Advertisment

ଭାଇରାଲ ହେଉଛି ଆଇଏଏସ୍‌ଙ୍କ ମାଟ୍ରିକ ମାର୍କଶିଟ୍‌: ଇଂରାଜୀରେ ୩୫, ଗଣିତରେ ୩୬, ବିଜ୍ଞାନରେ ୩୮

ଅହମ୍ମଦାବାଦ: ଯିଏ ଭଲ ପାଠ ପଢ଼ିବ ସିଏ ଭଲ କ୍ୟାରିଅର୍‌ ଗଢ଼ିବ। ଭଲ ପାଠ ପଢ଼ି ଦିନେ କଲେକ୍ଟର ହେବ। ଏଭଳି ଧାରଣା ସାଧାରଣତଃ ଅଧିକାଂଶଙ୍କର ଥାଏ। ତେବେ ଏହି ଧାରଣାକୁ ଭୁଲ ପ୍ରମାଣିତ କରି ଦେଖାଇଛନ୍ତି ଜଣେ ଯୁବକ। ସେ ଏବେ କଲେକ୍ଟର। ପରୀକ୍ଷାରେ ଖରାପ ରେଜଲ୍ଟ କରି ବି ଜଣେ ଆଇଏଏସ୍‌ ଅଫିସର ହୋଇପାରନ୍ତି ବୋଲି ସେ ପ୍ରମାଣିତ କରିଛନ୍ତି। ତାଙ୍କ ନାଁ ତୁଷାର ଡି ସୁମେରା। ସେ ଗୁଜରାଟର ଭରୁଚ ଜିଲ୍ଲାର ଜିଲ୍ଲାପାଳ […]

ଅଦ୍ୟତନ ହୋଇଛି
ଭାଇରାଲ ହେଉଛି ଆଇଏଏସ୍‌ଙ୍କ ମାଟ୍ରିକ ମାର୍କଶିଟ୍‌: ଇଂରାଜୀରେ ୩୫, ଗଣିତରେ ୩୬, ବିଜ୍ଞାନରେ ୩୮

IAS Officer's Class 10 Mark Sheet

Advertisment

ଅହମ୍ମଦାବାଦ: ଯିଏ ଭଲ ପାଠ ପଢ଼ିବ ସିଏ ଭଲ କ୍ୟାରିଅର୍‌ ଗଢ଼ିବ। ଭଲ ପାଠ ପଢ଼ି ଦିନେ କଲେକ୍ଟର ହେବ। ଏଭଳି ଧାରଣା ସାଧାରଣତଃ ଅଧିକାଂଶଙ୍କର ଥାଏ। ତେବେ ଏହି ଧାରଣାକୁ ଭୁଲ ପ୍ରମାଣିତ କରି ଦେଖାଇଛନ୍ତି ଜଣେ ଯୁବକ। ସେ ଏବେ କଲେକ୍ଟର। ପରୀକ୍ଷାରେ ଖରାପ ରେଜଲ୍ଟ କରି ବି ଜଣେ ଆଇଏଏସ୍‌ ଅଫିସର ହୋଇପାରନ୍ତି ବୋଲି ସେ ପ୍ରମାଣିତ କରିଛନ୍ତି। ତାଙ୍କ ନାଁ ତୁଷାର ଡି ସୁମେରା। ସେ ଗୁଜରାଟର ଭରୁଚ ଜିଲ୍ଲାର ଜିଲ୍ଲାପାଳ ଅଛନ୍ତି।

Advertisment

ମାଟ୍ରିକ୍‌ ପରୀକ୍ଷାରେ ସେ ମୁଣ୍ଡାମୁଣ୍ଡି ପାସ୍‌ ହୋଇଥିଲେ। ଗଣିତରେ ସେ ୧୦୦ରୁ ୩୬ ରଖିଥିଲେ। ସେହିପରି ଇଂରାଜୀରେ ୩୫ ଓ ବିଜ୍ଞାନରେ ୩୮ ନମ୍ବର ରଖିଥିଲେ। ଏ ସବୁ ବିଷୟ ଗୁଡ଼ିକରେ ପାସ୍ ମାର୍କ ୩୦ ରହିଥିବା ବେଳେ ସେ ତା'ଠୁ ସାମାନ୍ୟ ଅଧିକ ନମ୍ବର ପାଇଥିଲେ। ଭାଗ୍ୟ ଭଲ ଥିବାରୁ ସେ ପାସ୍ ହୋଇଯାଇଥିଲେ ବୋଲି ସେତେବେଳେ ତା'ଙ୍କ ସମ୍ପର୍କୀୟ ଓ ପାଖପଡ଼ିଶାରେ ଆଲୋଚନା ହୋଇଥିଲା।

ତୁଷାରଙ୍କ ଏହି ମାର୍କ ଦେଖି ସେତେବେଳେ ତାଙ୍କ ପରିବାର ଲୋକେ ଓ ସ୍କୁଲ ଶିକ୍ଷକମାନେ କହିଥିଲେ ଯେ ତାଙ୍କର ପାଠ ପ୍ରତି ଆଗ୍ରହ ନାହିଁ। ତାଙ୍କ ଦ୍ୱାରା ପାଠ ହେବ ନାହିଁ। କିନ୍ତୁ ପରବର୍ତ୍ତୀ ସମୟରେ ତୁଷାର ସେମାନଙ୍କ ଧାରଣାକୁ ଭୁଲ ବୋଲି ପ୍ରମାଣିତ କରିଥିଲେ। ତୁଷାର କଳାରେ ସ୍ନାତକୋତ୍ତର କରିବା ପରେ ଏକ ସ୍କୁଲର ଶିକ୍ଷକ ରହିଥିଲେ। ଶିକ୍ଷକ ଥିବା ବେଳେ ସେ ଜିଲ୍ଲାପାଳ ହେବା ପାଇଁ ସ୍ବପ୍ନ ଦେଖିଥିଲେ ଓ ପ୍ରସ୍ତୁତି ଆରମ୍ଭ କରିଥିଲେ। ୨୦୧୨ରେ ସେ ୟୁପିଏସସି ପରୀକ୍ଷାରେ ବାଜି ମାରିଥିଲେ। ମାଟ୍ରିକ୍‌ରେ କମ୍‌ ମାର୍କ ରଖିଥିଲେ ବି ସେ ଆଇଏଏସ୍ ପାଇଥିଲେ।

Advertisment

ଛତିଶଗଡ଼ର ଅବନୀଶ ଶରଣ ନାମକ ଜଣେ ଜିଲ୍ଲାପାଳ ଏବେ ଏକ  ଟୁଇଟ୍ କରି ତୁଷାର ଡି ସୁମେରାଙ୍କ ମାଟ୍ରିକ ପରୀକ୍ଷା ମାର୍କଶିଟ୍‌ ଶେଆର କରିଛନ୍ତି। ଏହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି। ଆଉ ତୁଷାରଙ୍କ ମାର୍କଶିଟ୍‌ ସୋଶାଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି।

https://twitter.com/AwanishSharan/status/1535639504933261314?s=20&t=xVKHebEo_mPQVdNlnCGMbQ

ଉଲ୍ଲେଖଯୋଗ୍ୟ, ଆଇଏଏସ୍‌ ଅଫିସର ଅବନୀଶ ଶରଣ ମଧ୍ୟ ଜଣେ ମେଧାବୀ ଛାତ୍ର ନଥିଲେ। ସେ ବିଭିନ୍ନ ପରୀକ୍ଷାରେ ସେକେଣ୍ଡ ଡିଭିଜନ ପାଇଥିଲେ। କିନ୍ତୁ ୨୦୦୯ରେ ୟୁପିଏସସି ପରୀକ୍ଷାରେ ବାଜି ମାରି ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe