Advertisment

ମଣିଷର ଆୟୂଷ ବଢ଼ାଉଛି ଲକ୍‌ଡାଉନ୍!

ନୂଆଦିଲ୍ଲୀ: ବୁଧବାର ପାଖରୁ ସାରା ଦେଶ ଲକ୍‌ଡାଉନ୍। କରୋନା ସଂକ୍ରମଣ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମେ ସାରା ଦେଶ ଏବେ ୨୧ ଦିନିଆ ଲକ୍‌ଡାଉନ୍ ପାଳନ କରୁଛି। ଲକ୍‌ଡାଉନକୁ ୪ ଦିନ ବିତିଛି ଏହାରି ଭିତରେ ଦେଶର ବାୟୁମଣ୍ଡଳର ଗୁଣବତ୍ତା ଭଲ ହୋଇଛି। ଯାହାକି ଦେଶ ପାଇଁ ଭଲ ଖବର। ପ୍ରଦୂଷଣ ମାତ୍ରା କମାଇ ଲୋକଙ୍କୁ ବିଭିନ୍ନ ରୋଗ ବ୍ୟାଧିରୁ ମୁକ୍ତି ଦେବା ପାଇଁ କେନ୍ଦ୍ର ସରକାର ଅନେକ ପଦକ୍ଷେପ ନେଉଥିଲେ ମଧ୍ୟ ନିୟନ୍ତ୍ରଣକୁ […]

ଅଦ୍ୟତନ ହୋଇଛି
ମଣିଷର ଆୟୂଷ ବଢ଼ାଉଛି ଲକ୍‌ଡାଉନ୍!

delhi air

Advertisment

ନୂଆଦିଲ୍ଲୀ: ବୁଧବାର ପାଖରୁ ସାରା ଦେଶ ଲକ୍‌ଡାଉନ୍। କରୋନା ସଂକ୍ରମଣ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମେ ସାରା ଦେଶ ଏବେ ୨୧ ଦିନିଆ ଲକ୍‌ଡାଉନ୍ ପାଳନ କରୁଛି। ଲକ୍‌ଡାଉନକୁ ୪ ଦିନ ବିତିଛି ଏହାରି ଭିତରେ ଦେଶର ବାୟୁମଣ୍ଡଳର ଗୁଣବତ୍ତା ଭଲ ହୋଇଛି। ଯାହାକି ଦେଶ ପାଇଁ ଭଲ ଖବର। ପ୍ରଦୂଷଣ ମାତ୍ରା କମାଇ ଲୋକଙ୍କୁ ବିଭିନ୍ନ ରୋଗ ବ୍ୟାଧିରୁ ମୁକ୍ତି ଦେବା ପାଇଁ କେନ୍ଦ୍ର ସରକାର ଅନେକ ପଦକ୍ଷେପ ନେଉଥିଲେ ମଧ୍ୟ ନିୟନ୍ତ୍ରଣକୁ ଆସୁନଥିଲା। ହେଲେ ଏବେର ଲକ୍‌ଡାଉନ୍ ଏବେ ଦେଶପାଇଁ ଭଲ ଖବର ଆଣିଛି।

Advertisment

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ରିପୋର୍ଟ ଅନୁଯାୟୀ, ଶନିବାର ୧୦୧ରୁ ୩୫ ସହରର ବାୟୁମଣ୍ଡଳର ଗୁଣବତ୍ତା ‘ଭଲ’ ଶ୍ରେଣୀରେ ରହିଛି। ବିଶେଷଜ୍ଞମାନେ ଭାରତର ବାୟୁମଣ୍ଡଳର ଗୁଣବତ୍ତାକୁ ଅଭୂତପର୍ବ ଏବଂ ଅବିଶ୍ୱସନୀୟ ବୋଲି କହିଛନ୍ତି। ଏଭଳି ଗୁଣବତ୍ତା ୨୦୧୪ରେ ଏୟାର ଇଣ୍ଡେକ୍ସ ଆରମ୍ଭ ପାଖରୁ ନଥିଲା।

ଶନିବାର ଦିନ ଦିଲ୍ଲୀରେ ବର୍ଷା ହୋଇଥିଲା। ଏହାପରେ ଦିଲ୍ଲୀରେ ବାୟୁମଣ୍ଡଳର ଗୁଣବତ୍ତା ୪୫ ଉପରେ ଥିଲା। ଯାହାକି ଦିଲ୍ଲୀରେ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି। କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡର ପୂର୍ବତନ ମୁଖ୍ୟ ଦୀପଙ୍କର ସାହ କହିଛନ୍ତି, ୨୦୧୪ରେ ଏୟାର କ୍ୱାଲିଟି ଇଣ୍ଡେକ୍ସର ଶୁଭାରମ୍ଭ ହୋଇଥିଲା। ଏହାପରେ ଦିଲ୍ଲୀ ବାୟୁମଣ୍ଡଳର ଗୁଣବତ୍ତା କେବେ ଏଭଳି ଦେଖିବାକୁ ମିଳିନଥିଲା। ଏବେ ଦିଲ୍ଲୀ ବାୟୁମଣ୍ଡଳର ଗୁଣବତ୍ତା ଭଲ ହେବା ଅବିଶ୍ୱାସ ଭଳି ଲାଗୁଛି।

Advertisment

ଜାତୀୟ ଗଣମାଧ୍ୟମ ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ଜନତା କର୍ଫ୍ୟୁ ପାଖରୁ ଦେଶର ୮ଟି ବଡ଼ ସହରରେ ବାୟୁମଣ୍ଡଳର ଗୁଣବତ୍ତା ମପାଯାଇଛି। ଲକ୍‌ଡାଉନ୍ ଅବଧି ଯେତେ ଅଧିକ ହେଉଛି ବାୟୁମଣ୍ଡଳର ମାନ ସେତେ ଭଲ ହେଉଛି।

ସୂଚନାଯୋଗ୍ୟ, ଲକ୍‌ଡାଉନ୍ ପାଇଁ ସାରା ଦେଶରେ ପରିବହନ ବନ୍ଦ ରହିବା ସହିତ ଅନେକ ଛୋଟ ବଡ଼ ଶିଳ୍ପ ସଂସ୍ଥା ବନ୍ଦ ରହିଛି। ଅନ୍ତିମଥର ପାଇଁ ଦିଲ୍ଲୀର ବାୟୁମଣ୍ଡଳ ଗତବର୍ଷ ଅଗଷ୍ଟ ୧୮ରେ ଭଲ ଥିଲା। ହେଲେ ଏବେ ଅପେକ୍ଷା କମ୍। ଏହାବାଦ୍ ମୌସୁମୀ ବେଳେ ଥରେ କି ଦୁଇ ଥର ବାୟୁମଣ୍ଡଳ ପରିଷ୍କାର ରହିଥାଏ। ଏବେ କିନ୍ତୁ ବିନା ମୌସୁମୀରେ ଦେଶର ବାୟୁମଣ୍ଡଳର ଗୁଣବତ୍ତା ଭଲ ରହିଛି। ଯାହାକି ପଶୁପକ୍ଷୀ ପାଖରୁ ଆରମ୍ଭ କରି ମଣିଷଙ୍କ ପାଇଁ ଉପଯୋଗୀ ତଥା ସ୍ୱାସ୍ଥ୍ୟ ପାଇଁ ହିତକର ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe