Advertisment

ସାଂଘାତିକ ତଥ୍ୟ; ୨୦ ବର୍ଷରେ ବାୟୁମଣ୍ଡଳରେ ମିଶିଛି ୬୭୦ ନିୟୁତ ଟନ୍‌ ମିଥେନ୍‌ ଗ୍ୟାସ୍‌

ଏକ ନୂଆ ଅଧ୍ୟୟନରୁ ମିଳିଥିବା ବିବରଣୀ ଅନୁଯାୟୀ, ଗତ ୨୦ ବର୍ଷରେ ସମଗ୍ର ବିଶ୍ୱ ବାୟୁମଣ୍ଡଳକୁ ୬୭୦ ନିୟୁତ ଟନ୍‌ ମିଥେନ ଗ୍ୟାସ୍‌ ନିର୍ଗତ କରିଛି। ୨୦୦୦ ମସିହାରୁ ୨୦୨୦ ମସିହା ମଧ୍ୟରେ ଏହି ଅଧ୍ୟୟନ କରାଯାଇଛି।

ଅଦ୍ୟତନ ହୋଇଛି
methane spewed into the air

methane spewed into the air

Advertisment

ଜଳବାୟୂ ପରିବର୍ତ୍ତନର ପ୍ରମୁଖ କାରଣ ପାଲଟିଛି ମିଥେନ ଗ୍ୟାସ୍‌। ବାୟୁମଣ୍ଡଳରେ କ୍ରମଶଃ ମିଥେନ ଗ୍ୟାସ୍‌ର ପରିମାଣ ବଢ଼ିବାରେ ଲାଗିଛି। ଏହା ମଣିଷ ପାଇଁ ଏକ ବଡ଼ ବିପଦ ଡାକି ଆଣିପାରେ ବୋଲି ଚେତାଇ ଦେଇଛନ୍ତି ବୈଜ୍ଞାନିକ।

Advertisment

ଏକ ନୂଆ ଅଧ୍ୟୟନରୁ ମିଳିଥିବା ବିବରଣୀ ଅନୁଯାୟୀ, ଗତ ୨୦ ବର୍ଷରେ ସମଗ୍ର ବିଶ୍ୱ ବାୟୁମଣ୍ଡଳକୁ ୬୭୦ ନିୟୁତ ଟନ୍‌ ମିଥେନ ଗ୍ୟାସ୍‌ ନିର୍ଗତ କରିଛି। ୨୦୦୦ ମସିହାରୁ ୨୦୨୦ ମସିହା ମଧ୍ୟରେ ଏହି ଅଧ୍ୟୟନ କରାଯାଇଛି।  ୨୦୦୦ ମସିହାରେ ନିର୍ଗତ ମିଥେନ ପରିମାଣଠୁ ୨୦୨୦ ମସିହାରେ ନିର୍ଗତ ମିଥେନର ପରିମାଣ ୧୨% ଅଧିକ ରହିଛି।। ଏବେ ବାୟୁମଣ୍ଡଳରେ ମିଥେନର ପରିମାଣ ଅହେତୁକ ଭାବେ ବଢ଼ିବାରେ ଲାଗିଛି। ସେହିପରି ୨୦୦୦ ମସିହା ତୁଳନାରେ ଏବେ ବାୟୁମଣ୍ଡଳରେ ମିଥେନ ଗ୍ୟାସ୍‌ ପରିମାଣ ୨.୬ ଗୁଣ ଅଧିକ ରହିଛି। 

