Advertisment

ମନଇଚ୍ଛା କାଟି ପାରିବେନି ତାଳ ଗଛ, ନେବାକୁ ପଡ଼ିବ ଅନୁମତି

ରାଜ୍ୟରେ ଚଳିତ ବର୍ଷ ବନ ବିଭାଗ ୧୯ ଲକ୍ଷ ତାଳ ଗଛ ଲଗାଇବ।

PCCF Debidutta Biswal

PCCF Debidutta Biswal

Advertisment

ଏଣିକି ଆଉ ମନଇଚ୍ଛା କାଟି ପାରିବେନି ତାଳ ଗଛ। ତାଳ ଗଛ କାଟିବାକୁ ହେଲେ ବନ ବିଭାଗଠୁ ନେବାକୁ ପଡ଼ିବ ଅନୁମତି। ଏମିତିକି ନିଜ ବାଡ଼ିରେ ଥିବା ତାଳ ଗଛ କାଟିବାକୁ ବି ନେବାକୁ ପଡ଼ିବ ଅନୁମତି। ମନଇଚ୍ଛା ତାଳ ଗଛ କାଟିଲେ ହେବ କାର୍ଯ୍ୟାନୁଷ୍ଠାନ। ରାଜ୍ୟରେ ବଢ଼ୁଥିବା ବଜ୍ରପାତ ଜନିତ ମୃତ୍ୟୁକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛି ବନ ବିଭାଗ। ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ) ଦେବୀଦତ୍ତ ବିଶ୍ୱାଳ ଏହି ସୂଚନା ଦେଇଛନ୍ତି।

Advertisment

ସେ କହିଛନ୍ତି, ତାଳ ଗଛ କାଟିବା ପାଇଁ ପୂର୍ବରୁ ଅନୁମତି ନେବାକୁ ପଡୁଥିଲା। କିନ୍ତୁ ପରେ ସେଥିରେ ସଂଶୋଧନ କରାଯାଇଥିଲା। ତାଳ ଗଛ କାଟିବାକୁ ଆଉ ଅନୁମତି ନେବାକୁ ପଡୁ ନଥିଲା। ଫଳରେ ରାସ୍ତାକଡ଼ରେ ଥିବା ତାଳ ଗଛ ସବୁ କଟା ହୋଇଗଲା। ତେଣୁ ତାଳ ଗଛ କାଟିବା ପାଇଁ ଅନୁମତି ନେବା ନିୟମକୁ ପୁଣି ଥରେ ଲାଗୁ କରାଯାଇଛି। ନିଜ ବାଡ଼ିରେ ଶାଗୁଆନ, ଶାଳ ଆଦି ଗଛ ଥିଲେ କାଟିବା ପୂର୍ବରୁ ଯେମିତି ବନ ବିଭାଗର ଅନୁମତି ନେବାକୁ ପଡୁଛି, ସେମିତି ତାଳ ଗଛ କାଟିବା ପୂର୍ବରୁ ଅନୁମତି ନେବାକୁ ପଡ଼ିବ। ଏହି ନିୟମ ନମାନିଲେ ଜୋରିମାନାଠାରୁ ଆରମ୍ଭ କରି ଜେଲ୍‌ ପର୍ଯ୍ୟନ୍ତ ବିଭିନ୍ନ ଦଣ୍ଡ ବିଧାନ ରହିଛି।

ସେହିପରି ରାଜ୍ୟରେ ଚଳିତ ବର୍ଷ ବନ ବିଭାଗ ୧୯ ଲକ୍ଷ ତାଳ ଗଛ ଲଗାଇବ। ପିସିସିଏଫ ଦେବୀଦତ୍ତ ବିଶ୍ୱାଳ କହିଛନ୍ତି, ରାଜ୍ୟର ୫୨ଟି ଡିଭିଜନରେ ଥିବା ସମସ୍ତ ଫରେଷ୍ଟ ବ୍ଲକ୍ ବାଉଣ୍ଡରୀ ପିଲାର ଚାରିପାଖରେ ଲାଗିବ ୪ଟି ଲେଖାଏଁ ତାଳ ଗଛ। ସେଥିପାଇଁ SRCଙ୍କ ପକ୍ଷରୁ ସାଢ଼େ ୭ କୋଟି ଟଙ୍କା ଖର୍ଚ୍ଚ ହେବ। ବଜ୍ରପାତ ଜନିତ ମୃତ୍ୟୁ କମାଇବା ସହ ହାତୀଙ୍କୁ ଖାଦ୍ୟ ଯୋଗାଇବା ଉଦ୍ଦେଶ୍ୟରେ ଓ ବନ ବିଭାଗର ଫରେଷ୍ଟ ବ୍ଲକ୍ ବାଉଣ୍ଡରୀ ପିଲାରଗୁଡ଼ିକୁ ସୁରକ୍ଷିତ କରିବା ଉଦ୍ଦେଶ୍ୟରେ ୧୯ ଲକ୍ଷ ତାଳଗଛ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି।

Advertisment

ସୂଚନାଯୋଗ୍ୟ, କୃଷି ବିଭାଗକୁ ମଧ୍ୟ ତାଳ ଗଛ ରୋପଣ ପାଇଁ ଏସଆରସି ନିର୍ଦେଶ ଦେଇଥିବା ସୂଚନା ମିଳିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe