ପରିବା ବିକ୍ରି କରୁଥିବା ମହିଳା ଇନଫୋସିସର ସହ ପ୍ରତିଷ୍ଠାତା ନୁହନ୍ତି, ସତ କ’ଣ?
ନୂଆଦିଲ୍ଲୀ: ଦେଶର ଅଗ୍ରଣୀ ସଫ୍ଟଓ୍ୱୟାର କମ୍ପାନୀ ଇନଫୋସିସ୍ ଫାଉଣ୍ଡେସନର ଅଧ୍ୟକ୍ଷ ସୁଧା ମୁର୍ତ୍ତୀଙ୍କର ଏକ ଫଟୋ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫୋଟରେ ଶେୟାର ବେଳେ ଲେଖା ହୋଇଛି ଅଂହକାରରୁ ମୁକ୍ତି ପାଇବା ପାଇଁ ପ୍ରତିବର୍ଷ ଥରେ ସେ ମନ୍ଦିର ସମ୍ମୁଖରେ ପରିବା ବିକ୍ରି କରନ୍ତି।
Sudha Murti (Wife of #Infosys founder Narayan Murthy whose wealth is over 2500cr) sells vegetables in front of Venkateshwar Temple for 1 day every year to get rid of any kind of EGO अहंकार
— Raghav Chaudhary (@MrRChaudhary) September 12, 2020
ତେବେ ଭାଇରାଲ ଫଟୋରେ ଯେଉଁ ମହିଳା ଦେଖାଯାଉଛନ୍ତି ସେ ସୁଧା ମୂର୍ତ୍ତୀ ନୁହନ୍ତି। ଖବର ସରବରାହ ସଂସ୍ଥା ଆଇଏଏନଏନସକୁ ପ୍ରତିକ୍ରିୟା ଦେଇ ସ୍ପଷ୍ଟ କରିଛନ୍ତି ନିଜେ ସୁଧା ମୂର୍ତ୍ତୀ।
It is her, but she is not selling veggies. She helps out in the Raghavendra Swamy temple Jayanagar kitchen at times as a form of service
— Dhanya Rajendran (@dhanyarajendran) September 13, 2020
ସେ କହିଛନ୍ତି ପ୍ରତିବର୍ଷ ରୀତିନୀତି ଅନୁଯାୟା ସେ ରାଘବେନ୍ଦ୍ର ସ୍ୱାମୀ ମନ୍ଦିରକୁ ଯାଆନ୍ତି। ସେଠାରେ ଜୟନଗର ମଠରେ ପ୍ରସ୍ତୁତ ହେଉଥିବା ରୋଷେଇ ଘରକୁ ଯାଆନ୍ତି। ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ପନି ପରିବା କାଟିବା ଏବଂ ଧୋଇବା ଆଦି କାମରେ ସେ ସହଯୋଗ କରନ୍ତି ବୋଲି ସୁଧା ମୂର୍ତ୍ତି କହିଛନ୍ତି।
ସେ ବହୁତ କମ୍ ବୟସରେ ଏଭଳି ସେବା ଆରମ୍ଭ କରିଥିଲେ। ତାଙ୍କ ଜେଜେମା’ଙ୍କ ଏଭଳି କରୁଥିଲେ।ଏବେ ସେ ମଧ୍ୟ ପ୍ରତିବର୍ଷ ରୀତିନୀତି ଅନୁଯାୟୀ କଡାକଡି ପାଳନ କରନ୍ତି ବୋଲି କହିଛନ୍ତି।
ତେବେ ସେ ଏଭଳି କାମ ଦେଖେଇ ହେବା କିମ୍ୱା ଲୋକପ୍ରିୟତା ପାଇଁ ନୁହଁ ବରଂ ଘଗବାନଙ୍କ ସେବା ପାଇଁ ସେ କରନ୍ତି ବୋଲି କହିଛନ୍ତି। ଏଭଳି କାମ କରିବା ଦ୍ୱାରା ତାଙ୍କୁ ସନ୍ତୋଷ ମିଳେ ବୋଲି କହିଛନ୍ତି। ଏବି ସମୟରେ ସେ ଭଗବାନଙ୍କ ଆଗରେ ସମର୍ପି ଦିଅନ୍ତି ବୋଲି କହିଛନ୍ତି। ଏଭଳି କରି ସେ ପରମାତ୍ମାଙ୍କ ସେବା କରନ୍ତି ବୋଲି ସୁଧା କହିଛନ୍ତି।
ଭଗବାନଙ୍କ ସାମ୍ନାରେ ଆମେ ସମସ୍ତେ ସମାନ। ମୁଁ ଏଭଳି ସେବା କରି ଅନେକ ସନ୍ତୋଷଲାଭ କରିଛି ବୋଲି ସୁଧା କହିଛନ୍ତି। ଏହି ସମୟରେ ମୋର ଫୋଟ ଉଠାଇବାକୁ ସେଠାରେ ଥିବା ଉପସ୍ଥିତ ସମସ୍ତ ଲୋକଙ୍କୁ ମନା କରିଛି। ମୂର୍ତ୍ତୀଙ୍କ ବଡ ଭଉଣୀ ମଧ୍ୟ ତାଙ୍କୁ ଏହି ସମୟର ସହଯୋଗ କରନ୍ତି ବୋଲି ଜଣାପଡ଼ିଛି।
ତିନି ଦିନର ସେବା କାର୍ଯ୍ୟସୂଚୀ ବାବଦରେ ସୁଧା କହିଛନ୍ତି, ମୁଁ ସକାଳ ୬ଟା ୩୦ ରେ ସେଠାକୁ ଯାଏ। ସେଠାରେ ସକାଳ ୧୦ଟା ପର୍ଯ୍ୟନ୍ତ କାମ କରେ ଏବଂ ତା’ପରେ ସେହି କାର୍ଯ୍ୟାଳୟକୁ ଫେରିଯିବି ଯେଉଁଠାରେ ମୁଁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ରହିବି। ସନ୍ଧ୍ୟା ୫ଟା ୩୦ରେ ପୁଣିଥରେ ଯାଏ ବିଳମ୍ବିତ ରାତି ୧୦ଟା ୩୦ ପର୍ଯ୍ୟନ୍ତ କାମ କରେ ଏବଂ ଘରକୁ ଫେରି ଆସେ। ଦୀର୍ଘ ବର୍ଷ ଧରି ସେ ଏଭଳି କରି ଆସୁଛନ୍ତି ବୋଲି ସୁଧା କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।