୨୦୦୦ ମସିହାରେ ବାୟୁମଣ୍ଡଳରେ ମିଥେନ ପରିମାଣରେ ବିଶେଷ ପରିବର୍ତ୍ତନ ହୋଇ ନ ଥିଲା। କିନ୍ତୁ ଏବେ ତାହା ଉପରମୁହାଁ ରହିଛି, ଯାହାକି ସତର୍କ ଘଣ୍ଟି। ମାତ୍ର ଏବେ କଳକାରଖାନାରୁ ବିପୁଳ ପରିମାଣର ମିଥେନ ଗ୍ୟାସ୍‌ ନିର୍ଗତ ହେଉଥିବା ବେଳେ ମୁଖ୍ୟତଃ ମଣିଷ ପେଟ୍ରୋଲ, କୋଇଲା ପରି ଜୀବାଶ୍ମ ଇନ୍ଧନ ବ୍ୟବହାର କରୁଥିବା ବେଳେ ସେଥିରୁ ବହୁ ମାତ୍ରାରେ ମିଥେନ ନିର୍ଗତ ହେଉଛି। ଏହାବାଦ ଖଣି ଖୋଳି ଖଣିଜ ପଦାର୍ଥ ଉତ୍ତୋଳନ କରିବା ଓ ପୁଣି ସେହି ଖାତ ପୋତିବା ଦ୍ୱାରା ପରିବେଶ ସନ୍ତୁଳନ ବିଗୁଡ଼ିଛି। ଏଥିସହ ବଡ଼ ବଡ଼ ଅଞ୍ଚଳରେ ପରିବ୍ୟାପ୍ତ ଥିବା ଚାଷ ଜମିକୁ ଟ୍ରାକ୍ଟର ତଥା ଅନ୍ୟାନ୍ୟ ଯନ୍ତ୍ରପାତି ଲଗାଇ ଚାଷ କରାଯାଉଛି। ଯାହାକି ପେଟ୍ରୋଲ, ଡିଜେଲରେ ଚାଲୁଥିବାରୁ ମିଥେନ ଉତ୍ପନ ହୋଇ ପରିବେଶକୁ ପ୍ରଦୂଷଣ କରୁଛି। ଚାଷର ବର୍ଜ୍ୟବସ୍ତୁ ମଧ୍ୟ ପଚିସଢ଼ି ମିଥେନ ଗ୍ୟାସ ଉତ୍ପନ୍ନ କରୁଛି।

Advertisment

ମିଥେନ ଗ୍ୟାସ୍‌ ଅତି କ୍ଷତିକାରକ ସବୁଜ ଗୃହ ବାଷ୍ପ। ବାୟୁମଣ୍ଡଳରେ ଏହା କାର୍ବନ ଡାଇଅକ୍ସାଇଡ ତୁଳନାରେ ୮୦ ଗୁଣ ଅଧିକ ତାପମାତ୍ରା ଅବଶୋଷଣ କରିଥାଏ। ସାମ୍ପ୍ରତିକ ବିଶ୍ୱତାପନ ବୃଦ୍ଧି କରୁଥିବା ଗ୍ୟାସଗୁଡ଼ିକ ମଧ୍ୟରେ ମିଥେନ ପରିମାଣ ବଢ଼ିବାରେ ଲାଗିଛି, ଯାହାକୁ ନେଇ ଗ୍ଲୋବାଲ କାର୍ବନ ପ୍ରୋଜେକ୍ଟର ମୁଖ୍ୟ ବୈଜ୍ଞାନିକ ରବ୍‌ ଜ୍ୟାକସନ୍ ଉଦ୍‌ବେଗ ପ୍ରକାଶ କରିଛନ୍ତି।

ଏହା ପ୍ରଭାବରେ ଲଗାତର ପାଣିପାଗ ପରିବର୍ତ୍ତନ ସମ୍ବନ୍ଧିତ ଘଟଣାଗୁଡ଼ିକ ଘଟୁଛି, ଖାଦ୍ୟ ଅସୁରକ୍ଷା ବୃଦ୍ଧି ପାଉଛି, ସଂକ୍ରାମକ ରୋଗ ବିପଦ ବଢୁଛି, ବିଶୁଦ୍ଧ ଜଳ ପାଇବା କଷ୍ଟକର ହୋଇପଡ଼ୁଥିବା ବେଳେ ବାୟୁର ମାନ ନଷ୍ଟ ହେଉଛି। ଏହା ସ୍ୱାସ୍ଥ୍ୟ ମଧ୍ୟ ଗଭୀର ଭାବେ ପ୍ରଭାବିତ ହେଉଛି।

ଏଭଳି ପ୍ରଦୂଷଣ ସଂସ୍ପର୍ଶରେ ଆସିବା ଫଳରେ ଶ୍ୱାସନଳୀ ନଷ୍ଟ ହୋଇଥାଏ, ଫୁସ୍‌ଫୁସ୍‌ ରୋଗ ଏବଂ ଶ୍ୱାସ ରୋଗ ବୃଦ୍ଧିପାଏ, ହୃଦ୍‌ରୋଗ ଓ ତତ୍‌ଜନିତ ମୃତ୍ୟୁହାର ମଧ୍ୟ ବଢ଼ିଯାଏ। ଏହା ମଧ୍ୟ ହୃଦ୍‌ଘାତ ଆଶଙ୍କା ବୃଦ୍ଧି କରିଥାଏ।

ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟର ଜଳବାୟୁ ବୈଜ୍ଞାନିକ ଜ୍ଞାନିକ ଜ୍ୟାକସନ କହିଛନ୍ତି ଯେ କାର୍ବନ ଡାଇଅକ୍ସାଇଡ ଏପର୍ଯ୍ୟନ୍ତ ସବୁଠାରୁ ବଡ ବିପଦ। ତାଙ୍କ କହିବାନୁଯାୟୀ, କୋଇଲା, ତେଲ, ପ୍ରାକୃତିକ ଗ୍ୟାସ୍‌ରେ ନିଆଁ ଲାଗିବା ଦ୍ୱାରା ବାୟୁମଣ୍ଡଳରେ ମିଥେନଠୁ ୬୦ ଗୁଣ ଅଧିକ ଅଙ୍ଗରକାମ୍ଳ ପ୍ରବେଶ କରିଥାଏ। ଯାହାକି ହଜାର ହଜାର ବର୍ଷ ପର୍ଯ୍ୟନ୍ତ ବାୟୁରେ ମିଶିକି ରହିଥାଏ।

କିନ୍ତୁ ଗୋଟିଏ ଭଲ ଖବର ହେଉଛି, କାର୍ବନ ଡାଇଅକ୍ସାଇଡ ଭଳି ମିଥେନ ବାୟୁମଣ୍ଡଳରେ ଅଧିକ ଦିନ ରହିବା ସମ୍ଭାବନା ନାହିଁ। ଏଣୁ ମିଥେନ ନିର୍ଗମନ ହ୍ରାସ କରିବାର ପ୍ରଭାବ ଶୀଘ୍ର ଅନୁଭବ କରିହେବ।

ଜଳବାୟୁ ବିଶେଷଜ୍ଞ ବିଲ୍‌ ହାରେଙ୍କ କହିବାନୁଯାୟୀ, ବିଶ୍ୱ ଉତ୍ତାପକୁ ନିୟନ୍ତ୍ରଣକୁ ଆଣିବାକୁ ଆମକୁ ନିର୍ଗତ ହେଉଥିବା ଅଙ୍ଗାରକାମ୍ଳର ପରିମାଣକୁ ଅଧା ଓ ମିଥେନକୁ ଏକ ତୃତୀୟାଶଂ ପର୍ଯ୍ୟନ୍ତ କମ୍‌ କରିବାକୁ ପଡ଼ିବ।

କିନ୍ତୁ ଜ୍ୟାକସନ୍‌ କହିଛନ୍ତି, ଏବେକାର ଟ୍ରେଣ୍ଡ ଅନୁଯାୟୀ, ମିଥେନ ନିର୍ଗତ ସହିତ ବର୍ତ୍ତମାନ ୩ ଡିଗ୍ରୀ ସେଲସିୟସ ଉତ୍ତାପ ପାଇଁ ଟାର୍ଗେଟ ରଖାଯାଇଥିବା ଜଣାଯାଇଛି। ଯାହାକି ୨୦୧୫ ପ୍ୟାରିସ ଜଳବାୟୁ ଚୁକ୍ତିନାମାର ଦୁଇଗୁଣ ଅଟେ।

ଜ୍ୟାକସନଙ୍କ ଅଧ୍ୟୟନ ମୁଖ୍ୟତ ମିଥେନର ଉତ୍ପତ୍ତି କେଉଁଠୁ ହେଉଛି ତାହା ଉପରେ ଗୁରୁତ୍ୱାରୋପ କରିଥିଲେ। ଭୌଗୋଳିକ ଦୃଷ୍ଟିକୋଣରୁ ୟୁରୋପରେ ମାନବ ଦ୍ୱାରା ସୃଷ୍ଟି ହୋଇଥିବା ମିଥେନ ନିର୍ଗମନର ପରିମାଣ ବୃଦ୍ଧି ପାଉଛି। ମୁଖ୍ୟତଃ ଏସିଆ ମହାଦେଶର ଚୀନ୍ ଏବଂ ଭାରତରେ ଏହା ଏକ ଲମ୍ବ ଡିଆଁ ମାରିଛି ବୋଲି ସେ କହିଛନ୍ତି।

ଗତ ୨୦ ବର୍ଷରେ କୋଇଲା ଖଣି, ତେଲ ଓ ପ୍ରାକୃତିକ ଗ୍ୟାସ୍‌ରୁ ଉତ୍ପାତ ହେଉଥିବା ମିଥେନର ପରିମାଣ ୩୩% ବୃଦ୍ଧି ପାଇଛି। ଏହାବାଦ ଚାଷବାସରୁ ନିର୍ଗତ ମିଥେନର ପରିମାଣ ୧୪% ବଢ଼ିଥିବା ବେଳେ ଖାଲରେ ଭର୍ତ୍ତି ହୋଇଥିବା ଅଳିଆରୁ ୨୦% ଅଧିକ ମିଥେନ ନିର୍ଗତ ହେଉଛି। ପଶୁପାଳନରୁ ବି ମିଥେନ ନିର୍ଗତ ହୋଇ ବାୟୁମଣ୍ଡଳରେ ମିଶୁଛି। 

କରଣ ପ୍ରାୟ ଏକ ଦଶନ୍ଧି ମଧ୍ୟରେ ଅଧିକ ପରିମାଣର ମିଥେନ ବାୟୁମଣ୍ଡଳ ନିର୍ଗତ ହୋଇଛି। ଏହା ଜଳବାୟୁ ପରିବର୍ତ୍ତନର ପ୍ରମୁଖ କାରଣ ପାଲଟିଛି। ମାତ୍ର ଏହାର ବ୍ୟବହାର କମାଇ ଆମେ ଖୁବ୍‌ ଶୀଘ୍ର ଏହାକୁ ନିୟନ୍ତ୍ରଣକୁ ଆଣି ପାରିବେ। ୨୦୦୦ ମସିହାରେ ବାୟୁମଣ୍ଡଳରେ ୬୦% ମିଥେନ ମିଶୁଥିବା ବେଳେ ଏବେ ତାହାର ପରିମାଣ ୬୫% ରହିଛି। 

କିନ୍ତୁ ହାରାହାରି ବିଶ୍ୱତାପନକୁ ୧.୫ ଡିଗ୍ରୀ ସେଲ୍‌ସିୟସରେ ସୀମିତ ରଖିବା ସହ ସାର୍ବଜନୀନ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାକୁ ହେଲେ ବିଶ୍ୱ ସମୁଦାୟକୁ ଆହୁରି ମହତ୍ତ୍ୱାକାଂକ୍ଷୀ ପଦକ୍ଷେପ ନେବାକୁ ପଡ଼ିବ।

Delhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe