ମନ ଜିଣିଲେ ପୁଲିସ୍ ଅଧିକାରୀ, ଭାଇରାଲ୍‌ ହେଉଛି ଭିଡିଓ

ଜବଲପୁର: ଦିନକୁ ଦିନ ପୁଲିସ୍ ଉପରୁ ଲୋକଙ୍କ ଭରସା ଉଠିବାରେ ଲାଗିଛି। କିନ୍ତୁ କିଛି ପୁଲିସ୍ ଆଜି ବି ଲୋକଙ୍କ ପାଇଁ ଭରସାଯୋଗ୍ୟ ହୋଇ ରହିଛନ୍ତି। ଆଜି ଆମେ ମଧ୍ୟ ପ୍ରଦେଶ ଜବଲପୁରର ଜଣେ ପୁଲିସ୍ ଅଧିକାରୀଙ୍କ କଥା କହିବାକୁ ଯାଉଛୁ, ଯିଏ ନିଜ କାନ୍ଧରେ ଜଣେ ଆଘାତପ୍ରାପ୍ତ ମହିଳାଙ୍କୁ ପିଠିରେ ବୋହିକି ହସ୍ପିଟାଲ ନେଇ ସମସ୍ତଙ୍କ ହୃଦୟ ଜିଣିଛନ୍ତି। 2006 में बदमाश के साथ मुठभेड़ में गोली लगने से एक हाथ […]

police

Ranjit Kumar Jena
  • Published: Thursday, 19 November 2020
  • , Updated: 19 November 2020, 01:55 PM IST

ଜବଲପୁର: ଦିନକୁ ଦିନ ପୁଲିସ୍ ଉପରୁ ଲୋକଙ୍କ ଭରସା ଉଠିବାରେ ଲାଗିଛି। କିନ୍ତୁ କିଛି ପୁଲିସ୍ ଆଜି ବି ଲୋକଙ୍କ ପାଇଁ ଭରସାଯୋଗ୍ୟ ହୋଇ ରହିଛନ୍ତି। ଆଜି ଆମେ ମଧ୍ୟ ପ୍ରଦେଶ ଜବଲପୁରର ଜଣେ ପୁଲିସ୍ ଅଧିକାରୀଙ୍କ କଥା କହିବାକୁ ଯାଉଛୁ, ଯିଏ ନିଜ କାନ୍ଧରେ ଜଣେ ଆଘାତପ୍ରାପ୍ତ ମହିଳାଙ୍କୁ ପିଠିରେ ବୋହିକି ହସ୍ପିଟାଲ ନେଇ ସମସ୍ତଙ୍କ ହୃଦୟ ଜିଣିଛନ୍ତି।

https://twitter.com/Anurag_Dwary/status/1329112706981326855?s=20

ମଙ୍ଗଳବାର ୩୫ ଜଣ ଶ୍ରମିକକୁ ନେଇ ଯାଉଥିବା ଏକ ମିନିଟ୍ରକଟି ଓଲଟି ପଡ଼ିଥିଲା। ଯାହା ଫଳରେ ଟ୍ରକରେ ଥିବା ସମସ୍ତ ଶ୍ରମିକ ଆହତ ହୋଇଥିଲେ। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ସହ ଆହତଙ୍କୁ ହସ୍ପିଟାଲ୍ ନେଇଥିଲେ। ହସ୍ପିଟାଲରେ ପହଞ୍ଚିବା ପରେ ପୁଲିସ୍ ଅନୁଭୂତ କଲା ଯେ ସେଠାରେ ଆହତଙ୍କୁ ନେବା ପାଇଁ ଆବଶ୍ୟକ ଷ୍ଟ୍ରେଚର ଉପଲବ୍ଧ ନାହିଁ।

ଏହି ସମୟରେ ପୁଲିସ୍ ସବ୍-ଇନ୍ସପେକ୍ଟର ସନ୍ତୋଷ ସେନ୍ ଜଣେ ଆହତ ମହିଳାଙ୍କୁ ନିଜ ପିଠିରେ ଉଠାଇ ହସ୍ପିଟାଲ ଭିତରକୁ ନେଇଥିଲେ। ସନ୍ତୋଷଙ୍କ ସହ ଏଲଆର୍ ପଟେଲ ଓ କନଷ୍ଟେବଳ ଅଶୋକ, ରାଜେଶ ଓ ଅଙ୍କିତ ମଧ୍ୟ ଆହତଙ୍କୁ ହସ୍ପିଟାଲ୍ ନେବାରେ ସହଯୋଗ କରିଥିଲେ। ହେଲେ ୫୭ ବର୍ଷୀୟ ସନ୍ତୋଷ ସେନ୍ ସମସ୍ତଙ୍କ ହୃଦୟ ଜିଣିଥିଲେ। କାରଣ ସନ୍ତୋଷ ଯେଉଁ ମହିଳାଙ୍କୁ ପିଠିରେ ବୋହିଥିଲେ, ସେ ଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖିବାକୁ ମିଳିଛି। ମହିଳାଙ୍କୁ କାନ୍ଧରେ ବୋହୁଥିବାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହୋଇଛି।

ସୂଚନାଯୋଗ୍ୟ, ୧୪ ବର୍ଷ ତଳେ ସନ୍ତୋଷ ସେନଙ୍କ ଡାହାଣ ହାତରେ ଗୁଳି ବାଜିଥିଲା। ଯାହା ପରଠାରୁ ତାଙ୍କର ଡାହାଣ ହାତରେ ସମସ୍ୟା ଦେଖା ଦେଇଛି। ସେନଙ୍କ ଏଭଳି ମହତ କାମ ପାଇଁ ତାଙ୍କୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ୍ ପ୍ରଶଂସା କରିଛନ୍ତି।

Related story