ଜିମ୍ବାୱେ ଗସ୍ତ ପାଇଁ ଟିମ୍ ଇଣ୍ଡିଆ ଘୋଷିତ: ରାହାଣେ ଅଧିନାୟକ, ଦଳକୁ ଫେରିଲେ ଭଜି

ନୂଆଦିଲ୍ଲୀ: ଜିମ୍ୱାୱେ ଟୁର୍ ପାଇଁ ଟିମ ଇଣ୍ଡିଆ ଘୋଷଣା ହୋଇଛି । ଏଥିରେ ଦଳର ୬ଜଣ ସିନିୟର ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି । ମୁମ୍ୱାଇ ବ୍ୟାଟସମ୍ୟାନ ଆଜିଙ୍କ୍ୟ ରାହାଣେଙ୍କୁ ଅଧିନାୟକ ଭାବେ ମନୋନୀତ କରାଯାଇଛି । ଦୀର୍ଘ ୪ବର୍ଷ ଦିନିକିଆ ଦଳରୁ ଦୂରେଇ ରହିଥିବା ଭେଟେରାନ୍ ସ୍ପିନର ହରଭଜନ ସିଂ ଫେରିଛନ୍ତି । ଭଜି ୨୦୧୧ ଜୁନରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ତାଙ୍କର ଶେଷ ଦିନିକିଆ ଖେଳିଥିଲେ । ସେହିପରି ଦୀର୍ଘଦିନ ପରେ ରବୀନ ଉଥାପ୍ପା ମଧ୍ୟ ଦଳକୁ ଫେରିଛନ୍ତି […]

ajinkya-rahane-1

ajinkya-rahane-1

Rakesh Mallick
  • Published: Monday, 29 June 2015
  • Updated: 29 June 2015, 09:20 AM IST

Sports

Latest News

ନୂଆଦିଲ୍ଲୀ: ଜିମ୍ୱାୱେ ଟୁର୍ ପାଇଁ ଟିମ ଇଣ୍ଡିଆ ଘୋଷଣା ହୋଇଛି । ଏଥିରେ ଦଳର ୬ଜଣ ସିନିୟର ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି । ମୁମ୍ୱାଇ ବ୍ୟାଟସମ୍ୟାନ ଆଜିଙ୍କ୍ୟ ରାହାଣେଙ୍କୁ ଅଧିନାୟକ ଭାବେ ମନୋନୀତ କରାଯାଇଛି । ଦୀର୍ଘ ୪ବର୍ଷ ଦିନିକିଆ ଦଳରୁ ଦୂରେଇ ରହିଥିବା ଭେଟେରାନ୍ ସ୍ପିନର ହରଭଜନ ସିଂ ଫେରିଛନ୍ତି । ଭଜି ୨୦୧୧ ଜୁନରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ତାଙ୍କର ଶେଷ ଦିନିକିଆ ଖେଳିଥିଲେ । ସେହିପରି ଦୀର୍ଘଦିନ ପରେ ରବୀନ ଉଥାପ୍ପା ମଧ୍ୟ ଦଳକୁ ଫେରିଛନ୍ତି । ଦଳରେ ସ୍ଥାନ ପାଇଥିବା ଅନ୍ୟ ଖେଳାଳି ହେଲେ, ମୁରଲୀ ବିଜୟ, ଅମ୍ୱାତି ରାୟଡୁ, ମନୋଜ ତିୱାରୀ, କେଦାର ଯାଦବ, ମନିଷ ପାଣ୍ଡେ, ଅକ୍ଷର ପଟେଲ, କର୍ନ୍ ଶର୍ମା, ଧୱଲ କୁଲକର୍ଣ୍ଣୀ, ଭୁବନେଶ୍ୱର କୁମାର, ମୋହିତ ଶର୍ମା ଓ ସନ୍ଦୀପ ଶର୍ମା । ଜାତୀୟ ଚୟନକର୍ତ୍ତା ଧୋନୀ, କୋହଲି, ରାଇନା, ରୋହିତ ଓ ଅଶ୍ୱୀନଙ୍କୁ ବିଶ୍ରାମ ଦେଇଛନ୍ତି । ଖରାପ ପରଫରମାନ୍ସ ପାଇଁ ରବୀନ୍ଦ୍ର ଜାଡେଜାଙ୍କୁ ଦଳରେ ସାମିଲ କରାଯାଇନାହିଁ ।

ଜିମ୍ବାୱେ ଗସ୍ତରେ ଭାରତୀୟ ଦଳ ୩ଟି ଦିନିକିଆ ଓ ୨ଟି ଟି-୨୦ ଟୁର୍ନାମେଣ୍ଟ ଖେଳିବ । ଟିମ୍ ଡାଇରେକ୍ଟର ରବି ଶାସ୍ତ୍ରୀଙ୍କ ବିନା ଦଳ ଜିମ୍ବାୱେ ଗସ୍ତ କରିବ । ସହଯୋଗୀ ଅଧିକାରୀ ସଞ୍ଜୟ ବାଙ୍ଗର, ଭରତ ଅରୁଣ ଏବଂ ଆର. ଶ୍ରୀଧର ଦଳ ସହ ଗସ୍ତ କରିବେ । ମୁଖ୍ୟ ଚୟନକର୍ତ୍ତା ସନ୍ଦିପ ପଟେଲ ସୋମବାର ନୂଆଦିଲ୍ଲୀରେ ଆୟୋଜିତ ସମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ୨୦୧୬ ଆଇସିସି ଟି-୨୦ ୱାର୍ଲ୍ଡ କପକୁ ଦୃଷ୍ଟିରେ ରଖି ଦଳ ଚୟନ କରାଯାଇଛି । ବାଂଲାଦେଶରେ ଦଳର ପ୍ରଦର୍ଶନକୁ ନେଇ ଆମେ ବି ବ୍ୟଥିତ । ଏହାକୁ ଭୁଲି ଆମକୁ ଆଗକୁ ବଢିବାକୁ ପଡିବ । ଧୋନୀ ଅଧିନାୟକ ପଦରୁ ଇସ୍ତଫା ଦେବାକୁ କହିଥିବା ସମ୍ପର୍କରେ କିଛି ଆଲୋଚନା ହୋଇ ନ ଥିଲା । ଦଳ ମଧ୍ୟରେ କୌଣସି ବିବାଦ ନାହିଁ, ଧୋନୀଙ୍କୁ କେବଳ ବିଶ୍ରାମ ଦିଆଯାଇଛି ବୋଲି ସେ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos