double-mask
ନ୍ୟୁୟର୍କ: ଯଦି ଜଣେ ବ୍ୟକ୍ତି ଡବଲ ମାସ୍କ ପିନ୍ଧିବେ ତାହେଲେ ସେ କୋଭିଡରେ ସଂକ୍ରମିତ ହେବାର ସମ୍ଭାବନା ବହୁତ କମ୍। କାରଣ ଦୁଇଟି ସ୍ତର ରହିବା ଦ୍ୱାରା କରୋନା ଭାଇରସ ନାକ ଏବଂ ପାଟି ପାଖରେ ପହଞ୍ଚି ପାରିବ ନାହିଁ। ଗୋଟିଏ ମାସ୍କ ପିନ୍ଧିଲେ କପଡ଼ାରେ ଥିବା ଫାଙ୍କା ସ୍ଥାନ ଦେଇ ଏହା ନାକ କିମ୍ୱା ପାଟି ପାଖରେ ପହଞ୍ଚି ପାରୁଥିଲା। ହେଲେ ଡବଲ ମାସ୍କ ପିନ୍ଧିବା ପରେ କୋଭିଡ୍ ନାକ ଓ ପାଟି ପାଖରେ ପହଞ୍ଚିବା ସମ୍ଭାବନା କମ୍। ଜାମା ଇଣ୍ଟରନାଲ ମେଡିସିନରେ ଏହି ରିପୋର୍ଟ ପ୍ରକାଶ ପାଇଛି। ଆମେରିକାର ନର୍ଥ କାରୋଲିନା ସ୍କୁଲ ଅଫ୍ ମେଡିସିନରେ ଏହି ଗବେଷଣା ହୋଇଛି। ଯାହାର ନେତୃତ୍ୱ ନେଇଥିଲେ ଇମିଲି ସିକବେର୍ଟ ବେନ୍ନେଟ୍ଟ। ସେ ସଂକ୍ରମକ ରୋଗ ବିଭାଗର ଆସୋସିଏଟ ପ୍ରଫେସର ରହିଛନ୍ତି।
ଏହି ଗବେଷଣା ରିପୋର୍ଟରେ କୁହାଯାଇଛି ଗୋଟିଏ କପଡା ମାସ୍କ ପ୍ରାୟ ୪୦ ପ୍ରତିଶତ ପ୍ରଭାବଶାଳୀ। ତେଣୁ ଆଉ ଏକ ଫିଲଟରେଡ ମାସ୍କ ବ୍ୟବହାର କରିବା ଦରକାର। ଏଭଳି ହେଲେ କୋଭିଡ ସଂକ୍ରମଣ ପହଞ୍ଚିପାରିବ ନାହିଁ। ଏଭଳି ରିପୋର୍ଟ ବିଭିନ୍ନ ଗବେଷକ ମତ ରଖିବା ପରେ ଏହାକୁ ନେଇ ଲୋକଙ୍କ ମଧ୍ୟରେ ମଧ୍ୟ ଦ୍ୱନ୍ଦ୍ୱ ଉପୁଜିଛି।
ଡବଲ ମାସ୍କ ରିପୋର୍ଟକୁ ଖାରଜ କଲେ ଆଇସିଏମଆର ରୋଗ ବିଭାଗର ମୁଖ୍ୟ
ଆଇସିଏମଆରର (ICMR) ରୋଗ ବିଭାଗର ମୁଖ୍ୟ ଡକ୍ଟର ସମୀରନ ପଣ୍ଡା ଏଭଳି ରିପୋର୍ଟକୁ ପ୍ରତ୍ୟାଖ୍ୟାନ କରିଛନ୍ତି। କରୋନା ଭାଇରସ ସର୍ବଦା ପରିବର୍ତ୍ତନଶୀଳ। ତେଣୁ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି। ଏବେ ନୂଆ ମ୍ୟୁଟାଣ୍ଟ ଆସିଛି। ତେଣୁ ଏହା ଗୋଟିଏ ମାସ୍କ ପିନ୍ଧିଥିଲେ ଭିତରକୁ ପ୍ରବେଶ କରି କାହାକୁ ସଂକ୍ରମିତ କରିପାରେ। ଏପରି ପରିସ୍ଥିତିରେ, ଯଦି ଦୁଇଟି ମାସ୍କ ବ୍ୟବହାର କରାଯିବ, ତେବେ ନୂଆ ମ୍ୟୁଟାଣ୍ଟ ଏଥିରେ ପ୍ରବେଶ କରିବାକୁ ସମର୍ଥ ହେବ ନାହିଁ ବୋଲି କୁହାଯାଉଛି। ଯାହାକୁ ଖାରଜ କରିଛନ୍ତି ଡକ୍ଚର ପଣ୍ଡା।
ସେ କହିଛନ୍ତି ଗୋଟିଏ ମାସ୍କକୁ ପ୍ରଥମେ ଠିକ୍ ଭାବରେ ପିନ୍ଧିବା ଦରକାର। 'ତିନି ପ୍ରକାରର ମାସ୍କ ଅଛି, ପ୍ରଥମଟି ହେଉଛି ସର୍ଜିକାଲ୍ ମାସ୍କ, ଦ୍ୱିତୀୟଟି କପଡା ମାସ୍କ ଏବଂ ତୃତୀୟଟିରେ ରେସପିରେଟର ଲାଗିଛି। ଏହି ତିନୋଟି ମାସ୍କକୁ ବିଭିନ୍ନ ପରିସ୍ଥିତିରେ ବ୍ୟବହାର କରିହେବ। ହେଲେ ଜଣେ ବ୍ୟକ୍ତି ସର୍ଜିକାଲ୍ ମାସ୍କ କିମ୍ବା ଭଲ ଗୁଣବତ୍ତା କପଡାର ମାସ୍କ ପିନ୍ଧିବା ଦରକାର। କପଡା ମାସ୍କ ବ୍ୟବହାର କଲେ ଜଣେ ଏହାକୁ ଧୋଇ ପାରିବ। ଏହାକୁ ସଫା କରି ପୁନର୍ବାର ବ୍ୟବହାର କରିହେବ। ଯଦି ଜଣେ ୫ ଦିନ ପାଇଁ ୫ ଟି ମାସ୍କ ରଖନ୍ତି, ତେବେ ଏହାକୁ ଗୋଟିଏ ପରେ ଗୋଟିଏ ଧୋଇ ବ୍ୟବହାର କରିହେବ।
ମାସ୍କର ବ୍ୟବହାର ଆବଶ୍ୟକ କିନ୍ତୁ ସଠିକ୍ ବ୍ୟବହାର କରିବା ଅଧିକ ଗୁରୁତ୍ୱପୂର୍ଣ୍ଣ। ଏହା ନାକ ଓ ପାଟି ଉପରେ ଲାଗିବା ଦରକାର। କୌଣସି ପକେଟ କିମ୍ୱା କାନରେ ଝୁଲାଇବା ଠିକ୍ ନୁହେଁ। ଯଦି ଜଣେ ଜନଗହଳି ସ୍ଥାନରେ ରହୁଛି ତାହେଲେ ସେ ଫେସ୍ ମାସ୍କ ବ୍ୟବହାର କରିବା ଦରକାର।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/04/double-mask.jpg)