Advertisment

ଶ୍ରୀମନ୍ଦିରରେ ଶଙ୍ଖ ବାଜେ ନା ବାଜେନାହିଁ; ସତ୍ତ୍ୱଲିପିରେ କ’ଣ ରହିଛି?

ଶ୍ରୀମନ୍ଦିର ସତ୍ତ୍ଵଲିପିରେ ଉଲ୍ଲେଖ ରହିଛି, ଶ୍ରୀମନ୍ଦିରେ ୧୧୯ ପ୍ରକାର ସେବାରେ ନିୟୋଜିତ ହେଉଥିଲେ ସେବାୟତ। କିନ୍ତୁ ଏବେ ୧୭ରୁ ୧୮ ପ୍ରକାର ସେବା ବିଲୁପ୍ତ ହୋଇଗଲାଣି। ଯେମିତି ୮୫ ନମ୍ୱର ସେବାରେ ରହିଛି ଶଙ୍ଖୁଆ ସେବା।

Jagannath Temple

Jagannath Temple

Advertisment

ଶ୍ରୀମନ୍ଦିର ଓ ଶ୍ରୀ ଜଗନ୍ନାଥଙ୍କ ସେବାରେ ଶଙ୍ଖ ବାଜେ କି ନାହିଁ, ସେ ନେଇ ସାରା ଓଡ଼ିଶାବାସୀଙ୍କ ମନରେ ଗୋଟିଏ ପ୍ରଶ୍ନ ରହିଛି। ଏମିତିକି ଶ୍ରୀକ୍ଷେତ୍ରକୁ ଶଙ୍ଖ କ୍ଷେତ୍ର କୁହାଯାଉଥିବାରୁ ଏଠାରେ ଶଙ୍ଖ ବାଜେନି ବୋଲି ଗୁଜବ ରହିଛି। ତେବେ ଏନେଇ ଶ୍ରୀମନ୍ଦିର ସତ୍ତ୍ୱଲିପିରେ କଣ ରହିଛି? ଶ୍ରୀମନ୍ଦିର ସତ୍ତ୍ୱଲିପିର ୮୫ ନମ୍ବରରେ ବର୍ଣ୍ଣିତ ରହିଛି ଏହି ଶଙ୍ଖ ସେବା ଉପରେ। କିନ୍ତୁ ଏବେ ଏହି ସେବା ବିଲୁପ୍ତ ହୋଇଯାଇଛି।

Advertisment

ଶ୍ରୀମନ୍ଦିର ସତ୍ତ୍ଵଲିପିରେ ଉଲ୍ଲେଖ ରହିଛି, ଶ୍ରୀମନ୍ଦିରେ ୧୧୯ ପ୍ରକାର ସେବାରେ ନିୟୋଜିତ ହେଉଥିଲେ ସେବାୟତ। କିନ୍ତୁ ଏବେ ୧୭ରୁ ୧୮ ପ୍ରକାର ସେବା ବିଲୁପ୍ତ ହୋଇଗଲାଣି। ଯେମିତି ୮୫ ନମ୍ୱର ସେବାରେ ରହିଛି ଶଙ୍ଖୁଆ ସେବା। ସାଧାରଣ ଭକ୍ତମାନେ ଭାବନ୍ତି ଶଙ୍ଖକ୍ଷେତ୍ର ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଶଙ୍ଖ ବାଜେ ନାହିଁ। ଏହା ସମ୍ପୂର୍ଣ୍ଣ ଭୁଲ କଥା। ‘ନୀଳଦ୍ରୀ ମହୋଦୟ’ରେ କୁହାଯାଇଛି, ଦୈନିକ ପ୍ରଭାତରେ ଶଙ୍ଖଧ୍ୱନି କରି ମହାପ୍ରଭୁଙ୍କ ନିଦ୍ରାଭଙ୍ଗ କରାଇଯାଇଥାଏ। ଶ୍ରୀଜଗନ୍ନାଥ ମନ୍ଦିର ସତ୍ତ୍ଵଲିପି ଅନୁସାରେ ଶଙ୍ଖୁଆ ସେବକ ଦୈନିକ ସକାଳ ଧୂପ ସମୟରେ, ମହାପ୍ରଭୁଙ୍କ ସକଳ ବିଜେ ଓ ଯାନିଯାତ୍ରା ସମୟରେ ଶଙ୍ଖଧ୍ୱନି କରୁଥିଲେ। ହେଲେ ସେମାନଙ୍କୁ ଦରମା ପ୍ରଦାନ କରାନଯିବାରୁ ସେମାନେ କାମ ଛାଡିଦେଲେ। ଏହା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉନି ବୋଲି କହିଛନ୍ତି ବରିଷ୍ଠ ପାଇକ ସେବକ।

ସେପଟେ ଆନ୍ତର୍ଜାତୀୟ ଓଡ଼ିଶୀ ଓ ମାହାରୀ ନୃତ୍ୟ ଶିଳ୍ପୀ ରୂପଶ୍ରୀ ମହାପାତ୍ର ପିଲାଟି ବେଳୁ ଦେବଦାସୀ ଶଶୀମଣି, ପରସ ମଣିଙ୍କ ସହ ରହିଆସିଛନ୍ତି। ଦେବଦାସୀ ପରମ୍ପରାକୁ ଉଜ୍ଜୀବିତ ପାଇଁ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଦୁଇଥର ଆବେଦନ କରିଛନ୍ତି। କିନ୍ତୁ ଉଭୟ ଦେବଦାସୀଙ୍କର ମୃତ୍ୟୁ ପରେ ଦେବଦାସୀ ପରମ୍ପରା ବା ସେବା ବନ୍ଦ ହୋଇଗଲା। କିନ୍ତୁ ତାଙ୍କୁ ଏହି ସେବା ଦିଆଯାଇପାରି ନାହିଁ। ଯାହାକୁ ନେଇ ସେ ଦୁଃଖ ପ୍ରକାଶ କରିଛନ୍ତି।

Advertisment

ସେପଟେ ଶଙ୍ଖକ୍ଷେତ୍ର ପୁରୀରେ ଶଙ୍ଖ ବାଦ୍ୟ ସେବା ବନ୍ଦ ହେବା ଉଚିତ ନୁହେଁ। ତେଣୁ ସେହି ସେବା କିଭଳି ଉଜ୍ଜୀବିତ ହେବ ତା’ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ବରିଷ୍ଠ ଚୂନରା ସେବକ ଦାବି କରିଛନ୍ତି।

୧୯୫୨ ମସିହାରେ ରାଜ୍ୟ ସରକାର ଶ୍ରୀମନ୍ଦିର ପରିଚାଳନା ପାଇଁ ଶ୍ରୀଜଗନ୍ନାଥଙ୍କ ଯାନିଯାତ୍ରା, ସେବା ପୂଜା, ରୀତିନୀତି ପାଇଁ ଶ୍ରୀ ଜଗନ୍ନାଥ ମନ୍ଦିର ଆଇନ୍‌ ପ୍ରଣୟନ କରିଥିଲେ। ସେବା ପୂଜା ଓ ସେବକଙ୍କ ତାଲିକାକୁ ନେଇ ରେକର୍ଡ ଅଫ୍‌ ରାଇଟ୍ସ ବା ଶ୍ରୀମନ୍ଦିର ସତ୍ତ୍ଵଲିପି ପ୍ରଣୟନ କରାଗଲା। ଏହାକୁ ୧୯୬୦ ମସିହା ଡିସେମ୍ବର ମାସରୁ ଲାଗୁ କରାଗଲା। ଶ୍ରୀମନ୍ଦିର ସତ୍ତ୍ୱଲିପିରେ ୧୧୯ ପ୍ରକାରର ସେବା ଲିପିବଦ୍ଧ ରହିଲା। କିନ୍ତୁ ଧୀରେ ଧୀରେ କିଛି ସେବା ଏଥିରୁ ବିଲୁପ୍ତ ହେଲାଣି।

ନିଃସନ୍ତାନ ହେତୁ ବା ଟଙ୍କାର ଅଭାବ ଯୋଗୁ ସେବା ପୂଜା ଯୋଗାଇ ପାରିନଥିବାରୁ ବା ମହାପ୍ରଭୁ ପାତାଳୀ ହେବା ଯୋଗୁ ସେବା ପୂଜା ବନ୍ଦ ହୋଇଯାଇଛି। ଯେମିତି କି- ଖଟୁଳି ସେବକ, ପରିଚ୍ଚା ସେବା, ବୀଣାକାର ସେବା, ଗୀତଗୋବିନ୍ଦ ସେବା, ସୁଆର ନିଯୋଗ ନାୟକ, ଦେବଦାସୀ, ପତରବନ୍ଧା ସେବା, ବୈଜୟନ୍ତୀରୀ ସେବାରୁ ଗୋଟିଏ ଚାଲିଥିବା ବେଳେ ଅନ୍ୟ ଚାରୋଟି ସେବା ମହୁରୀ, ଢୋଲକି, ସ୍ୱର ସେବା ବନ୍ଦ ହୋଇଯାଇଛି। ଏଥିସହ କୁମ୍ଭାର ବିଶୋଇ, ବାଣୁଆ, ମାପ ସାଇତିଆ କରଣ, କୋଠ କରଣ, ଚର୍ଚ୍ଚାଇତ କରଣ, ଦଉଡିବୋଳା ସେବା ଆଦି ବିଲୁପ୍ତ ହୋଇଗଲାଣି। ତେଣୁ ଏସବୁ ସେବା କିଭଳି ପୁନରୁଦ୍ଧାର ହେବା, ତା’ଉପରେ ଗୁରୁତ୍ୱ ଦିଆଯିବା ପାଇଁ ପରିଚାଳନା କମିଟିରେ ଆଲୋଚନା କରିବା ପାଇଁ ଦାବି କରିଛନ୍ତି ବରିଷ୍ଠ ସେବାୟତ ଓ ପରିଚାଳନା କମିଟି ସଦସ୍ୟ।

ସେପଟେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ କହିଛନ୍ତି, ଯେଉଁ ସେବାର ଅତ୍ୟାବଶ୍ୟକ ରହିଛି ସେସବୁ ନୀତି ସବକମିଟିରେ ଆଲୋଚନା କରାଯାଇ ପରିଚାଳନା କମିଟିରେ ଏହାର ପୁନରୁଦ୍ଧାର ଉପରେ ଆଲୋକପାତ କରାଯିବ।

Puri Shreemandir Puri Sri Jagannath
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe