜଳବାୟୁ ପରିବର୍ତ୍ତନ ଯୋଗୁ ପ୍ରକୃତିରେ ଆଶ୍ଚର୍ଯ୍ୟଜନକ ଭାବେ ପରିବର୍ତ୍ତନ ଘଟୁଛି। ବିକାଶ ନାଁରେ ପ୍ରକୃତିକୁ କ୍ଷତି ପହଞ୍ଚା ଯାଉଛି। ଏହାର ପ୍ରଭାବ ମଧ୍ୟ ଧୀରେଧୀରେ ଅନୁଭବ ହେଲାଣି। ତୁରନ୍ତ ଏହାକୁ ବନ୍ଦ ନ କରାଗଲେ ସ୍ଥିତି ଆହୁରି ଭୟଙ୍କର ହେବ ବୋଲି ରିପୋର୍ଟ ପ୍ରସ୍ତୁତ କରିଥିବା ୟୁଏନଡିଆରଆର ମୁଖ୍ୟ କହିଛନ୍ତି।

ରିପୋର୍ଟରେ କୁହାଯାଇଛି ଯେ ୨୦୩୦ରେ ଭୟଙ୍କର ହିଟୱେଭ ବା ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ। ୨୦୦୧ରେ ଯେତିକି ହିଟ୍‌ୱେଭ ଅନୁଭୂତ ହେଉଥିଲା ୨୦୩୦ରେ ତା’ଠାରୁ ୩ ଗୁଣ ଅଧିକ ଭୟଙ୍କର ସ୍ଥିତି ସୃଷ୍ଟି ହେବ। ସେହିପରି ୩୦% ଅଧିକ ମରୁଡ଼ି ସ୍ଥିତିର ସମ୍ମୁଖୀନ ହେବ ପୂରା ବିଶ୍ୱ। ରିପୋର୍ଟରେ କେବଳ ପ୍ରାକୃତି ବିପର୍ଯ୍ୟୟ କଥା କୁହାଯାଇନି, ମହାମାରୀ କରୋନା, ଆର୍ଥିକ ବିପର୍ଯ୍ୟୟ, ଖାଦ୍ୟାଭାବ ଭଳି ଦୁର୍ବିପାକ ସମ୍ପର୍କରେ ମଧ୍ୟ ଆଲୋକପାତ କରାଯାଇଛି।

୧୯୯୦ରେ ବିପର୍ଯ୍ୟୟଗୁଡ଼ିକ ଯୋଗୁ ପ୍ରତିବର୍ଷ ୭୦୦୦ କୋଟି ଡଲାରର କ୍ଷତି ହେଉଥିଲା। ହେଲେ ଏବେ ବର୍ଷକୁ ୧୭୦୦୦ କୋଟି ଡଲାରର କ୍ଷତି ସହୁଛି ପୂରା ବିଶ୍ୱ। ବିପର୍ଯ୍ୟୟ ବିକାଶଶୀଳ ଦେଶଗୁଡ଼ିକୁ ଅଧିକ ମାତ୍ରାରେ ପ୍ରଭାବିତ କରିଥାଏ। ବିପର୍ଯ୍ୟୟ ଯୋଗୁ ଏପରି ଦେଶଗୁଡ଼ିକ ପ୍ରତି ବର୍ଷ ହାରାହାରି ନିଜ ଜିଡିପିର ୧% କ୍ଷତି ସହିବାକୁ ପଡ଼ୁଥିବା ବେଳେ ବିକଶିତ ରାଷ୍ଟ୍ରଗୁଡ଼ିକର କ୍ଷତି ୦.୧ରୁ ୦.୩% ରହିଛି।

ଏସିଆ-ପ୍ରଶାନ୍ତ ମହାସାଗର ଅଞ୍ଚଳଗୁଡ଼ିକ ସବୁଠାରୁ ଅଧିକ କ୍ଷତି ସହୁଛନ୍ତି। ଏହି ଅଞ୍ଚଳରେ ଥିବା ଦେଶଗୁଡ଼ିକ ବାର୍ଷିକ ସେମାନଙ୍କ ଜିଡିପିର ୧.୬% ବିପର୍ଯ୍ୟୟ ଯୋଗୁ ହରାଉଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe