ଆଜିର ଦିନ କ୍ରିକେଟ୍‌ ଇତିହାସ ପାଇଁ ବହୁତ ଖାସ୍‌: ଏହି ଦିନରେ କ୍ୟାରିୟର ଆରମ୍ଭ ଓ ଶେଷ କରିଥିଲେ ଏହି ବିଶ୍ୱ ପ୍ରସିଦ୍ଧ ଖେଳାଳି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ରିକେଟ୍‌ ଇତିହାସରେ ୧୫ ନଭେମ୍ବର ଆଜିର ଦିନ ବହୁତ ଖାସ। ଠିକ୍ ୨୮ ବର୍ଷ ପୂର୍ବେ,୧୯୮୯ ମସିହା ଆଜିର ଦିନରେ ୧୬ ବର୍ଷ ୨୦୫ ଦିନର ଜଣେ ବାଳକ ପାକିସ୍ତାନର କରାଚିରେ ନିଜର ଡେବ୍ୟୁ ମ୍ୟାଚ୍‌ ଖେଳିଥିଲେ। ସେତେବେଳେ କେହି ଭାବିନଥିବେ ଏହି ବାଳକ ଜଣକ କ୍ରିକେଟର୍‌ ଭଗବାନ ହୋଇଯିବେ ଦିନେ। ଏହି ବାଳକ ଜଣକ ଆଉ କେହି ନ ଥିଲେ ସେ ହେଲେ ସଚିନ ରମେଶ ତେନ୍ଦୁଲକର। ପାକିସ୍ତାନ ବିପକ୍ଷରୁ ସଚିନ ତାଙ୍କ […]

sachin_karachi_mumbai_1510712543_618x347

Rakesh Mallick
  • Published: Wednesday, 15 November 2017
  • , Updated: 15 November 2017, 10:42 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ରିକେଟ୍‌ ଇତିହାସରେ ୧୫ ନଭେମ୍ବର ଆଜିର ଦିନ ବହୁତ ଖାସ। ଠିକ୍ ୨୮ ବର୍ଷ ପୂର୍ବେ,୧୯୮୯ ମସିହା ଆଜିର ଦିନରେ ୧୬ ବର୍ଷ ୨୦୫ ଦିନର ଜଣେ ବାଳକ ପାକିସ୍ତାନର କରାଚିରେ ନିଜର ଡେବ୍ୟୁ ମ୍ୟାଚ୍‌ ଖେଳିଥିଲେ। ସେତେବେଳେ କେହି ଭାବିନଥିବେ ଏହି ବାଳକ ଜଣକ କ୍ରିକେଟର୍‌ ଭଗବାନ ହୋଇଯିବେ ଦିନେ। ଏହି ବାଳକ ଜଣକ ଆଉ କେହି ନ ଥିଲେ ସେ ହେଲେ ସଚିନ ରମେଶ ତେନ୍ଦୁଲକର।

ପାକିସ୍ତାନ ବିପକ୍ଷରୁ ସଚିନ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ସେ ଆଉ ପଛକୁ ଫେରି ନଥିଲେ। ନିଜର ବ୍ୟାଟିଂ ଯାଦୁରେ ସାରା ବିଶ୍ୱକୁ ବିସ୍ମିତ କରିପାରିଥିଲେ।  ନିଜର ୨୪ ବର୍ଷର ଲମ୍ବା କ୍ୟାରିୟର ମଧ୍ୟରେ ସଚିନ ଟେଷ୍ଟରେ ୫୩.୭୮ ଆଭରେଜରେ ୧୫୯୨୧ ରନ କରିଛନ୍ତି। ଯେଉଁଥିରେ ରହିଛି ତାଙ୍କର ୫୧ଟି ଶତକ ଓ ୬୮ଟି ଅର୍ଦ୍ଧଶତକ। ଏବଂ ଦିନିକିଆରେ ୪୪.୮୩ ଆଭରେଜରେ ୧୮୪୨୬ ରନ କରିଛନ୍ତି। ଯେଉଁଥିରେ ରହିଛି ୪୯ଟି ଶତକ ୯୬ଟି ଅର୍ଦ୍ଧଶତକ।

ଟେଷ୍ଟ ମ୍ୟାଚ୍‌ରୁ କ୍ୟାରିୟର ଆରମ୍ଭ କରିଥିବା ସଚିନଙ୍କୁ  ପ୍ରଥମ ମ୍ୟାଚରେ ୮ ନମ୍ବରରେ ବ୍ୟାଟିଂ କରିବାକୁ ପଠାଯାଇଥିଲା। ଏହି ସମୟରେ ଭାରତର ଅଧିନାୟକ ଥିଲେ କେ.ଶ୍ରୀକାନ୍ତ। ସଚିନ ତାଙ୍କ ପ୍ରଥମ ଟେଷ୍ଟରେ ୨୪ଟି ବଲ ଖେଳି ୨ଟି ଚୌକା ସହ ୧୫ରନ କରିଥିଲେ। ଆଉ ସଚିନଙ୍କୁ ଯିଏ ଆଉଟ୍‌ କରିଥିଲେ ସେ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ପାକିସ୍ତାନର ପୂର୍ବତନ ଘାତକ ବୋଲର ୱାକର ୟୁନିସ। ସେ ମଧ୍ୟ ଏହି ମ୍ୟାଚ୍‌ରେ ଡେବ୍ୟୁ କରିଥିଲେ। ଏହି ମ୍ୟାଚ୍ ଡ୍ର ରହିବାରୁ ସଚିନଙ୍କୁ ଦ୍ୱିତୀୟ ଇଂନିସରେ ବ୍ୟାଟିଂ କରିବାକୁ ମୌକା ମିଳିନଥିଲା। ସବୁଠୁ ଆଶ୍ଚର୍ଯ୍ୟର କଥା ଏହି ୧୫ ନଭେମ୍ବର ଦିନ ସଚିନ ତାଙ୍କ କ୍ୟାରିୟରର ଶେଷ ପାରି ମଧ୍ୟ ଖେଳିଥିଲେ। ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ୨୦୧୩ ନମ୍ଭେମ୍ବର ୧୪ ତାରିଖରୁ ଆରମ୍ଭ ହୋଇଥିବା ମୁମ୍ବାଇ ଟେଷ୍ଟର ଦ୍ୱିତୀୟ ଦିନରେ ସଚିନ ୭୪ ରନର ପାଳି ଖେଳି ଆଉଟ୍‌ ହୋଇଥିଲେ। ଏହାପରେ ସଚିନ କ୍ରିକେଟ୍‌କୁ ବାଏବାଏ କହିଥିଲେ।

Related story