Advertisment

Middle East War: ଖାମେନେଇଙ୍କ ପରେ ଯିଏ ଆସୁଛନ୍ତି ସେ ଆହୁରି ହାର୍ଡକୋର୍ !

ଇରାନର ସର୍ବୋଚ୍ଚ ନେତା ଆୟତୁଲ୍ଲା ଅଲ୍ଲି ଖାମେନେଇଙ୍କୁ ଇସ୍ରାୟଲ ଏବଂ ଆମେରିକା ହତ୍ୟା କରିଛନ୍ତି। ଖାମେନେଇ ଇରାନର ସବୁଠାରୁ ବଡ଼ ଓ ଶକ୍ତିଶାଳୀ ନେତା ଥିଲେ। ୧୯୭୯ ମସିହାରେ ଇସାଲାମିକ୍ କ୍ରାନ୍ତି ପରେ ସମ୍ବିଧାନରେ ସର୍ବୋଚ୍ଚ ନେତାର ପଦ ସୃଷ୍ଟି କରାଯାଇଥିଲା।

Khamenei
Advertisment

ଇରାନର ସର୍ବୋଚ୍ଚ ନେତା ଆୟତୁଲ୍ଲା ଅଲ୍ଲି ଖାମେନେଇଙ୍କୁ ଇସ୍ରାୟଲ ଏବଂ ଆମେରିକା ହତ୍ୟା କରିଛନ୍ତି। ଖାମେନେଇ ଇରାନର ସବୁଠାରୁ ବଡ଼ ଓ ଶକ୍ତିଶାଳୀ ନେତା ଥିଲେ। ୧୯୭୯ ମସିହାରେ ଇସାଲାମିକ୍ କ୍ରାନ୍ତି ପରେ ସମ୍ବିଧାନରେ ସର୍ବୋଚ୍ଚ ନେତାର ପଦ ସୃଷ୍ଟି କରାଯାଇଥିଲା। ୧୯୮୯ ମସିହାରେ ଆୟୋତ୍ତୁଲା ଅଲ୍ଲୀ ଖାମେନେଇଙ୍କୁ ଦେଶର ଦ୍ବିତୀୟ ବୃହତ୍ତମ ନେତା ଭାବେ ନିର୍ବାଚିତ କରାଗଲା। ସେ ପାଖାପାଖି ୩୬ ବର୍ଷ ଧରି ଇରାନର ସୁପ୍ରିମ ଲିଡ଼ର ଥିଲେ।

Advertisment

ଇରାନ ସମ୍ବିଧାନର ଅନୁଛେଦ ୧୧୧ ଅନୁସାରେ, ସର୍ବୋଚ୍ଚ ନେତାଙ୍କ ମୃତ୍ୟୁଠାରୁ ଆରମ୍ଭ କରି ନୂତନ ସର୍ବୋଚ୍ଚ ନେତା ପଦବୀରେ ନିଯୁକ୍ତିହେବା ଯାଏଁ-୩ ସଦସ୍ୟ ପରିଷଦ, ଅସ୍ଥାୟୀ ଭାବେ ଦେଶର ନେତୃତ୍ବ ନେବେ। ଏହି ପରଷଦର ସଦସ୍ୟଙ୍କ ମଧ୍ୟରେରୁହନ୍ତି- ଦେଶର ରାଷ୍ଟ୍ରପତି, ନ୍ୟାୟ ପାଳିକାର ସର୍ବୋଚ୍ଚ ବିଚାରପତିଓ ସରଂକ୍ଷଣ ପରିଷଦର ଜଣେ ନ୍ୟାୟବିତ୍। ଇରାନ ଅଲ୍ଲୀ ରଜା ଆରାଫାଙ୍କୁ ଏହି ସର୍ବ୍ବୋଚ୍ଚ ପରିଷଦରେ ନ୍ୟାୟବିତ ଭାବେ ବାଛିଛନ୍ତି।

ଇରାନ ହେଉଛି ବିଶ୍ବର ସିହା ସଂପ୍ରଦାୟ ବହୁଳ ରାଷ୍ଟ୍ର। ଏଥିଯୋଗୁଁ କେବଳ ଆୟାତୁଲା ହିଁ ଦେଶର ସର୍ବୋଚ୍ଚ ନେତା ହେବେ। ଆୟତୁଲା ହେଉଛନ୍ତି ସିହାମାନଙ୍କ ଧାର୍ମିକ ନେତା। ଯେତେବେଳେ ଅଲ୍ଲି ଖାମନେଇଙ୍କୁ ବଛା ଯାଇଥିଲା, ସେତେବେଳେ ସେ ଆୟତୁଲ୍ଲା ନଥିଲେ। ତାଙ୍କୁ ଏହି ପଦ ହାସଲ କରିବା ପାଇଁ ଦେଶର ନିୟମରେ ପରିବର୍ତ୍ତନ କରାଯାଇଥିଲା। ଇରାନର ରହିଛି ସର୍ବୋଚ୍ଚ ନେତା ପରିଷଦ। ଏହି ସର୍ବୋଚ୍ଚ ନେତା ପରିଷଦ, ଦେଶର ସର୍ବୋଚ୍ଚ ନେତାଙ୍କୁ ନିର୍ବାଚିତ କରିଥାଏ। ପ୍ରତ୍ୟେକ ୮ ବର୍ଷରେ ଥରେ, ଇରାନର ନାଗରିକମାନେ ସର୍ବୋଚ୍ଚ ପରିଷଦର ସଦସ୍ୟଙ୍କୁ ନିର୍ବାଚିତ କରିଥାନ୍ତି।

Advertisment

ଗତଥର ୨୦୧୬ ମସିହାରେ ଏହି ପରିଷଦ ପାଇଁ ନିର୍ବାଚନ ହୋଇଥିଲା। ସର୍ବୋଚ୍ଚ ନେତାଙ୍କ ପରିଷଦରେ ସଦସ୍ୟ ହେବା ପାଇଁ ସଂରକ୍ଷକ ପରିଷଦ ସମିତିର ମଞ୍ଜୁରି ଆବଶ୍ୟକତା ରହିଥାଏ। ଆଉ ଏହି ସଂରକ୍ଷକ ପରିଷଦ ସମିତିର ଚୟନ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଦେଶର ସର୍ବ୍ବୋଚ୍ଚ ନେତା କରିଥାନ୍ତି। ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ, ସର୍ବୋଚ୍ଚ ନେତାଙ୍କ ପ୍ରଭାବ ଉଭୟ ସଂରକ୍ଷକ ପରିଷଦ ଏବଂ ସର୍ବୋଚ୍ଚ ପରିଷଦଉପରେ ରହିଥାଏ। ଗତ ୩ ଦଶନ୍ଧି ଧରି ଆୟତୁଲ୍ଲାଖାମନେଇସ ଏ ଦୁଇ ସଂସ୍ଥାରେ କିଭଳିତାଙ୍କ ପସନ୍ଦର କଠୋରପନ୍ଥୀଙ୍କୁ ସ୍ଥାନ ମିଳିବ, ସେଥିପ୍ରତି ଧ୍ୟାନ ଦେଉଥିଲେ।

ସର୍ବୋଚ୍ଚ ପରିଷଦ ବୈଠକରେ ଦୁଇ ତୃତୀୟାଂଶ ସଦ୍ୟସ, ଅର୍ଥାତ ୫୯ ଜଣ ଲୋକଙ୍କ ଉପସ୍ଥିତି ଥିଲେ ହିଁ ଏହାକୁ ବୈଧ ବୋଲି ଗ୍ରହଣ କରାଯାଏ। ନୂଆ ନେତାଙ୍କ ଚୟନ ପାଇଁ ପରିଷଦର ବୈଠକରେ ଦୁଇ ତୃତୀୟାଂଶ ନେତାଙ୍କ ଉପସ୍ଥିତ ଆବଶ୍ୟକତା ରହିଛି। ଯଦି ୫୯ ଜଣ ସଦସ୍ୟ ଉପସ୍ଥିତ ଅଛନ୍ତି, ତେବେ ୪୦ ସପକ୍ଷ ଭୋଟରେ ନୂଆ ନେତା ଚୟନ ହୋଇପାରିବେ। ସର୍ବୋଚ ନେତା ପରିଷଦର ଆୟୋଗ, ଦେଶର ସର୍ବୋଚ୍ଚ ନେତା ପାଇଁ ସଂପୃକ୍ତ ବ୍ୟକ୍ତି ଯୋଗ୍ୟ ନା ନାହିଁ ତାହା ଦେଖିଥାଏ। ନୂତନ ସର୍ବୋଚ୍ଚ ନେତା ଚୟନ ପାଇଁ କୌଣସି ଭାବେ ନିଶ୍ଚିତ ସମୟସୀମା ନଥାଏ। ବର୍ତ୍ତମାନ ଦେଶର ନେତୃତ୍ବ ନେବା ପାଇଁ ୩ ଜଣିଆ ପରିଷଦ ଗଠନ ହୋଇଛି। ଏଥିପାଇଁ କାଗଜ କଲମରେ ଶାସନରେ ସର୍ବୋଚ୍ଚ ପଦ ଖାଲି ନାହିଁ।

ଇସଲାମିକ ରିପବ୍ଲିକର ପ୍ରତିଷ୍ଠାତା-ଆୟାତୋଲ୍ଲା ଋହଲ୍ଲା ଖୁମୈନୀଙ୍କର ଯେତେବେଳେ ମୃତ୍ୟୁ ହୋଇଥିଲା ଏହାପର ଘଟଣାକୁ ଅନୁଧ୍ୟାନ କଲେ ଜଣାପଡ଼େ ଯେ, ସର୍ବୋଚ୍ଚ ପରିଷଦର ସଦସ୍ୟମାନେ ତରବରିଆ ଭାବେ ଉତ୍ତାଧିକାରୀ ଚୟନ କରିଥିଲେ। ଆୟତୁଲ୍ଲା ଖୁମେନିଙ୍କ ନିଧନ ୧୯୭୯ ଜୁନ ୪ ତାରିଖ ରାତି ୧୦ଟାରେ ହୋଇଥିଲା। ସର୍ବୋଚ୍ଚ ନେତା ପରିଷଦ ତା ପରଦିନ ଏକ ବୈଠକ ଡାକି, କିଛିଘଣ୍ଟା ମଧ୍ୟରେ ତାଙ୍କ ଉତ୍ତରାଧିକାରୀ ନିର୍ଣ୍ଣୟ କରିଦେଇଥିଲା। ଏବେ ଆୟତୁଲ୍ଲା ଅଲ୍ଲି ଖାମନେଇଙ୍କ ମୃତ୍ୟୁ ପରେ,ତାଙ୍କ ଉତ୍ତରାଧିକାରୀ କିଏ ହେବେ ତାକୁ ନେଇ ଚର୍ଚ୍ଚା ଚାଲିଛି।

ଖାମନେଇଙ୍କ ପୁଅ ମୁଜତବା ଖାମନେଇଙ୍କ ନାଁଶୁଣିବାକୁ ମିଳୁଛି। ଇରାନରେ ସେ ଜଣେ ପ୍ରଭାବଶାଳୀ ନେତା ଭାବେ ପରିଚିତ। ଗତ ଦୁଇ ଦଶନ୍ଧି ଧରି ମିଡିଆର ଶିରୋନାମ ପଲଟିଛନ୍ତି। ସେ ତାଙ୍କ ବାପାଙ୍କ ଅଫିସ୍ ବୁଝାବୁଝି କରୁଥିଲେ। ତାଙ୍କଯିବା ଆସିବା ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଛି। ୫୬ ବର୍ଷ ବୟସରେ ମଧ୍ୟ ତାଙ୍କୁ ସମ୍ଭାବ୍ୟ ଉତ୍ତରାଧିକାରୀ ଭାବେ ଦେଖାଯାଉଛି। ବିଶେଷକରି ପୂର୍ବତନ ରାଷ୍ଟ୍ରପତି ଇବ୍ରାହିମ ରହିସଙ୍କ ଦେହାନ୍ତ ପରେ,ସେ ପ୍ରବଳ ଦାବିଦାର ଅଛନ୍ତି। ଇବ୍ରାହିମଙ୍କୁ ଖାମେନିୟ ପଦ ପାଇଁ ପ୍ରମୁଖ ଦାବିଦାର କୁହାଯାଉଥିଲା। ମୁଜତାବାଙ୍କ ପରି ଅନ୍ୟମାନେ ହେଲେ-ପୂର୍ବତନ ବିଚାରପତି ସାଦିକ୍ ଆମୋଲି ଲାରିଜାନି ଏବଂ ପୂର୍ବତନ ରାଷ୍ଟ୍ରପତି ହସନ ରୁହାନି। ଆସେମ୍ବ୍ଲିର ସଦସ୍ୟ ଅଲିରଜା ଅରାଫି, ହାସିଲ ହୁସେନି ବୁସହରି, ମୋହସିନ୍ ଆରାକି, ମହମ୍ମଦ ମେହେଦି ମିରବାକିର ମଧ୍ୟ ଉତ୍ତରାଧିକାରୀ ତାଲିକାରେ ଅଛନ୍ତି। ଏହି ତାଲିକାର ଆୟୋତୋଲ୍ଲା ରୋହଲ୍ଲା ଖୁମେନିଙ୍କ ନାତି ହସନ ଖୋମୋନି ମଧ୍ୟ ସାମିଲ ଅଛନ୍ତି। ତାଙ୍କ ବିଚାରଧାରା ଏତେ ହାର୍ଡକୋରନୁହେଁ।

ବ୍ୟୁରୋ ରିପୋର୍ଟ, ଓଡ଼ିଶା ରିପୋର୍ଟର        

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe