ଆଶ୍ଚର୍ଯ୍ୟ କରିଦେବ ଏହି ବୋଲରଙ୍କ କାରନାମା: ବିନା ରନ୍‌ ଦେଇ ୪ ଓଭର୍‌ରେ ୧୦ ୱିକେଟ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜସ୍ଥାନର ଏହି ଘାତକ ଯୁବ ବୋଲର୍‌ ଏକ ଟି-ଟ୍ୱେଣ୍ଟି ମ୍ୟାଚ୍‌ରେ ଏମିତି ରେକର୍ଡ ସୃଷ୍ଟି କଲେ ଯାହା ଆଜି ପର୍ଯ୍ୟନ୍ତ କେବେ ହୋଇନାହିଁ। ଏହି ବୋଲର ମାତ୍ର ୪ ଓଭର ବୋଲିଂ କରି ୧୦ଟି ୱିକେଟ୍‌ ହାସଲ କରିଛନ୍ତି। ସବୁଠୁ ବଡ଼ କଥା ହେଉଛି ଏହି ୪ ଓଭର ବୋଲିଂ ଭିତରେ କୌଣସି ବ୍ୟାଟ୍ସମ୍ୟାନ୍‌ ଗୋଟିଏ ବି ରନ୍‌ କରିପାରିନଥିଲେ। ମାତ୍ର ୪ ଓଭରରେ ବିପକ୍ଷ ଟିମ୍‌ର ସମସ୍ତ ଖେଳାଳିଙ୍କୁ ଆଉଟ୍‌ କରଥିବା […]

bowler_1510210011_618x347

Rakesh Mallick
  • Published: Thursday, 09 November 2017
  • , Updated: 09 November 2017, 05:25 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜସ୍ଥାନର ଏହି ଘାତକ ଯୁବ ବୋଲର୍‌ ଏକ ଟି-ଟ୍ୱେଣ୍ଟି ମ୍ୟାଚ୍‌ରେ ଏମିତି ରେକର୍ଡ ସୃଷ୍ଟି କଲେ ଯାହା ଆଜି ପର୍ଯ୍ୟନ୍ତ କେବେ ହୋଇନାହିଁ। ଏହି ବୋଲର ମାତ୍ର ୪ ଓଭର ବୋଲିଂ କରି ୧୦ଟି ୱିକେଟ୍‌ ହାସଲ କରିଛନ୍ତି। ସବୁଠୁ ବଡ଼ କଥା ହେଉଛି ଏହି ୪ ଓଭର ବୋଲିଂ ଭିତରେ କୌଣସି ବ୍ୟାଟ୍ସମ୍ୟାନ୍‌ ଗୋଟିଏ ବି ରନ୍‌ କରିପାରିନଥିଲେ। ମାତ୍ର ୪ ଓଭରରେ ବିପକ୍ଷ ଟିମ୍‌ର ସମସ୍ତ ଖେଳାଳିଙ୍କୁ ଆଉଟ୍‌ କରଥିବା ଏହି ବୋଲରଙ୍କ ନାଁ ଆକାଶ ଚୌଧୁରୀ। ସୂଚନା ଅନୁସାରେ କୌଣସି ରନ୍‌ ନ ଦେଇ ୧୦ ୱିକେଟ୍ ଆଜି ପର୍ଯ୍ୟନ୍ତ କୋଣସି ବୋଲର ନେଇ ନାହାଁନ୍ତି। ରାଜସ୍ଥାନର ଭରତପୁର ଠାରେ ଜନ୍ମଗ୍ରହଣ କରିଥିବା ଆକାଶ ଏହା ପୂର୍ବରୁ ମଧ୍ୟ ୧୦ ୱିକେଟ୍‌ ନେବାର ରେକର୍ଡ କରିସାରିଛନ୍ତି। କିନ୍ତୁ ପ୍ରଥମ ଥର ପାଇଁ କୌଣସି ରନ୍‌ ନଦେଇ ସେ ୧୦ ୱିକେଟ୍‌ ହାସଲ କରିଛନ୍ତି। ଜୟପୁର ଠାରେ ଖେଳାଯାଇଥିବା ଏକ ଲୋକାଲ ମ୍ୟାଚ୍‌ରେ ଦିସା ଏକାଡେମୀ ପକ୍ଷରୁ ଖେଳୁଥିବା ଆକାଶ ‘ପର୍ଲ କ୍ରିକେଟ୍‌ ଏକାଡେମୀ’ ବିପକ୍ଷରେ ଏହି ରେକର୍ଡ କରିଛନ୍ତି।

Related story