Advertisment

ବଦଳୁଛି ଭାରତ, ବୁଲିଲେଣି ଡିଜିଟାଲ ଭିକାରୀ

ପାଟନା: ଡିଜିଟାଲ ହେଉଛି ଭାରତ। ତା’ ସହ ତାଳ ଦେଇ ଆଗକୁ ବଢ଼ୁଛନ୍ତି ଲୋକେ। ଏବେ ଚାଲିଛି କ୍ୟାସ୍‌ଲେସ୍‌ ଯୁଗ। ଆଉ ନଗଦ ଟଙ୍କା ନୁହେଁ ଡିଜିଟାଲ୍‌ ପେମେଣ୍ଟ ଜରିଆରେ ଲୋକେ କିଣା ବିକା କରୁଛନ୍ତି। ତେବେ ଏଥିରୁ ବାଦ୍‌ ପଡିନାହାନ୍ତି ଭିକାରୀ। ଭିକାରୀମାନେ ମଧ୍ୟ ଡିଜିଟାଲ ହୋଇଛନ୍ତି। ‘ଖୁଚୁରା ନାହିଁ, ଆଗକୁ ବଢ଼।’ ରାସ୍ତାରେ ଭିକାରୀମାନଙ୍କୁ ଆମେ ପ୍ରାୟତଃ ଏହି କଥା କହିଥାଉ। କିନ୍ତୁ ବର୍ତ୍ତମାନ ଏହା କହିବାକୁ ପଡିବନି ବୋଲି ଲାଗୁଛି। କାରଣ ଭିକାରୀମାନେ […]

ଅଦ୍ୟତନ ହୋଇଛି
ବଦଳୁଛି ଭାରତ, ବୁଲିଲେଣି ଡିଜିଟାଲ ଭିକାରୀ

Dgital beggar

Advertisment

ପାଟନା: ଡିଜିଟାଲ ହେଉଛି ଭାରତ। ତା' ସହ ତାଳ ଦେଇ ଆଗକୁ ବଢ଼ୁଛନ୍ତି ଲୋକେ। ଏବେ ଚାଲିଛି କ୍ୟାସ୍‌ଲେସ୍‌ ଯୁଗ। ଆଉ ନଗଦ ଟଙ୍କା ନୁହେଁ ଡିଜିଟାଲ୍‌ ପେମେଣ୍ଟ ଜରିଆରେ ଲୋକେ କିଣା ବିକା କରୁଛନ୍ତି। ତେବେ ଏଥିରୁ ବାଦ୍‌ ପଡିନାହାନ୍ତି ଭିକାରୀ। ଭିକାରୀମାନେ ମଧ୍ୟ ଡିଜିଟାଲ ହୋଇଛନ୍ତି।

Advertisment

'ଖୁଚୁରା ନାହିଁ, ଆଗକୁ ବଢ଼।' ରାସ୍ତାରେ ଭିକାରୀମାନଙ୍କୁ ଆମେ ପ୍ରାୟତଃ ଏହି କଥା କହିଥାଉ। କିନ୍ତୁ ବର୍ତ୍ତମାନ ଏହା କହିବାକୁ ପଡିବନି ବୋଲି ଲାଗୁଛି। କାରଣ ଭିକାରୀମାନେ ପ୍ରକୃତରେ ଆଗକୁ ବଢ଼ିଯାଇଛନ୍ତି। ଏତେ ଅଧିକ ଆଗକୁ ବଢ଼ିଯାଇଛନ୍ତି ଯେ ସେମାନେ ବର୍ତ୍ତମାନ ଡିଜିଟାଲ୍ ମାଧ୍ୟମରେ ଭିକ ମାଗିବା ଆରମ୍ଭ କରିଦେଇଛନ୍ତି ଆଉ ପାଲଟି ଯାଇଛନ୍ତି ଡିଜିଟାଲ ଭିକାରୀ।

Raju Patel is a digital beggar from Bihar who uses an e-wallet.

ବିହାରର ବେତିୟା ରେଲୱେ ଷ୍ଟେସନରେ ଏଭଳି ହିଁ ଜଣେ ଡିଜିଟାଲ ଭିକାରୀଙ୍କୁ ଦେଖିବାକୁ ମିଳିଛି। ଏହି ଭିକାରୀଙ୍କ ନାଁ ରାଜୁ ପଟେଲ। ରାଜୁ ଲୋକଙ୍କୁ ଅନ୍‌ଲାଇନ୍‌ରେ ଭିକ ଦେବା ପାଇଁ ଅପ୍‌ସନ୍‌ ଦେଉଛନ୍ତି। ଏହି ୪୦ ବର୍ଷୀୟ ଭିକାରୀ ତାଙ୍କ ବେକରେ ଏକ QR କୋଡ୍‌ର ବୋର୍ଡ ଝୁଲାଇଛନ୍ତି। ଆଉ ହାତରେ ଏକ ଟାବଲେଟ୍‌ ମଧ୍ୟ ଧରିଛନ୍ତି।  ଯେତେବେଳେ କୌଣସି ବ୍ୟକ୍ତି ତାଙ୍କୁ ଖୁଚୁରା ନାହିଁ ବୋଲି କୁହନ୍ତି, ସେତେବେଳେ ସେ ଅନଲାଇନରେ ଭିକ ଦେବା ପାଇଁ ବିକଳ୍ପ ଦେଉଛନ୍ତି।

Advertisment

https://twitter.com/ANI/status/1490907775043772417?s=20&t=ixDkUvZ_fcfDHH_rUiWZSA

ସୂଚନା ମୁତାବକ ଏହି ୪୦ ବର୍ଷୀୟ ଭିକାରୀ ଜଣକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜଣେ ବଡ ପ୍ରଶଂସକ। ସେ ମୋଦିଙ୍କ ମନ୍‌‌ କି ବାତ୍‌ କାର୍ଯ୍ୟକ୍ରମକୁ କେବେ ଶୁଣିବା ଭୁଲନ୍ତି ନାହିଁ। ଏଥିସହ ସେ ଡିଜିଟାଲ ପେମେଣ୍ଟ ଗ୍ରହଣ କରୁଥିବା ଓ ଏବଂ ଏହା ତାଙ୍କ ପେଟ ପୂରିବା ପାଇଁ ପର୍ଯ୍ୟପ୍ତ ବୋଲି କହିଛନ୍ତି। ଯଦିଓ ମୁଁ ପିଲାଦିନରୁ ଏଠାରେ ଭିକ ମାଗୁଥିଲି, କିନ୍ତୁ ଡିଜିଟାଲ୍ ଯୁଗରେ, ମୁଁ ଭିକ ମାଗିବାର ପଦ୍ଧତି ବଦଳାଇ ଦେଇଛି ବୋଲି କହିଛନ୍ତି ରାଜୁ।

ରାଜୁ କହିଛନ୍ତି, 'ଭିକ ମାଗିବା ପରେ ମୁଁ ଷ୍ଟେସନରେ ଶୋଇପଡେ। ମୋର ଅନ୍ୟ କୌଣସି ରୋଜଗାର ନାହିଁ। ଅନେକ ସମୟରେ ଲୋକେ ଭିକ ଦିଅନ୍ତି ନାହିଁ, କାରଣ ତାଙ୍କ ପାଖରେ ଖୁଚୁରା ନଥାଏ। ସେମାନଙ୍କ ପାଖରେ ନଗଦ ଟଙ୍କା ନଥିବାରୁ ସେମାନେ ଡିଜିଟାଲ୍ ପେମେଣ୍ଟ୍ କରନ୍ତି। ଏଭଳି ପରିସ୍ଥିତିରେ ମୁଁ ମୋର ବ୍ୟାଙ୍କ ଆକାଉଣ୍ଟ ଖୋଲି ଇ-ୱାଲେଟ୍ ବ୍ୟବହାର କରିବା ଆରମ୍ଭ କଲି।'

Bihar Beggar Goes Digital & Accepts Money Via UPI

ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା ପାଇଁ ଆଧାର ଏବଂ ପ୍ୟାନ୍‌ କାର୍ଡ ଆବଶ୍ୟକ ଥିଲା। ଏଥିପାଇଁ ସେ ପ୍ୟାନ୍‌ କାର୍ଡ ମଧ୍ୟ ତିଆରି କରିଛନ୍ତି। ସେ ବିହାରର ଭାରତୀୟ ଷ୍ଟେଟ ବ୍ୟାଙ୍କର ମୁଖ୍ୟ ଶାଖାରେ ଆକାଉଣ୍ଟ ଖୋଲିଛନ୍ତି ବେଲି କହିଛନ୍ତି। ଏବେ ଅଧିକାଂଶ ଲୋକେ ରାଜୁଙ୍କୁ Google କିମ୍ବା Phone Pay ମାଧ୍ୟମରେ ଭିକ ଦେଉଛନ୍ତି।

ସେପଟେ ରାଜୁଙ୍କ ଏଭଳି ଭିକ ମାଗିବା ଶୈଳୀକୁ ନେଇ ସୋଶାଲ ମିଡିଆରେ ଅନେକ ଲୋକେ ପ୍ରଶଂସା କରିଥିବା ବେଳେ ଅନେକ ଏହାକୁ ବିରୋଧ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe