ଅଷ୍ଟ୍ରେଲିଆ ସମ୍ମୁଖରେ ୧୧୯ ରନ୍‌ର ଟାର୍ଗେଟ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଷ୍ଟ୍ରେଲିଆ ସମ୍ମୁଖରେ ଭାରତର ୧୧୯ ରନ୍‌ର ଟାର୍ଗେଟ୍‌। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଜି ଗୌହାଟିରେ ଚାଲିଛି ଦ୍ୱିତୀୟ ଟି-ଟ୍ୱେଣ୍ଟି। ଅଷ୍ଟ୍ରେଲିଆ ଆଜି ଟସ୍‌ ଜିତି ପିଲ୍ଡିଂ ନିଷ୍ପତ୍ତି ନେଇଥିଲା। ତେଣୁ ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରେ ସମସ୍ତ ୱିକେଟ୍‌ ହରାଇ ୧୧୮ରନ କରିବାରେ ସକ୍ଷମ ହୋଇ ପାରିଛି। ଭାରତର କୌଣସି ବ୍ୟାଟ୍ସମ୍ୟାନ ଅଷ୍ଟ୍ରେଲିଆ ବୋଲରଙ୍କୁ ସମ୍ନା କରିବାରେ ସଫଳ ହୋଇପାରିନଥିଲେ। ପ୍ରଥମ ଓଭରରେ ଅଧିନାୟକ କୋହଲି ଓ […]

Rakesh Mallick
  • Published: Tuesday, 10 October 2017
  • , Updated: 10 October 2017, 09:09 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଷ୍ଟ୍ରେଲିଆ ସମ୍ମୁଖରେ ଭାରତର ୧୧୯ ରନ୍‌ର ଟାର୍ଗେଟ୍‌। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଜି ଗୌହାଟିରେ ଚାଲିଛି ଦ୍ୱିତୀୟ ଟି-ଟ୍ୱେଣ୍ଟି। ଅଷ୍ଟ୍ରେଲିଆ ଆଜି ଟସ୍‌ ଜିତି ପିଲ୍ଡିଂ ନିଷ୍ପତ୍ତି ନେଇଥିଲା। ତେଣୁ ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରେ ସମସ୍ତ ୱିକେଟ୍‌ ହରାଇ ୧୧୮ରନ କରିବାରେ ସକ୍ଷମ ହୋଇ ପାରିଛି। ଭାରତର କୌଣସି ବ୍ୟାଟ୍ସମ୍ୟାନ ଅଷ୍ଟ୍ରେଲିଆ ବୋଲରଙ୍କୁ ସମ୍ନା କରିବାରେ ସଫଳ ହୋଇପାରିନଥିଲେ। ପ୍ରଥମ ଓଭରରେ ଅଧିନାୟକ କୋହଲି ଓ ରୋହିତ ଆଉଟ୍‌ ହେବାପରେ ବ୍ୟାଟିଂ ବିପର୍ଯ୍ୟୟ ଦେଖାଦେଇଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ଜସନ୍‌  ବେହେରନଡର୍ଫ ଆଜି ଘାତକ ବୋଲିଂ କରିଥିଲେ। ସେ ମାତ୍ର ୪ ଓଭର ବୋଲିଂ କରି ୨୧ ରନ୍‌ ଦେଇ ୪ଟି ମୂଲ୍ୟବାନ ୱିକେଟ୍‌ ହାସଲ କରିଥିଲେ।

Related story