କୁଲଦୀପଙ୍କ ଘାତକ ବୋଲିଂ: ପ୍ଲେଅଫ୍‌ ନିକଟତର ହେବାପାଇଁ କେକେଆର୍‌କୁ ସୁଯୋଗ

ପ୍ଲେଅଫ୍‌ ନିକଟତର ହେବାପାଇଁ କେକେଆର୍‌ ପାଇଁ ସହଜ ସୁଯୋଗ। ଇଡେନ ଗାର୍ଡ଼େନରେ ଖେଳାଯାଉଥିବା ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରି କେକେଆର୍‌ ସାମ୍ନାରେ ୧୪୩ ରନ୍‌ର ବିଜୟ ଲକ୍ଷ୍ୟ ରଖିଛି। ରାଜସ୍ଥାନର ଦୁଇ ଓପନର୍‌ ବଟଲର୍‌ ଓ ରାହୁଲ ତ୍ରିପାଠୀ ବିସ୍ଫୋରକ ଆରମ୍ଭ ଦେଇଥିଲେ ମଧ୍ୟ ପରେ ଦଳରେ ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା। ଫଳରେ ରାଜସ୍ଥାନ ମାତ୍ର ୧୯ ଓଭରରେ ସମସ୍ତ ୱିକେଟ୍ ହରାଇ ୧୪୨ ରନ୍‌ କରିବାରେ ସକ୍ଷମ ହୋଇପାରିଛି। ବଟଲର୍‌ ୨୨ […]

zkozpnmwko-1526398683

Rakesh Mallick
  • Published: Tuesday, 15 May 2018
  • , Updated: 15 May 2018, 09:50 PM IST

ପ୍ଲେଅଫ୍‌ ନିକଟତର ହେବାପାଇଁ କେକେଆର୍‌ ପାଇଁ ସହଜ ସୁଯୋଗ। ଇଡେନ ଗାର୍ଡ଼େନରେ ଖେଳାଯାଉଥିବା ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରି କେକେଆର୍‌ ସାମ୍ନାରେ ୧୪୩ ରନ୍‌ର ବିଜୟ ଲକ୍ଷ୍ୟ ରଖିଛି। ରାଜସ୍ଥାନର ଦୁଇ ଓପନର୍‌ ବଟଲର୍‌ ଓ ରାହୁଲ ତ୍ରିପାଠୀ ବିସ୍ଫୋରକ ଆରମ୍ଭ ଦେଇଥିଲେ ମଧ୍ୟ ପରେ ଦଳରେ ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା। ଫଳରେ ରାଜସ୍ଥାନ ମାତ୍ର ୧୯ ଓଭରରେ ସମସ୍ତ ୱିକେଟ୍ ହରାଇ ୧୪୨ ରନ୍‌ କରିବାରେ ସକ୍ଷମ ହୋଇପାରିଛି। ବଟଲର୍‌ ୨୨ ବଲ୍‌ରୁ ଆକର୍ଷଣୀୟ ୩୯ ରନ୍‌ କରିଥିବା ବେଳେ ଅନ୍ୟ କୌଣସି ଖେଳାଳି କେକେଆର୍‌ ବୋଲରଙ୍କୁ ସାମ୍ନା କରିପାରିନଥିଲେ। କେକେଆର୍‌ ପକ୍ଷରୁ ଆକର୍ଷଣୀୟ ବୋଲିଂ କରିଥିଲେ କୁଲଦୀପ ଯାଦାବ। ସେ ୪ ଓଭର୍‌ ବୋଲିଂ କରି ୪ଟି ମୂଲ୍ୟବାନ ୱିକେଟ୍‌ ହାସଲ କରିଥିଲେ।

Related story