Advertisment

ଇସ୍ରୋର ଖାସ୍ ସାଟେଲାଇଟ୍ ପଡ଼ୋଶୀ ଦେଶ ଉପରେ ରଖିବ ତୀକ୍ଷ୍ଣ ନଜର

ନୂଆଦିଲ୍ଲୀ: ସୀମା ଉପରେ ଏଥର ନଜର ରଖିବ ସାଟେଲାଇଟ୍। ଆକାଶମାର୍ଗରୁ ସାଟେଲାଇଟ୍ ଜରିଆରେ ପଡ଼ୋଶୀ ପାକିସ୍ତାନ, ଚାଇନା ସୀମାର ଗତିବିଧି ଉପରେ ନଜର ରଖିବା ପାଇଁ ଇସ୍ରୋ ପ୍ରସ୍ତୁତ କରିଛି ସ୍ୱତନ୍ତ୍ର ସାଟେଲାଇଟ୍। ଖାଲି ସୀମା ବାବଦରେ ନୁହେଁ ପ୍ରାକୃତ୍ତିକ ବିପର୍ଯ୍ୟୟ ସମୟରେ ମଧ୍ୟ ଏହି ସାଟେଲାଇଟ୍ ଆଗୁଆ ସୂଚନା ଦେବ। ଯାହାକି ବହୁ କ୍ଷୟ କ୍ଷତିରୁ ଉଦ୍ଧାର କରିପାରିବ। ଭାରତ ଦ୍ୱାରା ପ୍ରସ୍ତୁତ ଏହି ସାଟେଲାଇଟ୍ ଏବେ ମହାକାଶକୁ ଯିବ। ମାର୍ଚ୍ଚ ୨୮ରେ ଆନ୍ଧ୍ରପ୍ରଦେଶର ନେଲୋର […]

ଇସ୍ରୋର ଖାସ୍ ସାଟେଲାଇଟ୍ ପଡ଼ୋଶୀ ଦେଶ ଉପରେ ରଖିବ ତୀକ୍ଷ୍ଣ ନଜର

ISRO

Advertisment

ନୂଆଦିଲ୍ଲୀ: ସୀମା ଉପରେ ଏଥର ନଜର ରଖିବ ସାଟେଲାଇଟ୍। ଆକାଶମାର୍ଗରୁ ସାଟେଲାଇଟ୍ ଜରିଆରେ ପଡ଼ୋଶୀ ପାକିସ୍ତାନ, ଚାଇନା ସୀମାର ଗତିବିଧି ଉପରେ ନଜର ରଖିବା ପାଇଁ ଇସ୍ରୋ ପ୍ରସ୍ତୁତ କରିଛି ସ୍ୱତନ୍ତ୍ର ସାଟେଲାଇଟ୍। ଖାଲି ସୀମା ବାବଦରେ ନୁହେଁ ପ୍ରାକୃତ୍ତିକ ବିପର୍ଯ୍ୟୟ ସମୟରେ ମଧ୍ୟ ଏହି ସାଟେଲାଇଟ୍ ଆଗୁଆ ସୂଚନା ଦେବ। ଯାହାକି ବହୁ କ୍ଷୟ କ୍ଷତିରୁ ଉଦ୍ଧାର କରିପାରିବ। ଭାରତ ଦ୍ୱାରା ପ୍ରସ୍ତୁତ ଏହି ସାଟେଲାଇଟ୍ ଏବେ ମହାକାଶକୁ ଯିବ। ମାର୍ଚ୍ଚ ୨୮ରେ ଆନ୍ଧ୍ରପ୍ରଦେଶର ନେଲୋର ଜିଲ୍ଲାର ଶ୍ରୀହରିକୋଟାରୁ ଏହା ଉତକ୍ଷେପଣ ହେବ ବୋଲି ସୂଚନା ରହିଛି।

Advertisment

ଆନ୍ଧ୍ରପ୍ରଦେଶର ନେଲୋର ଜିଲ୍ଲାର ଶ୍ରୀହରିକୋଟା ସ୍ପେସ୍ ସେଣ୍ଟରର GSLV-F10 ଜରିଆରେ GSAT-1 ଲଞ୍ଚ କରିବ। ଭାରତୀୟ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ (ISRO)ର ଜଣେ ଅଧିକାରୀ କହିଛନ୍ତି ମାର୍ଚ୍ଚ ୨୮ରେ ଏହି ଜିଓ-ଇମେଜିଙ୍ଗ୍ ଉପଗ୍ରହ ଉତକ୍ଷେପଣ ହେବ। ହେଲେ ଏହାର ଉତକ୍ଷେପଣ ପାଣିପାଗର ସ୍ଥିତି ଉପରେ ନିର୍ଭର କରିବ।

ଭାରତର ଏହି ଉପଗ୍ରହକୁ ୩୬,୦୦୦ କିଲୋମିଟର ଉଚ୍ଚତା ବିଶିଷ୍ଟ କକ୍ଷପଥରେ ରଖାଯିବ। ବୈଷୟିକ କାରଣରୁ GSLV-F10 ମାଧ୍ୟମରେ GSAT-1ର ଶୁଭାରମ୍ଭ ସ୍ଥଗିତ ରଖାଯାଇଛି। ଏହାର ଶୁଭାରମ୍ଭ ଗତ ବର୍ଷ ମାର୍ଚ୍ଚ ୫ରେ ହେବାର ଥିଲା ବୋଲି ସୂଚନା ରହିଛି। ମହାକାଶ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ଏହା ଭାରତ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରମାଣିତ ହେବାକୁ ଯାଉଛି। ଏହି ସାଟେଲାଇଟରେ ଉଚ୍ଚ ସ୍ତରୀୟ କ୍ୟାମେରା ସହିତ ଏହି ଉପଗ୍ରହ ରହିଛି। ଯାହାକି ଭାରତୀୟ ସ୍ଥଳ ଏବଂ ମହାସାଗରକୁ ବିଶେଷ କରି ଏହାର ସୀମାକୁ ମନିଟରିଂ କରିବ। ଏମିତିକି ପ୍ରାକୃତିକ ବିପର୍ଯ୍ୟୟ ଏବଂ ଯେକୌଣସି ସ୍ୱଳ୍ପ ମିଆଦି ଘଟଣାର ପୂର୍ବାନୁମାନ କରିବାରେ ସାହାଯ୍ୟ କରିବ।

Advertisment

ଇସ୍ରୋ ପକ୍ଷରୁ କୁହାଯାଇଛି ଯେ GSAT-1ର ଓଜନ ୨,୨୬୮ କିଲୋଗ୍ରାମ ଏବଂ ଏହା ଏକ ଅତ୍ୟାଧୁନିକ ପର୍ଯ୍ୟବେକ୍ଷଣ ଉପଗ୍ରହ। ମହାକାଶ ବିଭାଗର ସଚିବ ତଥା ଇସ୍ରୋର ଚେୟାରମ୍ୟାନ୍ କେ ଶିବନ୍ ଗତ ସପ୍ତାହରେ କହିଥିଲେ ଯେ GSAT-1 ମିଶନ ସ୍ଥଗିତ ରହିଥିଲା ବୈଷୟିକ ସମସ୍ୟା ପାଇଁ। ଏବେ ଏହି ସମସ୍ୟାର ସମାଧାନ ହୋଇଛି। କୋଭିଡ୍-୧୯ ଏବଂ ଲକଡାଉନ୍ ପାଇଁ ଏହାର ଉତକ୍ଷେପଣ ବିଳମ୍ୱିତ ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe