ହାଇଟେକ୍ ହେଉଛି ଶିମିଳିପାଳ ଅଭୟାରଣ୍ୟ। ହାତ ମୁଠାରେ ରହିବ ଅଭୟାରଣ୍ୟର ପୂରା ତଥ୍ୟ। କେଉଁ ବାଘ ବା ହାତୀ କେଉଁ ଯାଇଛି? ସୁସ୍ଥ ଅଛି କି ନାହିଁ। କେବେ ଜନବସତି ଅଞ୍ଚଳକୁ ଯାଇଛି? ଏ ସବୁ ତଥ୍ୟ ଟାଇଗଲ୍ ସେଲ୍ ଆପ୍ଲିକେସନ୍ରେ ମିଳିବ। Wildlife Institute of India ଏହି ଆପ୍ଲିକେସନ୍କୁ ଡିଜାଇନ୍ କରିଛି।
୨୭୫୦ ସ୍କୋୟାର କିଲୋମିଟର ପରିବ୍ୟାପ୍ତ ଶିମିଳିପାଳ ଅଭୟାରଣ୍ୟ। ବାଘ, ହାତୀ ଓ ଅନ୍ୟ ଜୀବ ଯନ୍ତୁଙ୍କ ଗତିବିଧି ସମ୍ପର୍କରେ ଜାଣିବା ପାଇଁ ଆରମ୍ଭ ହୋଇଛି ଟାଇଗର ସେଲ୍। ଏହି ସେଲ ଏବେ ଶିମିଳିପାଳ ଅଭୟାରଣ୍ୟ ଉପରେ ୨୪ ଘଣ୍ଟା ନଜର ରଖିବ। ବାଘ, ହାତୀଙ୍କ ଗୋଠ ସହ ସମସ୍ତ ମାଂଶାସି ଓ ତୃଣଭୋଜି ପ୍ରାଣୀଙ୍କ ଗତିବିଧି ଉପରେ ନଜର ରଖିବ ଏହି ସେଲ୍। ଆପ୍ଲିକେସନ୍ରେ ପ୍ରତି ବାଘଙ୍କୁ T1, T2, T3 ପରି ନାଁରେ ନାମିତ କରାଯିବ। ଠିକ୍ ସେହିପରି ପ୍ରତି ହାତୀର ନାଁ E1, E2, E3 ଆଦି ଦିଆଯାଇଛି।
ଟାଇଗର ସେଲ୍ କାମ କେମିତି କରିବ? ଏବେ ଶିମିଳିପାଳ ଅଭୟାରଣ୍ୟରେ ୬୦୦ରୁ ଅଧିକ କ୍ୟାମେରା ଖଞ୍ଜା ଯାଇଛି। ସେହି ସବୁ କ୍ୟାମେରାରୁ ପ୍ରତି ୧୫ ଦିନରେ ଥରେ ସଂଗ୍ରହ ହେଉଥିବା ତଥ୍ୟକୁ ଟାଇଗର ସେଲ୍ ଆପ୍ଲିକେସନ୍ରେ ଅପ୍ଲୋଡ୍ କରାଯିବ। ତା’ପରେ ସେହି ତଥ୍ୟକୁ ବଣ୍ୟଯନ୍ତୁଙ୍କ ଗତିବିଧି ସମ୍ପର୍କରେ ଜଣାପଡ଼ିବ। ଯେମିତି କେଉଁ ବାଘ ବା ହାତୀ କେଉଁ ଯାଉଛି? କେତେ ସମୟ ରହୁଛି? କ’ଣ କରୁଛି? କେବେ ଜନ ବସତି ଅଞ୍ଚଳରେ ଅନୁପ୍ରବେଶ କରିଛନ୍ତି? ଜନ୍ମିତ ସାବକମାନେ କେମିତି ଅଛନ୍ତି? ଏହାଛଡ଼ା ଅନ୍ୟ ଜୀବଯନ୍ତୁମାନେ କେଉଁ ଅଞ୍ଚଳକୁ ଯାଉଛନ୍ତି? କେହି ଆହତ ହୋଇଛନ୍ତି କି? ଏ ସବୁର ଫଟୋ ଟାଇଗର ସେଲ୍ ଆପ୍ଲିକେସନ୍ରେ ରହିଛି। ବନ କର୍ମଚାରୀମାନେ ସେ ସବୁକୁ ତର୍ଜମା କରି ବିହିତ କାର୍ଯ୍ୟପନ୍ଥା ଗ୍ରହଣ କରିବେ।
ଘଞ୍ଚ ଅରଣ୍ୟ ତା’ ସାଙ୍ଗକୁ ଉଚ୍ଚା ନିଚ୍ଚା ରାସ୍ତା ଶିମିଳିପାଳ ଅଭୟାରଣ୍ୟର ଉଭୟ ପୂର୍ବ ଓ ଦକ୍ଷିଣ ପାର୍ଶ୍ୱରେ ପ୍ରୋଟେକ୍ସନ୍ ଆସିଷ୍ଟାଣ୍ଟ ଏବଂ ଷ୍ଟାଫ୍ ଫୁଟ ପାଟ୍ରୋଲିଂ କରୁଛନ୍ତି। ଟାଇଗର ସେଲ୍ ମାଧ୍ୟମରେ ଠକୁଥିବା କର୍ମଚାରୀଙ୍କ ସମ୍ପର୍କରେ ଜଣାପଡ଼ିବ। ଏଥିସହ ପ୍ରତିଦିନ ପାଟ୍ରୋଲିଂ ଷ୍ଟାଫ୍ ଜିପିଏସ୍ ଡାଟା ସହ ପାଟ୍ରୋଲିଂ କରୁଥିବା ସ୍ଥାନ, ପାଦଚଲା ରାସ୍ତା ଓ ସେହି ସବୁ ରାସ୍ତାରେ ଦେଖାଯାଉଥିବା ବନ୍ୟା ଜନ୍ତୁଙ୍କ ଗତିବିଧିର ଡାଟାକୁ ମଧ୍ୟ ସେହି ସେଲରେ ଦେଖିହେବ।
ରିପୋର୍ଟ-ବାରିପଦାରୁ ମାନିକଲାଲ ପାଣି