କ୍ୟାରିୟରର ଶୀର୍ଷ ସ୍ଥାନକୁ ଉଠିଲେ ଗୁଣେଶ୍ୱରନ୍

ନୂଆଦିଲ୍ଲୀ: ଭାରତୀୟ ଟେନିସ୍ ତାରକା ପ୍ରଜନେଶ ଗୁଣେଶ୍ୱରନ୍ କ୍ୟାରିୟରର ସର୍ବଶ୍ରେଷ୍ଠ ୮୪ତମ ସ୍ଥାନରେ ପହଞ୍ଚିଛନ୍ତି। ତେବେ ଦେଶର ଅନ୍ୟତମ ତାରକା ୟୁକି ଭାମ୍ବ୍ରି ଶୀର୍ଷ-୨୦୦ରୁ ବାଦ୍ ପଡ଼ିଛନ୍ତି। ନିକଟରେ ଗୁଣେଶ୍ୱରନ୍ ବିଶ୍ୱର ୧୮ ନମ୍ବର ଖେଳାଳି ନିକୋଲୋଜ୍ ବାସିଲାଶଭିଲିଙ୍କୁ ହରାଇ ଏଟିପି ମାଷ୍ଟର୍ସ ସିରିଜ ଇଭେଣ୍ଟର ତୃତୀୟ ରାଉଣ୍ଡରେ ପ୍ରବେଶ କରି ୬୧ ପଏଣ୍ଟ ହାସଲ କରିଥିଲେ। ଏହି ସଫଳତା କାରଣରୁ ସେ ଏକାଥରକେ ୧୩ଟି ସ୍ଥାନ ଉପରକୁ ଉଠି କ୍ୟାରିୟରର ଶ୍ରେଷ୍ଠ ରାଙ୍କିଙ୍ଗରେ ପହଞ୍ଚିଛନ୍ତି। ଭାରତର ରାମକୁମାର ରାମନାଥନ […]

PRA

PRA

Ranjit Kumar Jena
  • Published: Monday, 18 March 2019
  • Updated: 18 March 2019, 07:04 PM IST

ନୂଆଦିଲ୍ଲୀ: ଭାରତୀୟ ଟେନିସ୍ ତାରକା ପ୍ରଜନେଶ ଗୁଣେଶ୍ୱରନ୍ କ୍ୟାରିୟରର ସର୍ବଶ୍ରେଷ୍ଠ ୮୪ତମ ସ୍ଥାନରେ ପହଞ୍ଚିଛନ୍ତି। ତେବେ ଦେଶର ଅନ୍ୟତମ ତାରକା ୟୁକି ଭାମ୍ବ୍ରି ଶୀର୍ଷ-୨୦୦ରୁ ବାଦ୍ ପଡ଼ିଛନ୍ତି। ନିକଟରେ ଗୁଣେଶ୍ୱରନ୍ ବିଶ୍ୱର ୧୮ ନମ୍ବର ଖେଳାଳି ନିକୋଲୋଜ୍ ବାସିଲାଶଭିଲିଙ୍କୁ ହରାଇ ଏଟିପି ମାଷ୍ଟର୍ସ ସିରିଜ ଇଭେଣ୍ଟର ତୃତୀୟ ରାଉଣ୍ଡରେ ପ୍ରବେଶ କରି ୬୧ ପଏଣ୍ଟ ହାସଲ କରିଥିଲେ। ଏହି ସଫଳତା କାରଣରୁ ସେ ଏକାଥରକେ ୧୩ଟି ସ୍ଥାନ ଉପରକୁ ଉଠି କ୍ୟାରିୟରର ଶ୍ରେଷ୍ଠ ରାଙ୍କିଙ୍ଗରେ ପହଞ୍ଚିଛନ୍ତି।

ଭାରତର ରାମକୁମାର ରାମନାଥନ ୧୩୯ତମ ସ୍ଥାନରେ ରହିଛନ୍ତି। ଆହତ ଯୋଗୁ ଟେନିସ୍ କୋର୍ଟରୁ ଦୂରରେ ଥିବା ୟୁକି ୩୬ଟି ସ୍ଥାନ ଖସି ୨୦୭ରେ ପହଞ୍ଚିଛନ୍ତି। ଶେଷଥର ପାଇଁ ୟୁକି ୨୦୧୭ରେ ଶୀର୍ଷ-୨୦୦ ବାହାରେ ରହିଥିଲେ। ସେହିପରି ସାକେତ ମିନେନୀ ୨୫୧ତମ ଏବଂ ଶଶୀକୁମାର ମୁକୁନ୍ଦ ୨୬୮ତମ ସ୍ଥାନରେ ରହିଛନ୍ତି। ଡବଲ୍ସରେ ଜୀବନ ନେଦୁନଚେଝିୟାନ୍ କ୍ୟାରିୟରର ଶ୍ରେଷ୍ଠ ୬୪ତମ ସ୍ଥାନରେ ପହଞ୍ଚିଥିବା ବେଳେ ରୋହନ ବୋପନ୍ନା ୩୬ତମ ଓ ଦିବିଜ ଶରନ୍ ୪୧ତମ ସ୍ଥାନରେ ରହିଛନ୍ତି। ଡବ୍ଲ୍ୟୁଟିଏ ରାଙ୍କିଙ୍ଗରେ ଅଙ୍କିତା ରାଇନା ଭାରତର ଶୀର୍ଷ ଖେଳାଳି ଭାବେ ୧୬୮ତମ ସ୍ଥାନରେ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos