୧୦ ଲକ୍ଷ ଟଙ୍କା ପୁରସ୍କାର ପାଇବେ ମକାଉ ଓପନ ବିଜୟିନୀ ପିଭି ସିନ୍ଧୁ

ନୂଆଦିଲ୍ଲୀ: ମକାଉ ଓପନରେ ରବିବାର ଚାମ୍ପିଅନ୍ ହୋଇଥିବା ପିଭି ସିନ୍ଧୁ ପାଇବେ ୧୦ ଲକ୍ଷ ଟଙ୍କାର ପୁରସ୍କାର ଅର୍ଥରାଶି। ସୋମବାର ବ୍ୟାଡମିଣ୍ଟନ୍ ଆସୋସିଏସନ ଅଫ୍ ଇଣ୍ଡିଆ (ବିଏଆଇ) ପକ୍ଷରୁ ଏହି ଘୋଷଣା କରାଯାଇଛି। ସିନ୍ଧୁ ଲଗାତାର ତିନି ଥର ଏହି ଓପନରେ ଚାମ୍ପିଅନ୍ ହୋଇଛନ୍ତି। ରବିବାର ବିଶ୍ୱ ମାନ୍ୟତାରେ ୧୨ତମ ସ୍ଥାନରେ ଥିବା ଭାରତୀୟ ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ ବିଶ୍ୱ ମାନ୍ୟତାର ଷଷ୍ଠ ସ୍ଥାନରେ ଥିବା ଜାପାନର ମିନାଶୁ ମିଟାନିଙ୍କୁ ୨୧-୯, ୨୧-୧୩,୨୧-୧୪ ଗେମରେ ପରାସ୍ତ […]

pv sindu

Rakesh Mallick
  • Published: Monday, 30 November 2015
  • , Updated: 30 November 2015, 02:51 PM IST

ନୂଆଦିଲ୍ଲୀ: ମକାଉ ଓପନରେ ରବିବାର ଚାମ୍ପିଅନ୍ ହୋଇଥିବା ପିଭି ସିନ୍ଧୁ ପାଇବେ ୧୦ ଲକ୍ଷ ଟଙ୍କାର ପୁରସ୍କାର ଅର୍ଥରାଶି। ସୋମବାର ବ୍ୟାଡମିଣ୍ଟନ୍ ଆସୋସିଏସନ ଅଫ୍ ଇଣ୍ଡିଆ (ବିଏଆଇ) ପକ୍ଷରୁ ଏହି ଘୋଷଣା କରାଯାଇଛି। ସିନ୍ଧୁ ଲଗାତାର ତିନି ଥର ଏହି ଓପନରେ ଚାମ୍ପିଅନ୍ ହୋଇଛନ୍ତି।

ରବିବାର ବିଶ୍ୱ ମାନ୍ୟତାରେ ୧୨ତମ ସ୍ଥାନରେ ଥିବା ଭାରତୀୟ ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ ବିଶ୍ୱ ମାନ୍ୟତାର ଷଷ୍ଠ ସ୍ଥାନରେ ଥିବା ଜାପାନର ମିନାଶୁ ମିଟାନିଙ୍କୁ ୨୧-୯, ୨୧-୧୩,୨୧-୧୪ ଗେମରେ ପରାସ୍ତ କରି ତୃତୀୟ ଥର ପାଇଁ ହାତେଇ ଥିଲେ ମକାଉ ଓପନ ଗ୍ରାଁ ପ୍ରି।

ସୂଚନାଯୋଗ୍ୟ, ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଥିବା ଇଣ୍ଡୋନେସିଆ ମାଷ୍ଟର ଗ୍ରାଁ ପ୍ରିରେ ଭାଗ ନେବେ ପିଭି ସିନ୍ଧୁ।

Related story