ଜହ୍ନରେ କଳଙ୍କ ଲାଗିଲା କେମିତି? ଉତ୍ତର ରଖିଲା ଇସ୍ରୋ

ବେଙ୍ଗାଲୁରୁ: ପୃଥିବୀରୁ ଆକାଶକୁ ଚାହିଁଲେ ଜହ୍ନ ବା ଚନ୍ଦ୍ର ସଫା ଓ ପରିଷ୍କାର ଦେଖାଯାଏ। ସେଥିପାଇଁ ଜଣେ ବ୍ୟକ୍ତିର ରୂପ ଓ ବର୍ଣ୍ଣ ବାବଦରେ ମତ ରଖିବାକୁ ଯାଇ ଲୋକ କଥାରେ କୁହନ୍ତି ସେ ଜହ୍ନ ପରି ସଫା। ହେଲେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ମିଶନ ନିକଟରେ ଚନ୍ଦ୍ରର କିଛି ଚିତ୍ର ପଠାଇଥିଲା। ଯେଉଁଥିରେ ଦୂରରୁ ସଫା ଦେଖାଯାଉଥିବା ଚନ୍ଦ୍ରରେ ଗାତ ଓ କଳା କଳା ଦାଗ ରହିଥିବା ଦେଖିବାକୁ ମିଳିଥିଲା। ଯାହାକୁ ଅନେକ […]

moon(1)

Subhransu Sekhar
  • Published: Wednesday, 23 October 2019
  • , Updated: 23 October 2019, 01:48 PM IST

ବେଙ୍ଗାଲୁରୁ: ପୃଥିବୀରୁ ଆକାଶକୁ ଚାହିଁଲେ ଜହ୍ନ ବା ଚନ୍ଦ୍ର ସଫା ଓ ପରିଷ୍କାର ଦେଖାଯାଏ। ସେଥିପାଇଁ ଜଣେ ବ୍ୟକ୍ତିର ରୂପ ଓ ବର୍ଣ୍ଣ ବାବଦରେ ମତ ରଖିବାକୁ ଯାଇ ଲୋକ କଥାରେ କୁହନ୍ତି ସେ ଜହ୍ନ ପରି ସଫା। ହେଲେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ମିଶନ ନିକଟରେ ଚନ୍ଦ୍ରର କିଛି ଚିତ୍ର ପଠାଇଥିଲା। ଯେଉଁଥିରେ ଦୂରରୁ ସଫା ଦେଖାଯାଉଥିବା ଚନ୍ଦ୍ରରେ ଗାତ ଓ କଳା କଳା ଦାଗ ରହିଥିବା ଦେଖିବାକୁ ମିଳିଥିଲା। ଯାହାକୁ ଅନେକ ଲୋକ ଟାହି ଟାପରା କରି କହୁଥିଲେ ଦୂର ପାହାଡ଼ ସୁନ୍ଦର ଭଳି ଚନ୍ଦ୍ରର ଅବସ୍ଥା ମଧ୍ୟ ସମାନ। ଅନେକଙ୍କ ମନରେ ମଧ୍ୟ ପ୍ରଶ୍ନ ଉଠିଥିଲା ଜହ୍ନରେ କେମିତି କଳା କଳା ଦାଗ ରହିଛି ? ଯାହାର ଜବାବ ଏବେ ଇସ୍ରୋ ଜାରି କରିଥିବା କିଛି ଫଟୋରୁ ମିଳିଛି।

ମିଶନ ଚନ୍ଦ୍ରଯାନ-୨ରେ ମହାକାଶକୁ ଅର୍ବିଟର ପଠାଇଛି ଇସ୍ରୋ। ଏହା ଚନ୍ଦ୍ର ଚାରିପଟର ଦୃଶ୍ୟ ବିଭିନ୍ନ ସମୟରେ ପୃଥିବୀକୁ ପଠାଉଛି। ଏବେ ଅର୍ବିଟରରେ ଲାଗିଥିବା ଡୁଆଲ ଫ୍ରିକୁଏନସି ଏପର୍ଚର ରାଡାର(DF-SAR) ଏକ ନୂଆ ରଙ୍ଗୀନ ଫଟୋ ଜାରି କରିଛି। ପୂର୍ବରୁ ଯେତେ ଫଟୋ ଅର୍ବିଟର ପଠାଇଥିଲା ସେସବୁ କଳା ଧଳା ଥିଲା। ଏହି (DF-SAR) ଜରିଆରେ ଚନ୍ଦ୍ରରେ କେଉଁଠି ପାହାଡ଼, ଗାତ, ସମତୁଲ ମାଟି ରହିଛି ସେସବୁ ବାବଦରେ ସୂଚନା ଦେଉଛି। ଏମିତିକି କେବେ ଗାତ ହୋଇଥିଲା ସେ ବାବଦରେ ମଧ୍ୟ ସୂଚନା ମିଳିଛି।

ଅର୍ବିଟରରରେ ଲାଗିଥିବା ଏହି (DF-SAR)ର ବିଶେଷତ୍ୱ ହେଲା ସେ ଚନ୍ଦ୍ରର ଭୂପୃଷ୍ଠରୁ ୨ ମିଟର ଉଚ୍ଚରେ ଥିବା କିଛି ବି ଜିନିଷର ଫଟୋ ଉଠାଇପାରିବ। ଏଥିପାଇଁ (DF-SAR)ରେ ଦୁଇ ପ୍ରକାର ରଶ୍ମୀ ସଂଯୋଗ କରିଛନ୍ତି ଆମ ବୈଜ୍ଞାନିକମାନେ। ଏହି ରଶ୍ନୀ ଜରିଆରେ ଜଣାପଡ଼ିଥାଏ ଚନ୍ଦ୍ରର ଭୁପୃଷ୍ଠରେ କଣ ରହିଛି।

ଇସ୍ରୋ ଏବେ ଅର୍ବିଟର ମଧ୍ୟରେ ଥିବା (DF-SAR) ଜରିଆରେ ଉଠାଯାଇଥିବା ଫଟୋ ଚିତ୍ର ଟୁଇଟ କରି ଜାରି କରିଛି। ଯାହାକୁ ଅଧ୍ୟୟନ କରି ଇସ୍ରୋ କହିଛି, ଚନ୍ଦ୍ରରେ କୌଣସି କଳା ଦାଗ ନାହିଁ। ଚନ୍ଦ୍ରର ଭୂପୃଷ୍ଠରେ ଥିବା ଖାଲ, ପାହାଡ ଆଦିର ଛାଇ ଚନ୍ଦ୍ରର ଚେହେରାରେ କଳା ଦାଗର ଭ୍ରମ ସୃ଼ଷ୍ଟି କରୁଛି।

ସେହିପରି ଇସ୍ରୋ ଜାରି କରିଥିବା ରଙ୍ଗୀନ ଫଟୋରେ କଳା ଦାଗ ଏବଂ ଖାଲ ପାହାଡର ଚିତ୍ର ମଧ୍ୟ ଜାରି କରିଛି। ଚନ୍ଦ୍ରରେ ଦୀର୍ଘ ବର୍ଷ ହେବ ଉଲକାପିଣ୍ଡ, ଛୋଟ ଛୋଟ ଗ୍ରହ ଏବଂ ଧୁମକେତୁ ପରସ୍ପର ଦେହରେ ବାଡ଼େଇ ହୋଇଥାନ୍ତି। ପରିଣାମସ୍ୱରୂପ ଏଗୁଡ଼ିକ ଚନ୍ଦ୍ରର ଭୂପୃଷ୍ଠରେ ପଡ଼ିବା ଦ୍ୱାରା ବଡ଼ ବଡ଼ ଗାତ ସୃଷ୍ଟି ହେଉଛି।

 

Related story